ETV Bharat / state

ଡାହାଣୀ ସନ୍ଦେହରେ ବାଛନ୍ଦ, ହୋମପାଇପ ଭିତରେ ବିତୁଛି ଦିନ - allegations of Superstition in balasore

ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ମହିଷାମୁଣ୍ଡା ଗାଁରେ ଅନ୍ଧବିଶ୍ବାସ ଯୋଗୁଁ କିଛି ମଣିଷ ବାଛନ୍ଦ ହେବା ସାଙ୍ଗକୁ ଦୁର୍ଦ୍ଦଶା ଭୋଗୁଛନ୍ତି ।

ଡାହାଣୀ ସନ୍ଦେହରେ ବାଛନ୍ଦ
ଡାହାଣୀ ସନ୍ଦେହରେ ବାଛନ୍ଦ
author img

By

Published : Jan 4, 2021, 1:35 PM IST

Updated : Jan 4, 2021, 2:16 PM IST

ବାଲେଶ୍ବର: ଆଜିର ଡିଜିଟାଲ ଯୁଗରେ ବି ଅନ୍ଧବିଶ୍ବାସର ଅନ୍ଧଗଳି ଭିତରେ କିଛି ମଣିଷ ବୁଡି ରହିଛନ୍ତି। ଅନ୍ଧବିଶ୍ବାସ ଯୋଗୁଁ କିଛି ମଣିଷ ବାଛନ୍ଦ ହେବା ସାଙ୍ଗକୁ ଦୁର୍ଦ୍ଦଶା ଭୋଗୁଛନ୍ତି । ଏମିତି ଏକ ଅନ୍ଧବିଶ୍ବାସର ନିଦର୍ଶନ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତ ମହିଷାମୁଣ୍ଡା ଗାଁରେ।

ଗ୍ରାମର ଲୁସ୍କୁ ଟୁଡୁଙ୍କ ପରିବାର ଏବେ ହୋମ ପାଇପ ଭିତରେ ଜୀବନ ବିତାଉଥିବା ଦେଖିବାକୁ ମିଳିଛି। ଲୁସ୍କୁଙ୍କ ସ୍ତ୍ରୀଙ୍କୁ ଡାହାଣୀ ସନ୍ଦେହରେ ଗ୍ରାମରୁ ବାଛନ୍ଦ କରାଯାଇଥିବାରୁ ସ୍ତ୍ରୀ ଓ ପିଲାଙ୍କୁ ନେଇ ଲୁସ୍କୁ ଏବେ ଗାଁପାଖରେ ଥିବା ହୋମପାଇପ ଭିତରେ ଆଶ୍ରା ନେଇଛନ୍ତି।

ଡାହାଣୀ ସନ୍ଦେହରେ ବାଛନ୍ଦ

ଲୁସ୍କୁଙ୍କ ବଡଭାଇଙ୍କ ଦୁଇଜଣ ପୁଅ ରୋଗରେ ପଡ଼ି ମୃତ୍ୟୁବରଣ କରିଥିବାବେଳେ ସେମାନଙ୍କ ମୃତ୍ୟୁର କାରଣ ଲୁସ୍କୁଙ୍କ ସ୍ତ୍ରୀବୋଲି ଧରି ନିଆଯାଇଥିଲା। ଲୁସ୍କୁଙ୍କ ସ୍ତ୍ରୀ ରୁକ୍ମଣୀ ଡାହାଣୀ ହୋଇ ଦୁଇ ପିଲାଙ୍କୁ ମାରିଥିବା ସନ୍ଦେହରେ ତାଙ୍କୁ ଏମିତି ସନ୍ଦେହରେ ବାଛନ୍ଦ କରିଥିବା ଏହି ଦମ୍ପତି ଅଭିଯୋଗ କରିଛନ୍ତି।

ପିଲାଙ୍କୁ ନେଇ ଗରିବ ପରିବାର ଏବେ ହୋମ ପାଇପ ଭିତରେ ଦିନ କାଟୁଛନ୍ତି। ଏ ଦିଗରେ ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Jan 4, 2021, 2:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.