ETV Bharat / state

ବ୍ୟାଙ୍କ ଛାତରୁ ଖସିଲା ଅତଡ଼ା: ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

author img

By

Published : Feb 17, 2022, 9:13 PM IST

ବାଲେଶ୍ୱର ଜିଲ୍ଲା ସିନେମା ଛକ ନିକଟରେ ଥିବା ଆହ୍ଲାବାଦ ବ୍ୟାଙ୍କରେ ଛାତ ଅତଡ଼ା ଖସି ପଡିଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବ୍ୟାଙ୍କ କର୍ମଚାରୀ । ଅଧିକ ପଢନ୍ତୁ

ବ୍ୟାଙ୍କ ଛାତରୁ ଖସିଲା ଅତଡ଼ା: ଅଳ୍ପକେ ବର୍ତ୍ତିଲେ କର୍ମଚାରୀ
ବ୍ୟାଙ୍କ ଛାତରୁ ଖସିଲା ଅତଡ଼ା: ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ବାଲେଶ୍ୱର : ଜିଲ୍ଲା ସିନେମା ଛକ ନିକଟରେ ଥିବା ଆହ୍ଲାବାଦ ବ୍ୟାଙ୍କରେ ଛାତ ଅତଡ଼ା ଖସି ପଡିଛି । ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବ୍ୟାଙ୍କ କର୍ମଚାରୀ । ଏହି ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ୩୦ ବର୍ଷରୁ ଅଧିକ ବର୍ଷ ହେବ ଭଡାରେ ଚାଲି ଆସୁଛି ।

ଏହାବି ପଢନ୍ତୁ : ସଭାମଞ୍ଚରେ ପଡିଗଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ

ଏ ବ୍ୟାଙ୍କ ବାଲେଶ୍ବର ମ୍ୟୁନିସିପାଲିଟିକୁ ଭଡା ବାବଦରେ ଟଙ୍କା ମଧ୍ୟ ଦେଉଛି । କିଛିବର୍ଷ ପୂର୍ବରୁ ଏହାର ଛାତ ଖରାପ ହୋଇଯିବାରୁ ମ୍ୟାନେଜର ଲିଖିତ ଆକାରରେ ମ୍ୟୁନିସିପାଲିଟିକୁ ତାହା ଅବଗତ କରିଥିଲେ। ପରେ 2019ରେ ମ୍ୟୁନିସିପାଲିଟି ପକ୍ଷରୁ ୫ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ମରାମତି କରାଯାଇଥିଲା। ମାତ୍ର ବୁଧବାର ରାତିରେ ଏହି ବ୍ୟାଙ୍କର ଛାତରୁ ଅତଡ଼ା ଖସି ପଡିଥିଲା ବେଳେ ପୁଣି ଦିନରେ କର୍ମଚାରୀମାନେ କାର୍ଯ୍ୟରତ ଥିବା ବେଳେ କିଛି ଅଂଶ ଖସି ପଡ଼ିଥିଲା। କର୍ମଚାରୀମାନେ ଭୟଭିତ ହୋଇ ଗୋଟାଏ ପାଶ୍ବରେ ବସି କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.