ବାଲେଶ୍ଵର : ସହରର ଅରଡ଼ ବଜାର ଗଳାପୋଲ ନିକଟରେ ହୋଇଥିବା ଜଣେ ମାଛ ବ୍ୟବସାୟୀଙ୍କ ହତ୍ୟା ଘଟଣା । ଏ ହତ୍ୟାକାଣ୍ତ ଉପରୁ ପରଦା ଉଠାଇଛି ପୋଲିସ। ସୂଚନା ଅନୁସାରେ, ଘରୋଇ କଳି ଓ ପୂର୍ବ ଶତ୍ରୁତାକୁ ନେଇ ମାଛ ବ୍ୟବସାୟୀ ରବି ସିଂଙ୍କୁ ହତ୍ୟା କରାଯାଇଥିଲା। ଯେଉଁଥିରେ 12 ଜଣରୁ ଅଧିକ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା କୁହାଯାଇଛି ।
ଏହି ହତ୍ୟାକାଣ୍ଡ ପଛରେ ସେଖ ୟୁସୁଫଙ୍କ ସହ ପୂର୍ବ ଶତ୍ରୁତା ଥିବାରୁ ତାଙ୍କର ମା ଏମିତି ଷଡଯନ୍ତ୍ର କରିଥିବା ପୋଲିସ କହିଛି । ସେଖ ୟୁସୁଫଙ୍କ ମା ଷଡଯନ୍ତ୍ର କରି 12 ଜଣ ଲୋକଙ୍କୁ ନିୟୋଜିତ କରି ରବି ସିଂଙ୍କୁ ହତ୍ୟା କରାଯାଇ ଥିବା ପୋଲିସ କହିଛି । ପୋଲିସ ସେହି ମହିଳାଙ୍କ ସମେତ 5 ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ହତ୍ୟାକାଣ୍ଡରେ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ