ETV Bharat / state

ତରଭୁଜ ଗାଡ଼ିରେ ଗଞ୍ଜେଇ ଚାଲାଣ, ଜବତ ହେଲା ୬ ଲକ୍ଷ ଟଙ୍କାର ଗଞ୍ଜେଇ

author img

By

Published : May 27, 2021, 5:00 PM IST

ବାଲେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଓ ଗାଡି ଜବତ କରାଯାଇଛି । ଏହାସହ ଦୁଇଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

6-lakh-worth-ganja-seized-in-Balasore
ତରଭୁଜ ଗାଡ଼ିରେ ଗଞ୍ଜେଇ ଚାଲାଣ, ଜବତ ହେଲା ୬ ଲକ୍ଷ ଟଙ୍କାର ଗଞ୍ଜେଇ

ବାଲେଶ୍ଵର: ବାଲେଶ୍ଵର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ଓ ଗାଡି ଜବତ କରାଯାଇଛି । ଏହାସହ 2 ଜଣଙ୍କୁ ଗିରଫ କରାଯାଇଛି ।

ଏକ ତରଭୁଜ ବୋଝେଇ ଭ୍ୟାନରେ ଗଞ୍ଜେଇ ଭୁବନେଶ୍ୱରରୁ କଲିକତା ଚାଲାଣ ହେଉଥିବା ଖବର ପାଇ ଅବକାରୀ ସୁପରିଟେଣ୍ଡେଣ୍ଟ ସେକ ଅସାଫ ଅଲ୍ଲୀ ଟିମ ନେଇ ସେରଗଡ଼ ପାଖରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ତରଭୁଜ ଆଢୁଆଳରେ ଗଞ୍ଜେଇ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା ।

110 କେଜି ଗଞ୍ଜେଇ ଜବତ କରିବା ସହ ଗାଡି ଓ ଚାଲାଣରେ ସମ୍ପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ 6 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

ବାଲେଶ୍ଵରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.