ବାଲେଶ୍ବର: କୋରୋନା ମୁକାବିଲା ପାଇଁ ବାଲେଶ୍ବର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରଚେଷ୍ଟା ଜାରି ରଖିଥିବାବେଳେ ଚିନ୍ତା ବଢାଇଲା 44 ନଂ କୋରୋନା ଆକ୍ରାନ୍ତଙ୍କ ଗସ୍ତ ବିବରଣୀ । ଗୁରୁବାର ଜାରି ହୋଇଥିବା ଗସ୍ତ ବିବରଣୀରେ, ଆକ୍ରାନ୍ତ ଜଣକ ମେଦିନିପୁରରୁ ଭୁବେନଶ୍ବର ଯିବାବେଳେ ବାଲେଶ୍ବର ବାଇପାସ ନିକଟ ଏକ ଚା ଦୋକାନରେ ଅଟକିଥିଲେ ।
ଏହି ଘଟଣାଟି ସାମ୍ନାକୁ ଆସିବା ପରେ ବାଲେଶ୍ବର ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଉକ୍ତ ଚା ଦୋକାନକୁ ଚିହ୍ନଟ କରିବା ସହ ଚା ଦୋକାନୀଙ୍କ ସମେତ ତାଙ୍କ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ପୋଲିସ ବାଲେଶ୍ବର ମେଡିକାଲର ଆଇସୋଲେସନରେ ଭର୍ତ୍ତି କରିଛି । ଏହା ସହ ସେମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ମଧ୍ୟ ପଠାଯାଇଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ