ETV Bharat / state

ଶୁଣିଲାନି ପ୍ରଶାସନ, ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

author img

By

Published : Dec 7, 2021, 8:16 PM IST

Updated : Dec 7, 2021, 9:10 PM IST

ସ୍ବାଧୀନତାକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ ଅନେକ ଗାଁ ଭାଗ୍ୟରେ ଭଲ ରାସ୍ତା ଖଣ୍ଡେ ସମ୍ଭବ ହୋଇପାରିନି । ଦୀର୍ଘ ବର୍ଷ ଧରି ଗାଁକୁ ଏକ ସବୁଦିନିଆ ଭଲ ରାସ୍ତା ଦାବି କରି ନିରାଶ ହେବାପରେ ନିଜ ଉଦ୍ୟମରେ ରାସ୍ତା ତିଆରି କଲେ ବଲାଙ୍ଗୀର ବେଲପଡ଼ା ବ୍ଲକ ଅନ୍ତର୍ଗତ ନିଲଜି ବାହାଲ୍ ଗ୍ରାମବାସୀ । ଅଧିକ ପଢନ୍ତୁ

villagers made road by their own after administration did not respond at balangir
ଶୁଣିଲାନି ପ୍ରଶାସନ, ଗାଁକୁ ରାସ୍ତା ତିଆରି କଲେ ଗ୍ରାମବାସୀ

ବଲାଙ୍ଗୀର: ଭାରତର ଆତ୍ମା ଗାଁରେ ବୋଲି କୁହାଯାଏ । ମାତ୍ର ଦେଶ ସ୍ବାଧୀନତାକୁ ଅନେକ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ ଅନେକ ଗାଁ ଭାଗ୍ୟରେ ଭଲ ରାସ୍ତା ଖଣ୍ଡେ ସମ୍ଭବ ହୋଇପାରିନି । ଦୀର୍ଘ ବର୍ଷ ଧରି ଗାଁକୁ ଏକ ସବୁଦିନିଆ ଭଲ ରାସ୍ତା ଦାବିକରି ନିରାଶ ହେବାପରେ ନିଜ ଉଦ୍ୟମରେ ରାସ୍ତା ତିଆରି କରିଛନ୍ତି ଗ୍ରାମବାସୀ । ସମସ୍ତ ଗ୍ରାମବାସୀ ଶ୍ରମଦାନ ଓ ଅର୍ଥ ଦାନ କରି ଗାଁକୁ ଯିବା ଆସିବା ପାଇଁ ରାସ୍ତା ତିଆରି କରିଛନ୍ତି ।

ବଲାଙ୍ଗୀର ବେଲପଡ଼ା ବ୍ଲକ ଅନ୍ତର୍ଗତ ନିଲଜି ବାହାଲ୍ ଗ୍ରାମରୁ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଛି । ଏହି ଗାଁକୁ ଆଜି ଯାଏଁ ଭଲ ରାସ୍ତା ନ ଥିବାବେଳେ ଲୋକେ ରାସ୍ତା ପାଇଁ ଅନେକ ଦୁର୍ଦ୍ଦଶା ଭୋଗୀ ଆସୁଛନ୍ତି । ନିତିଦିନ କାମ ପାଇଁ କିମ୍ବା ସ୍ବାସ୍ଥ୍ୟ ସେବା ଓ ଅନ୍ୟାନ୍ୟ ଜରୁରୀ କାମ ପାଇଁ ଲୋକେ ବାଧ୍ୟ ହୋଇ ଏହି ବିପଦସଙ୍କୁଳ ରାସ୍ତା ଦେଇ ଯିବା ଆସିବା କରି ଆସୁଥିଲେ ।

ସରକାରଙ୍କ ଅନେକ ଯୋଜନା ଥିବା ସତ୍ତ୍ବେ ଆଜି ବି କିଛି ଉପାନ୍ତ ଗାଆଁକୁ ଭଲ ରାସ୍ତା ଖଣ୍ଡିଏ ହୋଇ ପାରି ନାହିଁ ।

ଗାଁକୁ ଭଲ ରାସ୍ତା ଖଣ୍ଡିଏ ପାଇଁ ସେମାନେ ସ୍ଥାନୀୟ ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ଓ ନେତା ସମସ୍ତଙ୍କ ଠାରେ ଗୁହାରି କରିଥିଲେ । ହେଲେ କେବଳ ପ୍ରତିଶ୍ରୁତି ମିଳୁଥିବାବେଳେ ସମସ୍ୟା କେବେ ସମାଧାନ ହୋଇ ପାରି ନ ଥିଲା । ଶେଷରେ ଏହି ନିଲଜି ଵାହାଲ ଗ୍ରାମବାସୀ ସମସ୍ତେ ମିଶି ଆଜି ରାସ୍ତା ନିର୍ମାଣ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ: Government Crushing Slums: ବିକାଶ ନାଁରେ ବସ୍ତି ଉଚ୍ଛେଦ, ରାସ୍ତାକୁ ଓହ୍ଲାଇଲେ ବସ୍ତିବାସିନ୍ଦା

ମାଟି ପକାଇ ଏକ ବ୍ୟବହାର ଯୋଗ୍ୟ ରାସ୍ତା ନିର୍ମାଣ କରିଛନ୍ତି । ସେହିପରି ଆଗକୁ ସରକାର ଏଠି ଏକ ପକ୍କା ସଡ଼କ ତିଆରି କରି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ତେବେ ଏହି ନିଲଜୀ ବାହାଲ୍ ଗ୍ରାମ ଦେଇ ନିତି ଦିନ ଆଖ ପାଖ ଗାଁ ର ଲୋକେ ବେଲପଡ଼ା, ପାଟଣାଗଡ଼ ଓ ପଦ୍ମପୁରକୁ ଯିବା ଆସିବା କରିଥାନ୍ତି । ସେହିପରି ହଜାର ହଜାର ଲୋକ ନିତି ଦିନ ଏହି ବିପଦ ସଙ୍କୁଳ ରାସ୍ତାକୁ ବ୍ୟବହାର କରି ଆସୁଥିଲେ ।

ଏକ ପକ୍କା ସଡ଼କ ନିର୍ମାଣର ଦାବି ମଧ୍ୟ କରି ବିଫଳ ହେବା ପରେ ସେମାନେ ନିଜେ ଏହି ପଦକ୍ଷେପ ନେଇଛନ୍ତି ଏବଂ ଗୋଟିଏ ଦିନରେ ଏକ କଚ୍ଚା ସଡ଼କ ନିର୍ମାଣ କରିଛନ୍ତି। ସେପଟେ ସ୍ଥାନୀୟ ବିଡ଼ିଓ ଏହି ସମସ୍ୟାକୁ ନେଇ ଅବଗତ ଥିବାର କହିଛନ୍ତି। ଏହାର ସ୍ଥାୟୀ ସମାଧାନ ତଥା ପକ୍କା ସଡକ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଜଣାଇ ଥିବାର ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Dec 7, 2021, 9:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.