ବାଲେଶ୍ବର: ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବାକୁ ଏବିଭିପିର ଦାବି । ବାଲେଶ୍ବର ସିନେମା ଛକରେ ଏକଜୁଟ ହୋଇ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ଦାବି କରିଛନ୍ତି ଏବିଭିପି କର୍ମକର୍ତ୍ତା ।
ସେହିପରି ସାମ୍ବାଦିକଙ୍କ ଉପରେ ଦିନକୁ ଦିନ ବଢୁଥିବା ଆକ୍ରମଣକୁ ନିନ୍ଦା କରିବା ସହ ଭୁବନେଶ୍ବରରେ ସାମ୍ବାଦିକାଙ୍କୁ ମାଡ ମାରିଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବାଲେଶ୍ଵର ଏବିଭିପି । ଏହାସହ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ବିପଦରେ ଥିବାରୁ ତୁରନ୍ତ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ସାମ୍ବାଦିକଙ୍କ ସୁରକ୍ଷା ଦିଗରେ ଯତ୍ନବାନ ହେବା ପାଇଁ ସେମାନେ ଦାବି କରିଛନ୍ତି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ