ETV Bharat / state

CSOଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

author img

By

Published : Aug 7, 2022, 2:09 PM IST

ବଲାଙ୍ଗୀରର ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ମିର୍ ରାଜା ଅଲ୍ଲୀଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା କର୍ମଚାରୀ । ତଦନ୍ତ ପରେ ଦୋଷୀ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଲେ ଜିଲ୍ଲାପାଳ । ଅଧିକ ପଢ଼ନ୍ତୁ

ସିଏସଓଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବଲାଙ୍ଗୀର: ମୁଖ୍ୟ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ । ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିବା ବଲାଙ୍ଗୀର ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କଲେ ମହିଳା କର୍ମଚାରୀ । ପୂର୍ବରୁ ମଧ୍ୟ ମିଲରେ ଧାନକଟନୀକୁ ନେଇ ବିବାଦ ଘେରକୁ ଆସିଥିଲେ ବଲାଙ୍ଗୀର ସିଏସଓ ମିର୍ ରାଜା ଅଲ୍ଲୀ । ତଦନ୍ତରେ ଦୋଷୀ ସାବ୍ୟସ୍ତ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

CSOଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

ବଲାଙ୍ଗୀର ପୌରପରିଷଦରେ କାର୍ଯ୍ୟରତ ଥିବା ଜଣେ ମହିଳା କର୍ମଚାରୀ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ସିଏସଓ ମିର ରାଜା ଅଲ୍ଲୀ ତାଙ୍କୁ ଯୌନ ନିର୍ଯାତନା ଓ ଅଶାଳୀନ ବ୍ୟବହାର କରିଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ (ଶୁକ୍ରବାର) ନିର୍ଯାତନା ଅତ୍ୟଧିକ ହେବାରୁ ଅଫିସରେ ହୋହଲ୍ଲା ମଧ୍ୟ ହୋଇଥିବା ଜଣାପଡ଼ିଛି ।

ଯୋଗାଣ ଅଧିକାରୀ ମିର ରାଜା ଅଲ୍ଲି ବଲାଙ୍ଗୀରରେ ଯୋଗଦେବା ଦିନ ଠାରୁ ଦୁର୍ବ୍ୟବହାର କରିବା ସହ ଯୌନ ନିର୍ଯାତନା ଦେଉଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି । ତେବେ‘ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ନନେଲେ ଥାନାରେ ଏତଲା ଦେବେ ବୋଲି କହିଛନ୍ତି ମହିଳା କର୍ମଚାରୀ ’। ସେପଟେ ଅଭିଯୋଗ ପାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ‘ବିଧିବଦ୍ଧ ତଦନ୍ତ କରିବା ପରେ ସତ କଥା ସାମନାକୁ ଆସିବା ବୋଲି ସେ କହିଛନ୍ତି’ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.