ବାଲେଶ୍ବର: ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବ୍ରାଉନସୁଗାର କାରବାର । ଏନେଇ ପାଟ୍ରୋଲିଂକୁ କଡାକଡି କରିଛି ଅବକାରୀ ବିଭାଗ । ଆଜି ସକାଳ ସମୟରେ ପାଟ୍ରୋଲିଂ କରୁଥିବା ସମୟରେ ଜଳେଶ୍ବରରୁ ପୁଣି ୧୫୦ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ଏଥି ସହ ୨ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମଧ୍ୟରେ ଜଣେ ମହିଳା ଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର ସମୟରେ ଅବକାରୀ ବିଭାଗର ଏକ 10 ଜଣିଆ ଟିମ 60 ନଂ ଜାତୀୟ ରାଜପଥ ଚଳନ୍ତି ଛକଠାରେ ପାଟ୍ରୋଲିଂ କରୁଥିବା ସମୟରେ ଏକ ଭ୍ୟାନ ଉପରେ ସନ୍ଦେହ କରିଥିଲେ । ଫଳରେ ଗାଡିଟିକୁ ଅଟକାଇ ଯାଞ୍ଚ କରିବା ସମୟରେ ଗାଡିରୁ ୧୫୦ ଗ୍ରାମ ବ୍ରାଉନସୁଗାର ଜବତ କରିଥଲା ଅବକାରୀ ବିଭାଗ । ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ