ବଲାଙ୍ଗୀର: ଆଜିର ଆଧୁନିକ ଯୁଗରେ ମଧ୍ୟ ଲୋକେ ପୁରୁଣା ଜାତି ପ୍ରଥାକୁ ଜାବୁଡି ଧରିଛନ୍ତି। ଯାହାର କରୁଣ ଚିତ୍ର ବାରମ୍ବାର ସାମ୍ନାକୁ ଆସୁଛି। ବଲାଙ୍ଗୀରର ଜଣେ ଅସହାୟ ବୃଦ୍ଧଙ୍କ ମୃତ୍ୟୁ ପରେ ଜାତିପ୍ରଥା ଯୋଗୁଁ ଗ୍ରାମବାସୀ ମୃତଦେହ ଛୁଇଁ ନଥିବାବେଳେ ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଅନ୍ତିମ ସତ୍କାର କରିବା ଘଟଣା ସାମ୍ନାକୁ ଆସିଛି।
ଏହି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଚନ୍ଦନ ବାଟି ଗ୍ରାମରେ । ଏହି ଗ୍ରାମରେ ନିଜର ସ୍ତ୍ରୀଙ୍କ ମୃତ୍ୟୁ ପରେ ଏକା ରହୁଥିଲେ ବୃଦ୍ଧ ଗୋପୀ ବେନୁଆ । ଗୁରୁବାର ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ସେ ଅନ୍ୟ ଜାତିର ହୋଇଥିବାରୁ ଗ୍ରାମବାସୀ ତାଙ୍କ ମୃତଦେହ ପାଖକୁ ଆସି ନଥିଲେ।
ଯାହାଫଳରେ ମୃତଦେହ ଦୀର୍ଘ ଘଣ୍ଟା ଧରି ପଡ଼ିରହିବା ପରେ ବଲାଙ୍ଗୀର ସ୍ବେଚ୍ଛାସେବୀ ସଙ୍ଗଠନ ବିଙ୍ଗ ହ୍ୟୁମାନ ଏହାର ଖବର ପାଇଥିଲା। ଏକ ଦଶ ଜଣିଆ ଟିମ୍ ଏହି ଗାଁକୁ ଯାଇ ମୃତଦେହ ଉଦ୍ଧାର କରି ନିକଟସ୍ଥ ନଦୀ ପଠାରେ ଅନ୍ତିମ ସଂସ୍କାର କରିଥିବା ଜଣାପଡିଛି ।
ବଲାଙ୍ଗିରରୁ ସେଖ ମହମ୍ମଦ ୱାହିଦ, ଇଟିଭି ଭାରତ