ETV Bharat / state

ସୈତାନ ସାଜିଲା ଜେଲ୍‌ ଫେରନ୍ତା ଭାଇ, ବଡ଼ ଭାଇକୁ ପଥରରେ ଛେଚି କଲା ହତ୍ୟା

ସୈତାନ ସାଜିଲା ଜେଲ୍ ଫେରନ୍ତା ଭାଇ। ପାରିବାରିକ କଳହକୁ ନେଇ ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା ସାନଭାଇ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ କନ୍ଦେଇ ଗ୍ରାମରେ । ଅଧିକ ପଢ଼ନ୍ତୁ

ସୈତାନ ସାଜିଲା ଜେଲ ଫେରନ୍ତା ଭାଇ: ବଡ଼ ଭାଇକୁ ପଥରରେ ଛେଚି କଲା ହତ୍ୟା

author img

By

Published : Nov 9, 2022, 7:04 AM IST

ବଲାଙ୍ଗିର : ପାରିବାରିକ କଳହକୁ ନେଇ ବଡ଼ ଭାଇକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କଲା ସାନଭାଇ(younger brother killed elder brother)। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅନ୍ତର୍ଗତ କନ୍ଦେଇ ଗ୍ରାମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଏହି ଗାଁର ପ୍ରଫୁଲ୍ଲ ପ୍ରସାଦ ବାଗ ଓ ତାଙ୍କ ସାନ ଭାଇ ତିଳକ ବାଗଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା(brother killed elder brother of family dispute)।

ତେବେ ଆଜି(ମଙ୍ଗଳବାର) ବଡ଼ ଭାଇ ପ୍ରଫୁଲ୍ଲ ପ୍ରସାଦ ବାଗ ଗାଁ ପୋଖରୀକୁ ଯାଇଥିବା ବେଳେ ସାନ ଭାଇ ତିଳକ ବାଗ ସେଠିକୁ ଯାଇଥିଲା । ସେଠି ଦୁଇ ଭାଇଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା ହେଉଥିଲା । ହେଲେ କୌଣସି କଥାକୁ ନେଇ ଦୁଇ ଭାଇଙ୍କ ଭିତରେ ବଚସା ହୋଇଥିଲା। ଏଥିରେ ଉତକ୍ଷୀପ୍ତ ହୋଇ ଉଠିଥିଲା ସାନ ଭାଇ ତିଳକ ବାଗ । ଏହାପରେ ତିଳକ ବଡ଼ ଭାଇକୁ ମାଡ଼ ମାରିଥିଲା ।

ତେବେ ଭାଇର ଆକ୍ରମଣରୁ ପ୍ରଫୁଲ୍ଲ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ନିଜକୁ ବଞ୍ଚାଇ ପାରିନଥିଲେ ପ୍ରଫୁଲ । ତିଳକ ପ୍ରଫୁଲ୍ଲଙ୍କ ଉପରେ ଏକ ପଥର ଛେଚି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଜାଣିବା ପରେ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଫୁଲ୍ଲକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏ ସମ୍ପର୍କରେ ଖବରପାଇ ତୁରେକେଲା ପୋଲିସ ଓ କଣ୍ଟାବାଞ୍ଜି ଏସଡିପିଓ ଘଟଣାସ୍ଥଳରେ ପହଞ୍ଚିଥିଲେ(younger brother killed elder brother in Balangir) ।

ଏହି ହତ୍ୟାକାଣ୍ଡର ଅଭିଯୁକ୍ତ ତିଳକ ବାଗକୁ ଗିରଫ କରିଛି ପୋଲିସ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ କରୁଛି ପୋଲିସ । ସୂଚନା ଅନୁସାରେ ତିନି ବର୍ଷ ଆଗରୁ ତିଳକ ବାଗ ମହାରାଷ୍ଟ୍ର ନାଗପୁରରେ ଏକ ହତ୍ୟା ମାମଲାରେ ଜେଲ୍‌ରେ ଥିଲା । ନିକଟରେ ଜେଲରୁ ମୁକୁଳି ଗାଁକୁ ଆସିଥିଲା । ତେବେ ଏହି ଘଟଣାକୁ ନେଇ ପରିବାରେ ଶୋକରଛାୟା ଖେଳିଯାଇଛି । ସେପଟେ ଏହି ଘଟଣାପରେ ଗାଁରେ ପୋଲିସ ସମସ୍ତଙ୍କୁ ପଚରାଉଚରା କରୁଛି । ତେବେ ନିଜ ବଡ଼ ଭାଇକୁ କାହିଁକି ହତ୍ୟାକଲା ତିଳକ ତାହାର କାରଣ ଏବେ ବି ଅସ୍ପଷ୍ଟ ରହିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.