ETV Bharat / state

ପ୍ରେମିକାକୁ ଦୁଷ୍କର୍ମ ପରେ ଜୀବନ ନେବାକୁ ବସିଥିଲା ପ୍ରେମିକ, ବାନ୍ଧିଲା ପୋଲିସ - etv bharat odisha

ପ୍ରେମିକାକୁ ଦୁଷ୍କର୍ମ କରିବା ପରେ ହତ୍ୟା ଉଦ୍ୟମ କଲା ପ୍ରେମିକ । ଅଭିଯୋଗ ପରେ ପ୍ରେମିକକୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

young man arrested after attempted murder

author img

By

Published : Mar 9, 2023, 2:44 PM IST

ବଲାଙ୍ଗୀରରୁ ପ୍ରେମିକ ଗିରଫ

ବଲାଙ୍ଗୀର: ପ୍ରେମିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କଲା ପ୍ରେମିକ । ଅଭିଯୁକ୍ତ ପ୍ରେମିକକୁ ଗିରଫ କଲା ପୋଲିସ । ପ୍ରେମିକା ଶାରୀରିକ ସମ୍ବନ୍ଧ ରଖିବାକୁ ମନା କରିବା ପରେ ପ୍ରେମିକ ଦୁଷ୍କର୍ମ କରିଥିଲା । ଏହାପରେ ପ୍ରେମିକ ହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଅଳ୍ପକେ ଯୁବତୀ ଜଣଙ୍କ ବର୍ତ୍ତି ଯାଇଥିଲେ । ଗତ 7 ତାରିଖ ଦିନ ବଲାଙ୍ଗୀର ଜିଲ୍ଲାରୁ ଏହି ଘଟଣା ସାମ୍ନାକୁ ଆସିଥିଲା ।

କନ୍ଧପାଲି ବନ୍ଧ ନିକଟରୁ ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଏହାପରେ ତାଙ୍କୁ ଭୀମଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଏବେବି ତାଙ୍କର ଚିକିତ୍ସା ଜାରି ରହିଛି । ବରଗଡ ଅଞ୍ଚଳର ଜନୈକା ଯୁବତୀ ବାପାମାଆଙ୍କ ମୃତ୍ୟୁ ପରେ ପେଟ ପୋଷିବା ଆଶାରେ ବଲାଙ୍ଗୀରରେ ଆସି ରହୁଥିଲେ । ଏଠାରେ ଦୀର୍ଘ ତିନି ବର୍ଷ ହେଲା ଘରଘର ବୁଲି କାମ କରି ନିଜ ପେଟ ପୋଷୁଥିଲେ ଯୁବତୀ ।

ଏହି ସମୟରେ ଏଠାକାର ଦାସ ବାଘ ନାମକ ଜଣେ ଯୁବକଙ୍କ ସହ ତାଙ୍କର ଦେଖା ହୋଇଥିଲା । ପରେ ଧୀରେଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଗତ 7 ତାରିଖ ଦିନ ପ୍ରେମିକ ଦାସ ବାଘ ପ୍ରେମିକାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ କହିଥିଲା । ହେଲେ ଏଥିରେ ରାଜି ହୋଇନଥିଲେ ଯୁବତୀ । ଶାରିରୀକ ସମ୍ପର୍କ ରଖିବା ପାଇଁ ମନା କରିବାକୁ ରାଗି ଯାଇ ପ୍ରେମିକ ତାଙ୍କୁ ଏକ ନିଛାଟିଆ ସ୍ଥାନରେ ଥିବା ପୋଖରୀ ପାଖକୁ ନେଇ ଦୁଷ୍କର୍ମ କରିଥିଲା । ଏହାପରେ ଲୋକଲଜ୍ଜା ଭୟରେ ପ୍ରେମିକାକୁ ହତ୍ୟା କରିବା ପାଇଁ ଭୁଜାଲିରେ ମରଣାନ୍ତକ ଆକ୍ରମଣ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଶାରିରୀକ ସମ୍ପର୍କ ପାଇଁ ଅରାଜି ହେବାରୁ ପ୍ରେମିକାକୁ ଭୁଜାଲିରେ ଆକ୍ରମଣ

କିନ୍ତୁ କୌଶଳ କ୍ରମେ ଯୁବତୀ ସେଠାରୁ ଖସି ପଳାଇ ଆସିଥିବା ବେଳେ ଅତ୍ୟଧିକ ରକ୍ତ ଶ୍ରାବ ହେତୁ ରାସ୍ତାରେ ଅଚେତ ହୋଇ ପଡି ଯାଇଥିଲେ। ଏବଂ ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେପଟେ ବଲାଙ୍ଗୀର ଟାଉନ ପୋଲିସ ଏହି ଘଟଣାର ତଦନ୍ତ କରିବା ସହ ଯୁବତୀର ବୟାନ ରେକର୍ଡ କରି ସମ୍ପୃକ୍ତ ଯୁବକ ଦାସ ବାଗଙ୍କ ବିରୋଧରେ ଥାନାରେ କେସ ନମ୍ବର 114ରେ ଏକ ମାମଲା ରୁଜୁ କରିଥିଲା । ଏହାପରେ ଯୁବକଙ୍କୁ ଗିରଫ କରାଯାଇ ଡାକ୍ତରୀ ମାଇନା କରାଯିବା ପରେ ଆଜି କୋର୍ଟ ଚାଲାଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡିପି ଓ ତୁଫାନ ବାଗ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.