ETV Bharat / state

ପିଇବା ପାଣି ସମସ୍ୟା, ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ବଲାଙ୍ଗୀରରେ ଅନେକ ସ୍ଥାନରେ ଏବେ ପିଇବା ପାଣି ସମସ୍ୟା ଦେଖା ଦେଇଥିବା ବେଳେ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହିଭଳି ବାଇଁରାସର୍ ଗ୍ରାମର ମହିଳା ମାନେ ଆଜି ପିଇବା ପାଣି ପାଇଁ ରାସ୍ତାରୋକ କରିଥିଲେ । ଅଧିକ ପଢନ୍ତୁ...

author img

By

Published : Apr 30, 2021, 11:32 PM IST

womens-were-strike-for-drinking-water- in Balangir
ପିଇବା ପାଣି ସମସ୍ୟା: ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ବଲାଙ୍ଗୀର: ବଲାଙ୍ଗୀରରେ ଅନେକ ସ୍ଥାନରେ ଏବେ ପିଇବା ପାଣି ସମସ୍ୟା ଦେଖା ଦେଇଥିବା ବେଳେ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହିଭଳି ବାଇଁରାସର୍ ଗ୍ରାମର ମହିଳା ମାନେ ଆଜି ପିଇବା ପାଣି ପାଇଁ ରାସ୍ତାରୋକ କରିଥିଲେ।

ବଲାଙ୍ଗୀର ଜିଲ୍ଲାରେ ତାପମାତ୍ରା ଏବେ ବୃଦ୍ଧି ପାଇଥିବା ବେଳେ ଏଠି ପିଇବା ପାଣି ସମସ୍ୟା ଦେଖା ଦେଲାଣି । ଏହିଭଳି ବଲାଙ୍ଗୀରର ପୁଇନ୍ତଳା ବ୍ଲକ ଅନ୍ତର୍ଗତ ବାଇଁରାସର ଗ୍ରାମରେ ପିଇବା ପାଣିର ସମସ୍ୟା ଦେଖା ଦେଇଛି । ଯାହାକୁ ନେଇ ଏଠିକାର ମହିଳାମାନେ ଆଜି(ଶୁକ୍ରବାର) ରାସ୍ତା ରୋକ ମଧ୍ୟ କରିଥିଲେ । ତେବେ ଏହି ଗ୍ରାମରେ ଦୁଇ ହଜାର ଲୋକ ରହୁଥିବା ବେଳେ ଗାଁର ସବୁ ପୋଖରୀ ତୋଟା ଏବେ ଶୁଖି ଯାଇଛି ।

ସେହିପରି ଗ୍ରାମରେ ତିଆରି ହୋଇଥିବା ଓଭର ହେଡ ଟାଙ୍କି କୌଣସି କାମରେ ଆସୁ ନାହିଁ । ଫଳରେ ଗ୍ରାମବାସୀ ପିଇବା ପାଣି ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି । ତେବେ ଏହାର ସମାଧାନ ଦାବୀ କରି ଆଜି ଗ୍ରାମର ଶତାଧିକ ମହିଳା ମାଠିଆ ବାଲଟି ଇତ୍ୟାଦି ନେଇ ଗ୍ରାମର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଏଥିସହିତ ପିଇବା ପାଣିର ଶୀଘ୍ର ସମାଧାନ ନ ହେଲେ ଆଗକୁ ଏମାନେ ତୀବ୍ର ଆନ୍ଦୋଳନ କରିବେ ବୋଲି ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.