ETV Bharat / state

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାରରୁ ମହିଳାଙ୍କ ମୃତ୍ୟ - ଔପଦା ଥାନା

ଅସ୍ତ୍ରୋପଚାର ସମୟରେ ମହିଳାଙ୍କ ମୃତ୍ୟୁ । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ଖାଦ୍ୟନଳୀ କାଟି ଦେଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର
author img

By

Published : Jul 20, 2019, 9:46 PM IST

ବାଲେଶ୍ୱର: ଜିଲ୍ଲାର ଔପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କ ଅସ୍ତ୍ରପଚାର ସମୟରେ ମୃତ୍ୟୁ ଘଟିଛି । ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବା ପରେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହାପରେ ପରିବାର ଲୋକ ଓ ଗ୍ରାମବାସୀ ଔପଦା ଡାକ୍ତରଖାନା ସାମ୍ନାରେ ଶବ ରଖି ଧାରଣା ଦେଇଛନ୍ତି ।

ସୂଚନାନୁସାରେ, ସୋରିଷପାଳ ଗ୍ରାମର ଗଜେନ୍ଦ୍ର ପାଢ଼ୀଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କର ଗତ 15 ତାରିଖରେ ଈଶ୍ୱରପୁର ଡାକ୍ତରଖାନାରେ ପରିବାର ନିୟନ୍ତ୍ରଣ ଅସ୍ତ୍ରପଚାର କରାଯାଇଥିଲା । ମାତ୍ର ଡାକ୍ତର ଅନ୍ନପୂର୍ଣ୍ଣାଙ୍କ ଖାଦ୍ୟ ନଳୀ କାଟିଦେଇଥିବା ଅଭିଯୋଗ ହୋଇଛି। ଅନ୍ନପୂର୍ଣ୍ଣାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ବାଲେଶ୍ବର

ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ସରକାରୀ ଚାକିରୀ ସହ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକ । ତେବେ ବିଡିଓ ଓ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିବା ଜଣାପଡିଛି।

ବାଲେଶ୍ୱରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳର ଜଣେ ମହିଳା ପରିବାର ନିୟନ୍ତ୍ରଣ ଅସ୍ତ୍ରପଚାର କରିବାକୁ ଯାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପରିବାର ଲୋକ ଓ ଗ୍ରାମବାସୀ ଔପଦା ମେଡିକାଲ ଆଗରେ ଶବ ରଖି ଧାରଣା ଦେଇଥିବା ଦେଖିବାକୁ ମିଳିଛି।

Body:ସୂଚନା ଅନୁସାରେ, ଔପଦା ଥାନା ସୋରିଷପାଳ ଗ୍ରାମର ଗଜେନ୍ଦ୍ର ପାଢ଼ୀଙ୍କ ସ୍ତ୍ରୀ ଅନ୍ନପୂର୍ଣ୍ଣାଙ୍କ ଗତ 15 ତାରିଖରେ ଈଶ୍ୱରପୁର ମେଡିକାଲରେ ପରିବାର ନିୟନ୍ତ୍ରଣ ଅସ୍ତ୍ରପଚାର କରାଯାଇଥିଲା। ମାତ୍ର ଡାକ୍ତର ଅନ୍ନପୂର୍ଣ୍ଣାଙ୍କ ଖାଦ୍ୟ ନଳୀ କାଟିଦେଇଥିବା ଅଭିଯୋଗ ହୋଇଛି। ଅନ୍ନପୂର୍ଣ୍ଣାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ମେଡିକାଲକୁ ନିଆଯାଇଥିଲା। ହେଲେ ଅନ୍ନପୂର୍ଣ୍ଣା ଗତ କାଲି ଶୁକ୍ରବାର ସେଠାରେ ମୃତ୍ୟୁ ବରଣ କରିଥିଲେ। ଆଜି ପରିବାର ଲୋକ ଔପଦା ପହଞ୍ଚିବା ପରେ ମେଡିକାଲ ଆଗରେ ଶବ ରଖି ଧାରଣା ଦେଇଛନ୍ତି। ସେମାନଙ୍କ ଦାବି ଅନୁସାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ, ମୃତକ ଜଣେ ଦିନ ମଜୁରିଆ ହୋଇଥିବାରୁ ତାଙ୍କୁ ସରକାରୀ ଚାକିରୀ ଓ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି ଜଣାପଡିଛି। ଔପଦା ବିଡ଼ିଓ, ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡିଛି। Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.