ETV Bharat / state

କାଲି 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା, ପୋଲିସର ନିଷ୍କ୍ରିୟତାକୁ ମହିଳା ସଂଗଠନର ପ୍ରତିବାଦ - balangir bandh for 12 hours

ଆସନ୍ତାକାଲି ସକାଳୁ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ମହିଳା ସଂଗଠନ । ତେବେ ଜିଲ୍ଲାରେ ନାରୀ ନିର୍ଯାତନା, ହତ୍ୟା ଘଟଣାରେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ଅଧିକ ପଢନ୍ତୁ

ଆସନ୍ତାକାଲି ବଲାଙ୍ଗୀର ବନ୍ଦ ଡାକରା
ଆସନ୍ତାକାଲି ବଲାଙ୍ଗୀର ବନ୍ଦ ଡାକରା
author img

By

Published : Jun 21, 2023, 5:05 PM IST

ଆସନ୍ତାକାଲି ବଲାଙ୍ଗୀର ବନ୍ଦ ଡାକରା

ବଲାଙ୍ଗୀର: ଆସନ୍ତାକାଲି 12 ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା ଦେଇଛି ପଶ୍ଚିମ ଓଡ଼ିଶା ମହିଳା ସଂଗଠନ । ସକାଳୁ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି । ତେବେ ଜିଲ୍ଲାରେ ନାରୀ ନିର୍ଯାତନା, ହତ୍ୟା ଆଦି ବଢ଼ି ଚାଲିଥିବାବେଳେ ପୋଲିସର ନିଷ୍କ୍ରିୟତାକୁ ନେଇ ବନ୍ଦ ଡାକରା ଦିଆଯାଇଥିବା ସଂଗଠନ ପକ୍ଷରୁ କୁହାଯାଇଛି ।

ଆସନ୍ତାକାଲି ବଲାଙ୍ଗୀରର ସବୁ ଦୋକାନ ବଜାର, ସ୍କୁଲ କଲେଜ ସରକାରୀ ବେସରକାରୀ ଅନୁଷ୍ଠାନ ସହ ଯାନବାହନ ଚଳାଚଳ ମଧ୍ୟ ବନ୍ଦ ରହିବ । ସେହିପରି ଏହି ବନ୍ଦକୁ ଜିଲ୍ଲାର ଅନେକ ସଂଗଠନ ସମର୍ଥନ ଦେଉଥିବା କହିଛନ୍ତି ପଶ୍ଚିମ ଓଡ଼ିଶା ମହିଳା ସଂଗଠନର ସଦସ୍ୟ । ସେହିପରି କଂଗ୍ରେସ ମଧ୍ୟ ଏହାକୁ ସମର୍ଥନ ଦେଉଥିବାର କୁହାଯାଉଛି । ବଲାଙ୍ଗୀର ଜିଲ୍ଲାରେ ନାରୀ ନିର୍ଯାତନା ଓ ହତ୍ୟାକାଣ୍ବ ଭଳି ଅପରାଧ ବଢି ଚାଲିଥିବାବେଳେ ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି ।

ତେବେ ଗତ 2015 ଖପ୍ରାଖୋଲରେ ହୋଇଥିବା ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଆଜି ଯାଏଁ କେହି ବି ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ସେହିପରି ଡାକ୍ତରୀ ଛାତ୍ରୀ ନିରୂପମା ନନ୍ଦ ମୃତ୍ୟୁ ରହସ୍ୟ ଏଯାଏ ଉନ୍ମୋଚିତ କରି ପାରିନାହିଁ ପୋଲିସ । ସମାନ ଭାବରେ ବଲାଙ୍ଗୀର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡର ତଦନ୍ତ ସମ୍ପୂର୍ଣ୍ଣ ହୋଇନାହିଁ। ଏହାସହ ବଲାଙ୍ଗୀର ବଙ୍ଗୋମୁଣ୍ଡା ପୂଜା ଜୈନ ହତ୍ୟାକାଣ୍ଡର ମଧ୍ୟ ପର୍ଦ୍ଦାଫାସ ହୋଇନାହିଁ। ଏହିପରି ଭାବେ ଜିଲ୍ଲାରେ ନାରୀ ନିର୍ଯାତନା ଓ ହତ୍ୟା ଘଟଣା ବଢି ଚାଲିଥିବାବେଳେ ପ୍ରଶାସନର ନିଷ୍କ୍ରିୟତା କାରଣରୁ ଅପରାଧିକ କାର୍ଯ୍ୟକଳାପ ବଢୁଥିବା ଅଭିଯୋଗ ଆଣି ଏହି ବନ୍ଦ ଡାକରା ଦିଆଯାଇଛି ।

ତେବେ "ଜିଲ୍ଲାରେ ପୋଲିସ ପ୍ରଶାସନର ସ୍ଥାଣୁତା ଯୋଗୁଁ ନାରୀ ପ୍ରତି ଅତ୍ୟାଚାର ଓ ହତ୍ୟାକାଣ୍ଡ ବଢିଛି" ବୋଲି କହିଛନ୍ତି ପଶ୍ଚିମ ଓଡିଶା ମହିଳା ସଂଗଠନ ସଭାପତି ସବିତା ନନ୍ଦ । ସେହିପରି ମମିତା ହତ୍ୟା କାଣ୍ଡ, ସ୍ନେହଲତା ଛତ୍ରିଆ ହତ୍ୟାକାଣ୍ଡ, ପୂଜା ଜୈନ ହତ୍ୟାକାଣ୍ଡ କିମ୍ବା ଡାକ୍ତରୀ ଛାତ୍ରୀ ନିରୂପମା ନନ୍ଦ ହତ୍ୟାରେ ଆଜି ପର୍ଯ୍ୟନ୍ତ ନ୍ୟାୟ ମିଳି ନାହିଁ ବୋଲି କହିବା ସହ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏନେଇ ପୂର୍ବରୁ ଅନେକ ଥର ଆନ୍ଦୋଳନ କରାଯାଇଥିବା ସତ୍ତ୍ୱେ ସରକାର ନଶୁଣିବାରୁ ସଂଗଠନ ପକ୍ଷରୁ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଛି ।

ପଶ୍ଚିମ ଓଡିଶା ମହିଳା ସଂଗଠନ ସଭାପତି ସବିତା ନନ୍ଦ କହିଛନ୍ତି, "କୌଣସି ମହିଳା ସଂଗଠନ ଦ୍ୱାରା ଓଡ଼ିଶାରେ ବନ୍ଦ ଡାକରା ପ୍ରଥମ । ତେବେ ସରକାର ପୋଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଆଜି ଏଠାକାର ମହିଳା ଗୋଷ୍ଠୀ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି ।" ସେହିପରି ଏହି ବନ୍ଦ ଡାକରାକୁ ବଲାଙ୍ଗୀର ବି.ଆର. ଆମ୍ବେଦକର ସେବା ସଂଗଠନ, ଅଟୋ ଚାଳକ ସଂଘ, ପୌରପାଳିକା ସଫେଇ କର୍ମଚାରୀ ସଂଘଙ୍କ ସମେତ ଅନ୍ୟାନ୍ୟ ସଂଗଠନ ସମର୍ଥନ ଦେଉଥିବା ନେଇ ସୂଚନା ଦେଇଛନ୍ତି । ଓଡ଼ିଶା ମହିଳା ସଂଗଠନ ସଭାପତି ସବିତା ନନ୍ଦ । ତେବେ ମହିଳାମାନେ ସଙ୍ଗଠନ ପକ୍ଷରୁ ନ୍ୟାୟ ପାଇଁ କରାଯାଇଥିବା ଏହି ଆନ୍ଦୋଳନରେ ସିଧାସଳଖ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.