ବାଲେଶ୍ବର: ଜଳେଶ୍ବର ନିମ୍ପୋ ନିକଟରୁ ମୁର୍ମୂଷୁ ଅବସ୍ଥାରେ ଜଣେ ଯୁବତୀ ଉଦ୍ଧାର । ସ୍ଥାନୀୟ ଲୋକେ ଦେଖିବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଇଛନ୍ତି । ଯୁବତୀ ଜଣକ ସଠିକ ଭାବେ ନିଜର ପରିଚୟ ମଧ୍ୟ ଦେଇପାରୁନାହାନ୍ତି । ତେବେ କିଛି ଦୁର୍ବୃତ୍ତ ତାଙ୍କୁ ନିଶା ଦେଇ ଏଠାରେ ଛାଡି ପଳାଇଥିବାର ସନ୍ଦେହ କରାଯାଉଛି ।
ମହିଳା ଜଣକୁ ପରିଚୟ ପଚାରିବାରୁ ସେ ଓଡ଼ିଶାର କହିବା ସହିତ ସେ ବିବାହିତା ବୋଲି ଜଣାପଡିଛି । ତେବେ କିଏ ଓ କାହିଁକି ତାଙ୍କୁ ଏଠାରେ ଛାଡିଛି ତାହା ସେ ସ୍ପଷ୍ଟ ଭାବେ କହିପାରୁନାହାଁନ୍ତି । ସେପଟେ ଘଟଣା ବିଷୟରେ ପୋଲିସକୁ ଖବର ଦେବା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ