ବଲାଙ୍ଗୀର: ଜିଲ୍ଲାର ଆଗଲପୁର ବ୍ଲକ ଝରଣୀ ଗ୍ରାମରୁ ସୋମବାର ଜଣେ ଯୁବକର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏକତରଫା ପ୍ରେମ ଯୋଗୁଁ ଯୁବକ ଜଣକ ଆତ୍ମହତ୍ୟା କରିଥାଇପାରେ ବୋଲି ଲୋକମାନେ ସନ୍ଦେହ କରୁଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରଖିଛି ।
ମିଳିଥିବା ସୂଚନା ଅନୁସାରେ ଯୁବକ ଜଣକ ବର୍ଗଫ ଜିଲ୍ଲାର ହୋଇଥିବା ବେଳେ ତାର ପରିଚୟ ପରେଶ ପ୍ରଧାନ ବୋଲି ଜଣାପଡ଼ିଛି । ତେବେ ଏହି ଯୁବକ ଅନ୍ୟ କିଛି ଯୁବକଙ୍କ ସହ ଧାନ କଟା ମେସିନ ନେଇ ଝରଣୀ ଗ୍ରାମକୁ କାମ ପାଇଁ ଆସିଥିଲା। । ସୋମବାର ଫୋନରେ ଜଣକ ସହ କଥା ହେବା ପରେ ସେ ନିଖୋଜ ହୋଇଯାଇଥିଲା । ସନ୍ଧ୍ୟା ହୋଇଯିବା ପରେ ଯୁବକ ଜଣକ ନ ଫେରିବାରୁ ତା' ସହ କାମ କରୁଥିବା ଲୋକମାନେ ଖୋଜାଖୋଜି କରିଥିଲେ ।
ତେବେ ଖୋଜାଖୋଜି ପରେ ଲୋକମାନେ ଗ୍ରାମ ପାଖ ଏକ ଗଛରୁ ତାର ମୃତଦେହ ଝୁଲୁ ଥିବାର ଦେଖି ପୋଲିସକୁ ଖବର ଦେଇଥିଲେ । ଲୋଇସିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି । ମୃତ ଯୁବକର ଏକ ତରଫା ପ୍ରେମ ଥିଲା, ଏଥିଲାଗି ସେ ଆତ୍ମହତ୍ୟା କରି ଥାଇପାରେ ବୋଲି ସାଧାରଣ ଲୋକମାନେ ସନ୍ଦେହ କରୁଥିବାର ଜଣାପଡିଛି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ