ବାଲେଶ୍ବର: ସହରରେ ଥିବା କୋର୍ଟ ସ୍ଥାନାନ୍ତର ପାଇଁ ଜଳେଶ୍ବର ବନ୍ଦ ଡାକରା ଦିଆଯାଇଛି । ସକାଳ 6ରୁ ସଂନ୍ଧ୍ୟା6 ପର୍ଯ୍ୟନ୍ତ ଜଳେଶ୍ବର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । କୋର୍ଟକୁ ଲକ୍ଷ୍ମଣନାଥ ରୋଡକୁ ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଛି ।
ସକାଳ 10ଟା 30ମିନିଟରେ କୋର୍ଟ କାର୍ଯ୍ୟ ଆରମ୍ଭ ହେବାବେଳେ ଜଳେଶ୍ବର ବନ୍ଦ ଡାକରା ଦେଇଥିବା କମିଟିର ସଦସ୍ୟ କୋର୍ଟ ଆଗରେ ହୋ ହାଲ୍ଲା କରିଥିଲେ । ସେଠାରେ ପୋଲିସ ଓ ତହସିଲଦାର ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ଉତ୍ତେଜନାକୁ ଦୃଷ୍ଟିରେ ରଖି 2ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ