ETV Bharat / state

ଜାରି ରହିଛି ଲୋୟର ସୁକତେଲ ପ୍ରକଳ୍ପ କାମ, ଥଇଥାନ ହେଲେ ବିସ୍ଥାପିତ ୩ ଗାଁ

author img

By

Published : Sep 8, 2021, 7:07 AM IST

ଜାରି ରହିଛି ‘ଲୋୟର ସୁକତେଲ’ପ୍ରକଳ୍ପ। ଥଇଥାନ ହେଲେ ବିସ୍ଥାପିତ ୩ ଗାଁ । ଖୁବଶୀଘ୍ର ଆହୁରି ୨୬ଗାଁ ହେବେ ବିସ୍ଥାପିତ। ଅଧିକ ପଢନ୍ତୁ...

ଜାରି ରହିଛି ଲୋୟର ସୁକତେଲ ପ୍ରକଳ୍ପ କାମ, ଥଇଥାନ ହେଲେ ବିସ୍ଥାପିତ ୩ ଗାଁ
ଜାରି ରହିଛି ଲୋୟର ସୁକତେଲ ପ୍ରକଳ୍ପ କାମ, ଥଇଥାନ ହେଲେ ବିସ୍ଥାପିତ ୩ ଗାଁ

ବଲାଙ୍ଗୀର: ବଲାଙ୍ଗୀରର ଦୀର୍ଘ ଦିନର ପ୍ରସ୍ତାବିତ ‘ଲୋୟର ସୁକତେଲ’ପ୍ରକଳ୍ପ କାମ ଅନେକ ବାଦବିବାଦ ପରେ ଜାରି ରହିଛି । ଏଥିରେ ଏଯାଏଁ 3ଟି ଗ୍ରାମ ବିସ୍ଥାପିତ ହୋଇ ସାରିଥିବାବେଳେ ଆଗକୁ ଆହୁରି 26ଟି ଗାଁ ବିସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏହି ପ୍ରକଳ୍ପ କାମ ଆସନ୍ତା 2023 ସୁଦ୍ଧା ଶେଷ ହେବା ନେଇ ଲକ୍ଷ୍ୟ ରଖାଯାଇଛି ।

2013 ଥଇଥାନ ନୀତି ଦାବି କରି ବିସ୍ଥାପିତ ଗ୍ରାମବାସୀଙ୍କ ଆନ୍ଦୋଳନ ଯୋଗୁଁ ଏହାର କାମ ବନ୍ଦ ପଡିଥିଲା। ସେପଟେ ସରକାର କ୍ଷତିପୂରଣ ଦେବା ଆରମ୍ଭ କରିଥିବାବେଳେ ପ୍ରକଳ୍ପ କାମ ଆଗକୁ ବଢ଼ିଛି। ଏଥିରେ ନିର୍ମାଣଧୀନ ଥିବା ସ୍ପିଲ-ୱେ କାମ ଏ ଯାଏଁ 77 .85 ପ୍ରତିଶତ କାମ ସରିଥିବାବେଳେ 2022 ଜୁନ ସୁଦ୍ଧା ଏହାର କାମ ସରିବା ନେଇ ଲକ୍ଷ ରଖାଯାଇଛି । ସେହିପରି ଏହାର ଡ୍ୟାମ କାମ ଏଯାଏଁ 44.86 ପ୍ରତିଶତ ଶେଷ ହୋଇଛି । ଏହାକୁ ମଧ୍ୟ 2023 ମାର୍ଚ୍ଚ ସୁଦ୍ଧା ଶେଷ କରାଯିବ ।

ଏହି ପ୍ରକଳ୍ପ ଦ୍ବାରା ମୋଟ 29 ଟି ଗାଁ ବିସ୍ଥାପିତ ହେବାକୁ ଥିବାବେଳେ ଏଯାଏଁ 3 ଟି ଗାଆଁକୁ ବିସ୍ଥାପିତ କରାଯାଇଛି। ଯେଉଁଥିରେ ପର୍ଧିଆ ପାଲିର 217 ପରିବାର, କୋଇଣ୍ଡା ପାଲିର 102 ପରିବାର ଓ ଖୁଣ୍ଟପାଲି ଗ୍ରାମର 87 ପରିବାର ବିସ୍ଥାପିତ ହୋଇଛନ୍ତି। ସମସ୍ତ ବିସ୍ଥାପିତଙ୍କୁ ବଲାଙ୍ଗୀର ଲାର୍କି ପାଳିରେ ଥଇଥାନ କରିଛି ପ୍ରଶାସନ। ବିସ୍ତାପିତଙ୍କୁ କ୍ଷତିପୂରଣ ମଧ୍ୟ ପ୍ରଶାସନ ପକ୍ଷରୁ ଦିଆଯାଇଥିବା କୁହାଯାଇଛି । ସେହିପରି ଅନ୍ୟ ଗାଁଙ୍କୁ ମଧ୍ୟ ଉଚିତ ଥଇଥାନ କରାଯିବା ନେଇ ପ୍ରକଳ୍ପ ମୁଖ୍ୟ ଅଧିକାରୀ କହିଛନ୍ତି ।

ବଲାଙ୍ଗୀରରୁ ଏସ କେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.