ବଲାଙ୍ଗୀର: ଜିଲ୍ଲାରେ ମାତିଛନ୍ତି ଭଣ୍ଡ ବାବା । ଅନେକ ସ୍ଥାନରୁ ଭଣ୍ଡବାବାମାନେ ଲୁଟ କରୁଥିବା ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଞ୍ଚଳ ଗୁର୍ଲା ଗାଁରେ ଜଣ ଭଣ୍ଡବାବାକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।
ସଇଁତଳା କଣ୍ଡକେଲ ଗ୍ରାମ ପଞ୍ଚାୟତ ଗୁର୍ଲା ମାଲ ଗ୍ରାମରେ ଥିବା ଏକ ମଠରେ ଜଣେ ବ୍ୟକ୍ତି ତୁଳସୀ ବାଦଲ ଦାସ ଯିଏକି ନିଜକୁ ବାବା ବୋଲି କହି ଆସୁଥିଲେ । ତାଙ୍କ ଆଚରଣରେ ଲୋକେ ସନ୍ଦେହ କରି ତାଙ୍କୁ ଏକ ଖୁଣ୍ଟରେ ବାନ୍ଧି ପୋଲିସକୁ ଖବର ଦେଇଥିଲେ ।
ଜାହାପର ସଇଁତଳା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବାବାକୁ ଉଦ୍ଧାର କରିଛି । ବାବାଙ୍କ ମଠର ତଲାସି ନେବା ପରେ ତାଙ୍କଠୁ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରିଛି । ଏ ଦିଗରେ ପୋଲିସ ଅଧିକ ତଦନ୍ତ ରଖିଥିବା ଜଣାପଡିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ