ETV Bharat / state

ବେଆଇନ ବାଲି ଚାଲାଣକୁ ବିରୋଧ, ଗୋଷ୍ଠୀ ସଂଘର୍ଷରେ 8 ଆହତ

author img

By

Published : Jul 15, 2019, 4:14 PM IST

ବେଆଇନ ବାଲି ଚାଲାଣକୁ ନେଇ ଜଳେଶ୍ଵର ବ୍ଲକ ଶିଖରପୁରଠାରେ ଘମାଘୋଟ ସଂଘର୍ଷ। 2ଗୋଷ୍ଠୀ ସଂଘର୍ଷରେ 8 ଆହତ ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ଵର: ବେଆଇନ ବାଲି ପରିବହନକୁ କେନ୍ଦ୍ର କରି ଜଳେଶ୍ଵର ବ୍ଲକ ଶିଖରପୁର ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଘମାସାନ ସଂଘର୍ଷ। ଏହି ଘଟଣାରେ 2 ପକ୍ଷରୁ 8 ରୁ ଅଧିକ ଆହତ ହୋଇଥିବା ଜଣାପଡିଛି। ସମସ୍ତଙ୍କୁ ଜଳେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଥାନାରେ ମାମଲା ହୋଇଥିବା ଜଣାପଡିଛି।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁସାରେ, ପ୍ରତି ଦିନ ଶିଖରପୁର ବାଲି ଖାଦାନରୁ ଶହଶହ ବାଲିଗାଡି ବେଆଇନ ଭାବେ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ବିରୋଧ ମଧ୍ୟ କରାଯାଉଥିଲା। ତେବେ ସୋମବାର ବାଲି ଚାଲାଣ ହେଉଥିବା ବେଳେ ଏହାକୁ ଗ୍ରାମବାସୀମାନେ ପ୍ରତିରୋଧ କରିଥିଲେ । ଏହା ପରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ଓ ପରେ ଉତ୍ତେଜନା ଦେଖାଦେଇଥିଲା ଏଥିରେ ଆହତ ହୋଇଥିବା 8 ଜଣ ମଧ୍ୟରେ ଜଗନ୍ନାଥ ପାତ୍ର ,ବିମଳା ପାତ୍ର,ବନିୟତି ପାତ୍ର , ବିଶ୍ବଜିତ ଜେନା, ସୁରେଶ ଚନ୍ଦ୍ର ଜେନା, ଦେବେନ୍ଦ୍ର ନାୟକ, ଦୈପାୟନ ନାୟକ ରହିଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:

DHG

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.