ETV Bharat / state

ପାଟଣାଗଡ ତାମିଆ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ପରକୀୟା ପ୍ରିତି ପାଇଁ ସ୍ବାମୀକୁ ମାରିଥିଲା ସ୍ତ୍ରୀ

author img

By

Published : Apr 8, 2022, 10:12 PM IST

ବଲାଙ୍ଗୀର ପାଟଣାଗଡ ତାମିଆ ହତ୍ୟାକାଣ୍ଡ ଘଟଣାର ଆଉ ଜଣେ ଅଭିଯୁକ୍ତ ଗିରଫ । ପରକୀୟା ପ୍ରିତି ପାଇଁ ସ୍ବାମୀକୁ ମାରିଥିଲା ସ୍ତ୍ରୀ । ଅଧିକ ପଢନ୍ତୁ

ପାଟଣାଗଡ ତାମିଆ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ପରକୀୟା ପ୍ରିତି ପାଇଁ ସ୍ବାମୀକୁ ମାରିଥିଲା ସ୍ତ୍ରୀ
ପାଟଣାଗଡ ତାମିଆ ହତ୍ୟାକାଣ୍ଡର ପର୍ଦ୍ଦାଫାସ: ପରକୀୟା ପ୍ରିତି ପାଇଁ ସ୍ବାମୀକୁ ମାରିଥିଲା ସ୍ତ୍ରୀ

ବଲାଙ୍ଗୀର: ପାଟଣାଗଡ଼ ତାମିଆ ହତ୍ୟାକାଣ୍ଡ ଘଟଣାରେ ଆଜି(ଶୁକ୍ରବାର) ପୋଲିସ ଭୁବନେଶ୍ୱରରୁ ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ତାଙ୍କ ସ୍ୱାମୀକୁ ଷଡଯନ୍ତ୍ର କରି ହତ୍ୟା କରିଥିବା ଜଣାପଡିଛି । ଏଥିରେ ସମ୍ପୃକ୍ତ ମହିଳାଙ୍କ ସମେତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମାମଲାରେ ପୂର୍ବରୁ ମହିଳା ଓ ଜଣେ ସହଯୋଗୀକୁ ପୋଲିସ୍ ଗିରଫ କରି ଥିବାବେଳେ ଆଜି ଫେରାର ଥିବା ଆଉ ଜଣେ ଅଭିଯୁକ୍ତ ସୁକ୍ରୁ ପୁଟେଲକୁ ଗିରଫ କରି କୋର୍ଟଚାଲାଣ କରିଛି ।

ସୂଚନା ଅନୁସାରେ, ପାଟଣାଗଡ଼ ଲରମ୍ଭା ଥାନା ଅନ୍ତର୍ଗତ ତମୀଆ ଗ୍ରାମର ମହିଳା ଆରତୀ ପୁଟେଲ ନିଜେ ତାଙ୍କ ସ୍ୱାମୀକୁ ହତ୍ୟା କରି ଏକ ନାଳରେ ପୋତି ଦେବାର ଦୁଇ ଦିନ ପରେ ଥାନାକୁ ଯାଇ ସ୍ୱାମୀର ନିଖୋଜ ଖବର ଦେଇଥିଲେ । ତାଙ୍କ ସ୍ଵାମୀ ବିଘ୍ନରାଜ ପୁଟେଲଙ୍କ ମୃତଦେହ ଗାଁ ପାଖ ଏକ ନାଳରୁ ଉଦ୍ଧାର ହେବ ପରେ ଘଟଣାର ପର୍ଦ୍ଦାଫାଶ ହୋଇଥିଲା । ଯାହାର ସାକ୍ଷୀ ଥିଲେ ମୃତ ବିଘ୍ନରାଜଙ୍କ ଝିଅ । ଝିଅ ସାମ୍ନାରେ ବାପାକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା । ପୋଲିସ୍ ଅଭିଯୁକ୍ତ ପତ୍ନୀ ଆରତୀ ପୁଟେଲ, ତାଙ୍କ ସହଯୋଗୀ କୈଳାଶ ପୁଟେଲକୁ ଗିରଫ କରିଥିଲା । ଫେରାର ଥିବା ଶୁକ୍ରୁ ପୁଟେଲକୁ ଆଜି ଗିରଫ କରି ଥିବାବେଳେ ହତ୍ୟାରେ ବ୍ୟବହୃତ କୋଦାଳ ଜବତ କରିଛି ପୋଲିସ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.