ETV Bharat / state

ସର୍ବ କନିଷ୍ଠ ଲେଖକ ବ୍ରେଭୋ ୱାର୍ଲ୍ଡ଼ ରେକର୍ଡରେ ଓଡିଆ ପୁଅ ସୁଦିପ୍ତ - Brevo World world record secured by odia son pradeepta

ବଲାଙ୍ଗୀରର ଜଣେ ସର୍ବ କନିଷ୍ଠ ଲେଖକ ବୟସ ମାତ୍ର 18 ବର୍ଷ ହେଲେ ଇଂରାଜୀରେ ପୁସ୍ତକ ଲେଖି ସେ ଏବେ ବ୍ରେଭୋ ୱାର୍ଲ୍ଡ଼ ରେକର୍ଡରେ ପାଇଛନ୍ତି ସ୍ଥାନ । ଯାହାକୁ ନେଇ ତାଙ୍କ ପରିବାର ଲୋକେ ଖୁସି ଥିବା ବେଳେ ସାରା ଜିଲ୍ଲାରେ ଚର୍ଚ୍ଚା ଜୋର ଧରିଛି। ଅଧିକ ପଢନ୍ତୁ...

ସର୍ବ କନିଷ୍ଠ ଲେଖକ ବ୍ରେଭୋ ୱର୍ଲ୍ଡ଼ ରେକର୍ଡରେ ଓଡିଆ ପୁଅ ସୁଦିପ୍ତ

author img

By

Published : Mar 13, 2021, 8:35 AM IST

Updated : Mar 13, 2021, 12:57 PM IST

ବଲାଙ୍ଗୀର: ସର୍ବ କନିଷ୍ଠ ଲେଖକ । ବୟସ ମାତ୍ର 18 ବର୍ଷ ହେଲେ ଇଂରାଜୀରେ ପୁସ୍ତକ ଲେଖି ସେ ଏବେ ବ୍ରେଭୋ ୱାର୍ଲ୍ଡ଼ ରେକର୍ଡରେ ପାଇଛନ୍ତି ସ୍ଥାନ। ଆମେ କହୁଛୁ କଣ୍ଟାବାଞ୍ଜି ସହରର ଦାମଦୋର ସାହୁ ଏବଂ ପ୍ରତିମା ସାହୁଙ୍କ ଏକମାତ୍ର ପୁଅ ସୁଦିପ୍ତ କୁମାର ସାହୁଙ୍କ କଥା ।

ସୁଦିପ୍ତ କମ ବୟସରୁ ଭିନ୍ନ ଭିନ୍ନ ଲେଖକଙ୍କ ବହି ପଢିବାରେ ରୁଚି ରଖୁଥିଲେ । ତେବେ ସ୍କୁଲ, କଲେଜ ସମୟରେ ଭଲ ପାଢ ପଢୁଥିବା ବେଳେ ସେ କେବେ ଚାକିରି କରିବି ବୋଲି ଚିନ୍ତା ନକରି ବ୍ୟବସାୟ ଆରମ୍ଭ କରି ଏକ ସଫଳ ବ୍ୟବସାୟୀ ହେବି ବୋଲି ଭାବିଥିଲେ ।

ସର୍ବ କନିଷ୍ଠ ଲେଖକ ବ୍ରେଭୋ ୱାର୍ଲ୍ଡ଼ ରେକର୍ଡରେ ଓଡିଆ ପୁଅ ସୁଦିପ୍ତ

ପ୍ରଥମେ ପ୍ରଥମେ ବ୍ୟବସାୟକୁ ନେଇ ଅନେକ ପତ୍ର ପ୍ରତିକାରେ ତାଙ୍କର ଲେଖା ବାହରୁଥିଲା । ଯୁକ୍ତ ଦୁଇ ପ୍ର୍ରଥମ ବର୍ଷ ପଢୁଥିବା ସମୟରେ ସୁଦିପ୍ତ ଇଂରାଜୀ ଭାଷାରେ ମନୁଆଲ ଅପ୍ ସ୍ଟାଟଅପ୍ ବିଜ୍‌ନେସ ନାମକ ଏକ ପୁସ୍ତକ ଲେଖିଥିଲେ। ବର୍ତ୍ତମାନ ସମୟରେ ଏହି ପୁସ୍ତକ ଦିଲ୍ଲୀର ବ୍ଲୁରୋଜ ନାମକ ପ୍ରକାଶକ ଏହାକୁ ପ୍ରକାଶନ କରୁଛି । ଏହି ସମୟରେ ସୁଦିପ୍ତଙ୍କୁ ଏହି ପୁସ୍ତକକୁ ପାଇଁ ସର୍ବ କନିଷ୍ଠ ଲେଖକ ଭାବେ ବ୍ରାଭୋ ଇଣ୍ଟର ନ୍ୟାସନାଲ ବୁକ ଅପ୍ ୱାର୍ଲ୍ଡ଼ ରେକର୍ଡ ସ୍ଥାନ ମିଲିଛି ।

ସୁଦିପ୍ତଙ୍କ ଏହି ସଫଳତାକୁ ନେଇ ପରିବାର ମଧ୍ୟରେ ବେଶ ଖୁସିଥିବା ପରିବାର କହିଛନ୍ତି । ଇଂରାଜୀ ଭାଷାରେ ମନୁଆଲ ଅପ୍ ସ୍ଟାଟଅପ୍ ବିଜ୍‌ନେସ ପୁସ୍ତକ ଆମାଜନ ଭଲି ଭିନ୍ନ ଭିନ୍ନ ଆପରେ ଉପଲବ୍ଧ ରହିଛି । ପୁସ୍ତକ ଆନ୍ତଜାର୍ତିୟ ପୁସ୍ତକ ମେଳାରେ ମଧ୍ୟ ସାମିଲ ହୋଇଥିବା ସୁଦିପ୍ତ କହିଛନ୍ତି ।

ପରିବାର ଲୋକ କହିବା ଅନୁସାରେ ସୁଦିପ୍ତ ଭଲ ପାଢ ପଢୁଥବା ବେଳେ ସେ କେବେ ଚାକିରି କରିବେ ନାହିଁ ସମାଜସେବା ଓ ବ୍ୟବସାୟ ଆରମ୍ଭ କରିବି ବୋଲି କହୁଥିଲେ । ସୁଦିପ୍ତଙ୍କ ବାପା ଆଇନଜିବି ଏବଂ ବଡ ବାପା ଶିକ୍ଷାବିତ ହୋଇଥିବା ବେଳେ ପରିବାରରୁ କିଏ ବ୍ୟବସାୟ ଆରମ୍ଭ କରିନାହିଁ ତେଣୁ ଭଲ ଚାକିରି କରିବା ପାଇଁ କହୁଥିଲେ । ଏହି ଭିତରେ ସୁଦିପ୍ତ ଘରେ କିଛି ନକହି ଲୁଚି ଲୁଚି ପୁସ୍ତକ ଲେଖିବା ଆରମ୍ଭ କଲେ । ଭବିଷ୍ୟତରେ ସୁଦିପ୍ତ ଜଣେ ବଡ ଶିଳ୍ପପତି ହେବା ସହ ସମାଜସେବା କାମରେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Mar 13, 2021, 12:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.