ବାଲେଶ୍ଵର: ଦୁଇ ଜଣ ଯୁବକ ଛିଡ଼ା ହୋଇଥିବାବେଳେ ଚଢିଗଲା ଟାଟା ଏସି । ଏଥିରେ ଜଣଙ୍କର ମୃତ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ବେଗୁନିଆ ପଞ୍ଚାୟତ କୁସନପୁର ଅଞ୍ଚଳରେ ।
ସୂଚନାମୁତାବକ, ଗତ ଶନିବାର ରାତିରେ ହରମୋହନ ସିଂ ଏବଂ ହରିଆ ସିଂ ନାମକ ଦୁଇ ଯୁବକ ରାସ୍ତା କଡରେ ଛିଡ଼ା ହୋଇଥିବାବେଳେ ଏକ ଟାଟା ଏସି ଗାଡି ଦ୍ରୁତଗତିରେ ଆସି ସେମାନଙ୍କ ଉପରେ ଚଢି ଯାଇଥିଲା । ଏହାପରେ ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ବାଲେଶ୍ବର ମେଡିକାଲ ନିଆଯାଇଥିଲା ।
ସେଠାରେ ଡାକ୍ତର ହରମୋହନ ସିଂଙ୍କୁ ମୃତ ଘୋଷଣା କରିଥିବାବେଳେ ହରିଆ ସିଂ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପଟେ ଏହି ଘଟଣାକୁ ନେଇ ଉତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ଗାଡିଟିକୁ ମଧ୍ୟ ରାତ୍ରରେ ପୋଡ଼ି ଦେଇଥିବାବେଳେ ଖବର ପାଇ ନୀଳଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ