ETV Bharat / state

ଆତସବାଜିରେ 3 ବଖରା ପୋଡି ପାଉଁଶ

ବାହାଘର ଆତସବାଜିରେ ପୋଡି ଯାଇଛି ଜଣଙ୍କର କଷ୍ଟ ଅର୍ଜିତ ଧନ । ବାହାଘରରେ ମଜା କରିବାକୁ ଯାଇ ଲଗାଯାଇଥିବା ଆତସବାଜିରେ ଦେଖୁଦେଖୁ ପୋଡିଯାଇଥିଲା 3 ବଖରା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 28, 2019, 8:36 PM IST

ବାଲେଶ୍ବର: ବାହାଘର ଆତସବାଜିରେ ପୋଡି ଯାଇଛି ଜଣଙ୍କର କଷ୍ଟ ଅର୍ଜିତ ଧନ । ବାହାଘର ଆତସବାଜିରେ ଚକଜଗନ୍ନାଥପୁର ଅଞ୍ଚଳର ଦେବେନ୍ଦ୍ର ପାତ୍ରଙ୍କ 3 ବଖରା ପୋଡ଼ ପାଉଁଶ ହୋଇଯାଇଛି । ସୋର ଥାନା ଗୁଡ ଅଞ୍ଚଳରୁ ଏକ ବିରାଟ ପଟୁଆରରେ ଆସି ଆତସବାଜି ଆରମ୍ଭ କରିଥିଲେ ବରଯାତ୍ରୀ । ହେଲେ ନିଆଁ ଝୁଲରେ କ୍ଷଣକରେ ପୋଡିଯାଇଥିଲା ଦେବେନ୍ଦ୍ର ପାତ୍ରଙ୍କ 3 ବଖରା ଚାଳ ଘର ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ସୂଚନା ଅନୁଯାୟୀ ସୋର ଥାନା ଗୁଡ ପଞ୍ଚାୟତରୁ ବରଯାତ୍ରୀ ବାହାରିଥିଲା ଚକଜଗନ୍ନାଥପୁର ପଞ୍ଚାୟତର ଗୋପୀନାଥ ମହାଳିକଙ୍କ ଘରକୁ । ହେଲେ କନ୍ୟାଘରେ ପହଞ୍ଚିବା ପୂର୍ବରୁ ପାଖରେ ଥିବା ଏକ ପଡିଆରେ ଆରମ୍ଭ ହୋଇଥିଲା ଆତସବାଜି । ଫଳରେ ନିଆଁ ଝୁଲରେ ନିକଟରେ ଥିବା ଦେବେନ୍ଦ୍ର ପାତ୍ରଙ୍କ ଚାଳ ଘର କ୍ଷଣିକରେ ପୋଡି ପାଉଁଶ ହୋଇଯାଇଥିଲା ।

ଏନେଇ ସ୍ଥାନୀୟ ଲୋକେ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ହେଲେ ଦମକଳ ବାହିନୀ ପହଞ୍ଚିବା ଆଗରୁ ପୋଡିଯାଇଥିଲା ଦେବେନ୍ଦ୍ରଙ୍କ ସମ୍ପତ୍ତି । ଏହି ଅଗ୍ନିକାଣ୍ଡରେ ଦେବେନ୍ଦ୍ରଙ୍କ ଘରର ସମସ୍ତ ଆସବାବପତ୍ର ସହ ଧାନ ଚାଉଳ ନଷ୍ଟ ହୋଇଥିବା ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.