ETV Bharat / state

ଧୁମଧାମରେ ଦୋଳ ମହୋତ୍ସବ ପାଳିଲେ ଯାଦବ ସମାଜ

author img

By

Published : Mar 18, 2022, 10:25 PM IST

ବଲାଙ୍ଗୀର ଜିଲ୍ଲାରେ ଯାଦବ ଭାଇଭଉଣୀ ମାନେ ରୀତିନୀତି ପରମ୍ପରା ଅନୁଯାୟୀ ଧୁମଧାମରେ ଦୋଳ ପୂର୍ଣ୍ଣିମା ପାଳନ କରିଛନ୍ତି । ଏହି ଉତ୍ସବରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭିପି ସିଂହଙ୍କ ନାତୁଣୀ ମଧ୍ୟ ଯୋଗ ଦେଇଥିଲେ । ଅଧିକ ପଢ଼ନ୍ତୁ

ଧୁମଧାମରେ ଦୋଳ ମହୋତ୍ସବ ପାଳିଲେ ଯାଦବ ସମାଜ
ଧୁମଧାମରେ ଦୋଳ ମହୋତ୍ସବ ପାଳିଲେ ଯାଦବ ସମାଜ

ବଲାଙ୍ଗୀର: ଜିଲ୍ଲାରେ ଯାଦବ ଭାଇଭଉଣୀ ମାନେ ରୀତିନୀତି ପରମ୍ପରା ଅନୁଯାୟୀ ଧୁମଧାମରେ ଦୋଳ ପୂର୍ଣ୍ଣିମା ପାଳନ କରିଛନ୍ତି । ବଲାଙ୍ଗୀର ଯାଦବ ଭବନରେ ଏହି ଭବ୍ୟ ସମାରୋହର ଆୟୋଜନ କରାଯାଇଥିଲା । ଏଥିରେ ପାରମ୍ପରିକ ବାଡ଼ିଖେଳ ସହ ପାରମ୍ପରିକ ବାଦ୍ୟ ସଙ୍ଗୀତରେ ଯାଦବମାନେ ଝୁମିଛନ୍ତି ।

ଧୁମଧାମରେ ଦୋଳ ମହୋତ୍ସବ ପାଳିଲେ ଯାଦବ ସମାଜ

ଦୀର୍ଘ ଦୁଇ ବର୍ଷ ପରେ ଏହି ଦୋଳ ମହୋତ୍ସବ ଆୟୋଜନ ହୋଇଛି । ଯାଦବମାନେ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତି ନେଇ ସହର ପରିକ୍ରମା କରିଥିଲେ । ଏହି ଦୋଳ ମହୋତ୍ସବରେ ବଲାଙ୍ଗୀର ରାଜା ପରିବାରର ରାଜକୁମାର ଅର୍କେଶ୍ ସିଂହଦେଓ ଓ ତାଙ୍କ ପତ୍ନୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତୁଣୀ ଅଦ୍ରିଯା ମଞ୍ଜରୀ ସିଂହଦେଓ ମଧ୍ୟ ସାମିଲ ହୋଇଥିଲେ । ଦୁହେଁ ଯୁଗଳ ମୂର୍ତ୍ତିଙ୍କ ପାଲିକି କାନ୍ଧେଇ ସହର ପରିକ୍ରମାର ଶୁଭାରମ୍ଭ କରିଥିଲେ । ଅର୍କେଶ୍ ସିଂହଦେଓ ଓ ତାଙ୍କ ପତ୍ନୀ ହୋଲି ଅବସରରେ ବଲାଙ୍ଗୀରବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।

ଦୀର୍ଗତ ଦୁଇ ବର୍ଷ ପରେ ଦୋଳ ଉତ୍ସବ ଆୟୋଜନ ହେଉଥିବାରୁ ଅଦ୍ରିଯା ମଞ୍ଜରୀ ସିଂହଦେଓ ଖୁସି ଜାହିର କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଖୁସି ଦ୍ବିଗୁଣିତ ହୋଇଛି ବୋଲି କହିଛନ୍ତି ଅର୍କେଶ୍ ସିଂହଦେଓଙ୍କ ପତ୍ନୀ । ପୌର ନିର୍ବାଚନରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶା ରଖିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.