ETV Bharat / state

୧୦ ଦଫା ଦାବି ନେଇ ପଶ୍ଚିମ ଓଡ଼ିଶା JCB ଚାଳକ ସଂଘର ଆନ୍ଦୋଳନ

୧୦ ଦଫା ଦାବି ନେଇ ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘର ଆନ୍ଦୋଳନ। ସଂଘର ସବୁ କର୍ମ କର୍ତ୍ତା ଓ ସଦସ୍ୟ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ଅଧିକ ପଢ଼ନ୍ତୁ

author img

By

Published : Oct 11, 2022, 9:38 AM IST

୧୦ ଦଫା ଦାବି ନେଇ ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘର ଆନ୍ଦୋଳନ

ବଲାଙ୍ଗୀର: ୧୦ ଦଫା ଦାବି ନେଇ ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘର ଆନ୍ଦୋଳନ। ସଂଘର ସବୁ କର୍ମକର୍ତ୍ତା ଓ ସଦସ୍ୟ ଏକାଠି ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ୧୦ ଦଫା ଦାବି ରଖିଥିଲେ । ଦୀର୍ଘଦିନ ହେବ ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘର କର୍ମକର୍ତ୍ତାଙ୍କ ଉପରେ ଜୁଲୁମ ଚାଲିଥିବା ଅଭିଯଏାଗ ହୋଇଛି ।

ମନଇଚ୍ଛା ତାଙ୍କ ଉପରେ କାମ ଲଦି ଦିଆଯାଉଛି । କାମ କରିବାର କୌଣସି ନିର୍ଦ୍ଦିଷ୍ଟ ସମୟ ବି ରଖାଯାଇନି । ଯାହାଫଳରେ ଦିନକୁ ୧୫-୨୦ ଘଣ୍ଟା କାମ କରୁଛିନ୍ତି ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘର କର୍ମକର୍ତ୍ତା । ଖାଲି ସେତିକି ନୁହେଁ ଆଜି ଯାଏଁ ସେମାନଙ୍କୁ ଦରମା ମଧ୍ୟ ଠିକ ସମୟରେ ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘର କର୍ମକର୍ତ୍ତା ।

ଏନେଇ ଆଜି ବଲାଙ୍ଗୀର ସହରରେ ଜେସିବି ଚାଳକ ସଂଘର କର୍ମକର୍ତ୍ତା ମେଗା ରକ୍ତଦାନ ଶିବିର କରିବା ସହ ତାଙ୍କର ବିଭିନ୍ନ ଦାବି ଓ ଅସୁବିଧା ଉପରେ ଗଣମାଧ୍ୟମ ଆଗରେ କହିଥିଲେ । ଏହାପରେ ସଂଘର ସବୁ ସଦସ୍ୟ ସହରରେ ଏକ ଶୋଭାଯାତ୍ରା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ସେଠାରେ ସେମାନେ ୧୦ ଦଫା ଦାବିକୁ ଉପସ୍ଥାପନା କରିଥିଲେ । ସେମାନଙ୍କ ଦାବି ଅନୁସାରେ ଏମାନଙ୍କୁ କାମ କରିବାର କୌଣସି ସମୟ ସୀମା ନାହିଁ । ଫଳରେ ଦିନକୁ 15 ଘଣ୍ଟାରୁ ଅଧିକ କାମ କରାଉଥିବାର ଏମାନେ ଅଭଯୋଗ କରିଛନ୍ତି । ସମାନ ଭାବରେ ବର୍ଷକୁ ତିନି ଚାରି ମାସ କାମ ଏମାନଙ୍କୁ ମିଳୁଥିବାବେଳେ, ବାକି ସମୟ ତାଙ୍କୁ କାମ ମିଳୁନଥିବାର ଅଭିଯୋଗ କରିଛନ୍ତି ।

ସେହିପରି ସରକାରୀ ନିୟମ ଅନୁସାରେ ତାଙ୍କୁ ବେତନ ଓ ଇପିଏଫ ସହ ଜୀବନ ବୀମା ଇତ୍ୟାଦି କରିବାର ଏମାନେ ଦାବି କରିଛନ୍ତି । ଦୀର୍ଘଦିନ ଧରି ଏମାନେ କାମ କରୁଥିଲେ ମଧ୍ୟ ଏମାନଙ୍କୁ କୌଣସି ସମ୍ମାନ ମିଳୁନାହିଁ । ଏପରିକି ଯାହା ଦରମା ଦିଆଯାଉଛି ତାହା ମଧ୍ୟ ପାରିଶ୍ରମିକ ଠାରୁ ବି ବହୁତ କମ ବୋଲି କହିଛନ୍ତି ଜେସିବି ଚାଳକ ସଂଘର କର୍ମକର୍ତ୍ତା ।
ଏନେଇ ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘ ସମ୍ପାଦକ ଦୀପକ ପ୍ରସାଦ ସାହୁ କହିଛନ୍ତି, ''ବର୍ଷା ଋତୁ ଆରମ୍ଭ ହେଲେ ଏମାନଙ୍କୁ କୌଣସି କାମ ଦିଆଯାଏ ନାହିଁ । ସେହିପରି କାମର ଏକ ସମୟ ନିର୍ଦ୍ଧାରଣ କରାଯାଉ । ଯେଉଁ ମାସକୁ ଦରମା ମିଳୁଛି ୮-୧୦ ତାହାକୁ ବର୍ଦ୍ଧିତ କରାଯାଉ । ଚାକିରୀ କରିବାର ବର୍ଷେ ବିତିଥିଲେ ମଧ୍ୟ କୌଣସି ଇନକ୍ରିମେଣ୍ଟ ହେଉନି । ତେଣୁ ପାଖାପାଖି ୨୦ ହଜାର ଦରମା ନମିଳିଲେ କୌଣସି ଶ୍ରମିକ କାମ କରିବୁନି''।
ତେବେ ଆସନ୍ତା ୧ ମାସ ମଧ୍ୟରେ ଦାବି ପୂରଣ ନହେଲେ ଜେସିବି ଗାଡି ଛାଡ଼ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛି ପଶ୍ଚିମ ଓଡ଼ିଶା ଜେସିବି ଚାଳକ ସଂଘ । ଏହି ଆନ୍ଦୋଳନରେ ବଲାଙ୍ଗୀର, ସମ୍ବଲପୁର, ଅନୁଗୋଳ, ସୋନପୁର,ବରଗଡ଼, କଳାହାଣ୍ଡି, ନୂଆପଡାର ସମସ୍ତ ଜେସିବି ଚାଳକ ସାମିଲ ହୋଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.