ETV Bharat / state

ବାଲେଶ୍ବରରେ ଟ୍ରକ ଧକ୍କାରେ ଷଣ୍ଢ ମୃତ୍ୟୁକୁ ନେଇ ଉତ୍ତେଜନା

ବାଲେଶ୍ବରରେ ଟ୍ରକ୍ ଧକ୍କାରେ 3ଟି ଷଣ୍ଢଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି । ଅଧିକ ପଢନ୍ତୁ...

ବାଲେଶ୍ବର ସଡକ ଦୁର୍ଘଟଣାରେ ଷଣ୍ଢ ମୃତ୍ୟୁକୁ ନେଇ ଉତ୍ତେଜନା

author img

By

Published : Nov 22, 2020, 5:01 PM IST

ବାଲେଶ୍ଵର: ଜିଲ୍ଲା ସ୍ଥିତ ସୋରରେ ପଥର ବୋଝେଇ ଟ୍ରକ ଧକ୍କାରେ 3ଟି ଷଣ୍ଢଙ୍କ ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି । ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ ମଧ୍ୟ କରିଛନ୍ତି । ଫଳରେ ଗାଡି ମୋଟର ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି ।

ବାଲେଶ୍ବର ସଡକ ଦୁର୍ଘଟଣାରେ ଷଣ୍ଢ ମୃତ୍ୟୁକୁ ନେଇ ଉତ୍ତେଜନା

ସୂଚନା ଅନୁଯାୟୀ, ସୋର ଥାନା ବାଗୁଡି ଅଞ୍ଚଳର ପଥର ଖାଦାନରୁ ଦୈନିକ ଶତାଧିକ ପଥର ବୋଝେଇ ଟ୍ରକ ଯିବା ଆସିବା କରନ୍ତି । ରାସ୍ତା କଡରେ ଶୋଇଥିବା 3ଟି ଷଣ୍ଢ ଉପରେ ଆଜି(ରବିବାର) ଏକ ଟ୍ରକ ଭାରସାମ୍ୟ ହରାଇ ଚଢି ଯାଇଥିଲା । ଫଳରେ 3ଟି ଷଣ୍ଢଙ୍କ ମୃତ୍ୟୁ ହୋଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଟ୍ରକକୁ ଅଟକ ରଖିବା ସହ ରାସ୍ତାରୋକ କରିଥିଲେ । ତେବେ ବେପରୁଆ ଗାଡି ଚାଳନା ଯୋଗୁଁ ଉକ୍ତ ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଉତ୍ତ୍ୟକ୍ତ ଲୋକେ ଅଭିଯୋଗ କରିଛନ୍ତି । ଦୀର୍ଘସମୟ ପରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.