ETV Bharat / state

ଫେଲ ହେଲା ଡକାୟତି ଯୋଜନା, ବିପୁଳ ପରିମାଣର ମାରଣାସ୍ତ୍ର ଜବତ - ଡକାୟତ

ଡକାୟତି ଯୋଜନା ବେଳେ ଗିରଫ ହେଲେ 4 ଦୁର୍ବୁତ୍ତ । ଘଟଣାସ୍ଥଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କଲା ପୋଲିସ । ନିର୍ବାଚନ ସମୟରେ କୌଣସି ରାଜନୈତିକ ଆକ୍ରୋଶ ପାଇଁ ଯୋଜନା ଚାଲିଥିବା ନେଇ ସ୍ପଷ୍ଟ କଲା ବାଲେଶ୍ୱର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର
author img

By

Published : Apr 15, 2019, 7:06 PM IST

ବାଲେଶ୍ୱର: ଟାଉନ ପୋଲିସକୁ ସଫଳତା । ଏକ ବଡ ଧରଣର ଡକାୟତି ଯୋଜନା ଚାଲିଥିବା ବେଳେ ଉଦ୍ୟମକୁ ବିଫଳ କରିଛି ପୋଲିସ । ଅପରାଧୀମାନଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଛି। ଏନେଇ ସୋମବାର ଟାଉନ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ୱର

ସୂଚନାନୂଯାୟୀ, ଟାଉନ ଥାନା ଅଧିନ ବାଲିଘାଟ ଶିବ ମନ୍ଦିର ପଛପଟେ 7 ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ସଦଳବଳ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି 3 ଜଣ ଅପରାଧୀ ଫେରାର ହୋଇଯାଇଥିବା ବେଳେ ଅନ୍ୟ 4 ଡକାୟତ ପୋଲିସ ହାତରେ ଧରା ପଡ଼ିଛନ୍ତି।

ତେବେ ସେମାନଙ୍କ ନିକଟରୁ 5ଟି ବାଇକ, ଗୋଟିଏ 6 ରାଉଣ୍ଡ ବନ୍ଧୁକ, 3ଟି ଗୁଳି, 4ଟି ମୋବାଇଲ ଓ 3920 ଟଙ୍କା ସହ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଛି ପୋଲିସ। ସହରର ବ୍ୟବସାୟ ପ୍ରତିଷ୍ଠାନ ଉପରେ ସେମାନଙ୍କ ନଜର ଥିବା ପୋଲିସ ଜେରା ସମୟରେ ଜାଣିବାକୁ ପାଇଛି। ଗିରଫ ଅପରାଧୀମାନେ ପରଞ୍ଜୟ ଦାସ, ସୁରେଶ ଜେନା, ଜ୍ୟୋତିରଞ୍ଜନ ପୁହାଣ ଓ ମନୋଜ କୁମାର ଦାସ ବୋଲି ଜଣାପଡ଼ିଛି।

ତେବେ ନିର୍ବାଚନ ସମୟ ଥିବାବେଳେ କୌଣସି ରାଜନୈତିକ ଆକ୍ରୋଶ ପାଇଁ ଯୋଜନା ଚାଲିଥିବା ନେଇ ସ୍ପଷ୍ଟ କରିଛି ପୋଲିସ । ଗିରଫ ଅଭିଯୁକ୍ତମାନଙ୍କ ନାଁରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି । ବାଲେଶ୍ୱର ସହରରେ ଏମିତି ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ପୋଲିସ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ଆଡ଼ିସିନାଲ ଏସପି ତପନ କୁମାର ପଟ୍ଟନାୟକ, ଡିଏସପି ଉମେଶ କୁମାର ପଣ୍ଡା, ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:ବାଲେଶ୍ୱର ଟାଉନ ପୋଲିସ ଏକ ବଡ ଧରଣର ଡକାୟତି ଉଦ୍ୟମକୁ ବିଫଳ କରାଇଛି। ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ପୋଲିସ ଅପରାଧୀମାନଙ୍କୁ ଗିରଫ କରିବା ସହ ବନ୍ଧୁକ ଓ ବିଭିନ୍ନ ମାରଣାସ୍ତ୍ର ଜବତ କରିବାରେ ସଫଳ ହୋଇଛି। ଏନେଇ ଆଜି ଟାଉନ ଥାନାରେ ଏକ ସମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଯେଉଁଥିରେ ପୋଲିସ କହିଛି ଅପରାଧୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ।

Body:ଟାଉନ ଥାନା ଅଧିନ ବାଲିଘାଟ ଶିବ ମନ୍ଦିର ପଛପଟେ 7ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିଲେମ ଏହି ଖବର ପୋଲିସ ପାଖରେ ଜଣେ ସ୍ଥାନୀୟ ବାସିନ୍ଦା ଦେଇଥିଲେ। ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ପୋଲିସ କର୍ମଚାରୀଙ୍କୁ ନେଇ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ପୋଲିସକୁ ଦେଖି 3ଜଣ ଅପରାଧୀ ଫେରାର ହୋଇଯାଇଥିବା ବେଳେ 4ଜଣ ପୋଲିସ ହାତରେ ଧରା ପଡ଼ିଥିଲେ। ସେମାନଙ୍କ ନିକଟରୁ 5ଟି ବାଇକ, ଗୋଟିଏ 6ରାଉଣ୍ଡ ବନ୍ଧୁକ, ଗୋଟିଏ ସିଙ୍ଗଲ ସଟ ପିସ୍ତଲ, 3ଟି ଲୁହା ରଡ, 3ଟି ଜୀବନ୍ତ ଗୁଳି, 4ଟି ମୋବାଇଲ, ଛୁରୀ ଓ 3920 ଟଙ୍କା ଜବତ କରିଥିଲା ପୋଲିସ। ସେମାନଙ୍କୁ ପଚରା ଉଚୁରା ପରେ ସହରର ବ୍ୟବସାୟ ପ୍ରତିଷ୍ଠାନ ଉପରେ ସେମାନଙ୍କ ନଜର ଥିବା ପୋଲିସ ଜାଣିବାକୁ ପାଇଥିଲା। ଗିରଫ ଅପରାଧିମାନେ ପରଞ୍ଜୟ ଦାସ, ସୁରେଶ ଜେନା, ଜ୍ୟୋତିରଞ୍ଜନ ପୁହାଣ ଓ ମନୋଜ କୁମାର ଦାସ ବୋଲି ଜଣାପଡ଼ିଛି।

Conclusion:ତେବେ ଆଗକୁ ନିର୍ବାଚନ ଥିବା ବେଳେ କୌଣସି ରାଜନୈତିକ ଆକ୍ରୋଶ ପାଇଁ ଯୋଜନା ଚାଲିଥିବା ନେଇ ପୋଲିସ ସ୍ପଷ୍ଟ କରିଛି ଯେ ଏହା ଡକାୟତି ପାଇଁ ଯୋଜନା ଚାଲିଥିଲା। ଗିରଫ ଅଭିଯୁକ୍ତମାନଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ପୋଲିସ କହିଛି। ବାଲେଶ୍ୱର ସହରରେ ଏମିତି ଗ୍ୟାଙ୍ଗ ସକ୍ରିୟ ଥିବା ବେଳେ ପୋଲିସ ସେମାନଙ୍କ ଉପରେ ତୀକ୍ଷ୍ମ ନଜର ରଖିଛି ବୋଲି କହିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆଡ଼ିସିନାଲ ଏସପି ତପନ କୁମାର ପଟ୍ଟନାୟକ, ଡିଏସପି ଉମେଶ କୁମାର ପଣ୍ଡା, ଟାଉନ ଥାନା ଆଇଆଇସି ସରୋଜିନୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ବାଇଟ- ତପନ କୁମାର ପଟ୍ଟନାୟକ(ଆଡ଼ିସିନାଲ ଏସପି)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.