ETV Bharat / state

ପୁଣି ବାଲେଶ୍ବରରେ ଜିଞ୍ଜର କାରବାର, ଜଣେ ଗିରଫ - ପୁଣି ବାଲେଶ୍ବରରେ ଜିଞ୍ଜର କାରବାର

ଆଜି ବାଲେଶ୍ଵର ଜିଲ୍ଲା ସୋମନାଥପୁର ଅଞ୍ଚଳରେ ଅବକାରୀ ମୋବାଇଲ ଟିମ ଚଢାଉ କରି ବିପୁଳ ପରିମାଣର ଜିଞ୍ଜର ଜବତ କରିଛି । ଏଥିସହ ଜଣେ ବେପାରୀକୁ ଗିରଫ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Sep 29, 2019, 8:01 PM IST

ବାଲେଶ୍ବର: ଓଡିଶାରେ ବ୍ୟାନ ହୋଇଥିବା ନିଶାଦ୍ରବ୍ୟ ଜିଞ୍ଜର ଏବେ ବାଲେଶ୍ବରରେ ବହୁଳ କାରବାର ଚାଲିଥିବା ଜଣାପଡିଛି । ଗତମାସ ବିପୁଳ ପରିମାଣର ଜିଞ୍ଜର ସହ ବେପାରୀଙ୍କୁ ଅବକାରୀ ମୋବାଇଲ ଟିମ ଗିରଫ କରିଥିଲା । ପୁଣି ଆଜି ବାଲେଶ୍ଵର ଜିଲ୍ଲା ଷୋମନାଥପୁର ଅଞ୍ଚଳରେ ଚଢାଉ କରି ବିପୁଳ ଜିଞ୍ଜର ଜବତ କରିଛି । ଏଥିସହ ଜଣେ ବେପାରୀକୁ ଗିରଫ କରାଯାଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନାମୁତାବକ, ଅବକାରୀ ମୋବାଇଲ ଟିମର ଆଇଆଇସି ଉଦେଲାଲ ନାୟକଙ୍କ ନେତୃତ୍ବରେ ଆଜି ରେମୁଣାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଥିଲା। ସୋମନାଥପୁର ଅଞ୍ଚଳରେ ଚଢାଉବେଳେ ଏକ ସ୍ଥାନରୁ 5ଶହ ବୋତଲ ଜିଞ୍ଜର ଜବତ କରାଯିବା ସହ ଜଣେ ବେପାରୀକୁ ଗିରଫ କରାଯାଇଛି। ପ୍ରକାଶ ଥାଉକି, ଏହି ଜିଞ୍ଜର ନିଶାରେ ବିଷଧର କେମିକାଲ ଥିବାରୁ ଏହାକୁ ପିଉଥିବା ଲୋକଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଛି। ଏଥିପାଇଁ ଏହାକୁ ବ୍ୟାନ କରାଯାଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:ଓଡ଼ିଶାରେ ବ୍ୟାନ ହୋଇଥିବା ନିଶାଦ୍ରବ୍ୟ ଜିଞ୍ଜର ବାଲେଶ୍ୱରରେ ବହୁଳ କାରବାର ଚାଲିଥିବା ଜଣାପଡିଛି। ଗତମାସ ବିପୁଳ ପରିମାଣର ଜିଞ୍ଜର ସହ ବେପାରୀଙ୍କୁ ଅବକାରୀ ମୋବାଇଲ ଟିମ ଗିରଫ କରିଥିବା ବେଳେ ଆଜି ପୁଣି ବାଲେଶ୍ଵର ଜିଲ୍ଲା ଷୋମନାଥପୁର ଅଞ୍ଚଳରେ ଚଢ଼ାଉ କରି ବିପୁଳ ଜିଞ୍ଜର ଜବତ କରିବା ସହ ଜଣେ ବେପାରିକୁ ଗିରଫ କରାଯାଇଛି।
ଅବକାରୀ ମୋବାଇଲ ଟିମର ଆଇଆଇସି ଉଦେଲାଲ ନାୟକଙ୍କ ନେତୃତ୍ୱରେ ଆଜି ରେମୁଣାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଷୋମନାଥପୁର ଅଞ୍ଚଳରେ ଚଢ଼ାଉ ବେଳେ ଏକ ଜାଗାରୁ 5ଶହ ବୋତଲ ଜିଞ୍ଜର ଜବତ କରାଯାଇଥିଲା। ସେଠାରେ ଥିବା ବେପାରୀକୁ ଗିରଫ କରାଯାଇଛି। ପ୍ରକାଶ ଥାଉକି, ଏହି ଜିଞ୍ଜର ନିଶାରେ ବିଷଧର କେମିକାଲ ଥିବାରୁ ଏହାକୁ ପିଉଥିବା ଲୋକଙ୍କ ଜୀବନ ଚାଲିଯିବାର ସମ୍ଭାବନା ରହିଛି। ଏଥିପାଇଁ ଏହାକୁ ବ୍ୟାନ କରାଯାଇଥିବା ଜଣାପଡିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.