ବଲାଙ୍ଗୀର: ପଟ୍ଟା ପାଇଁ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ତହସିଲ ରେକର୍ଡ କିପର। ଗିରଫ କିପରଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛି ଭିଜିଲାନ୍ସ।
ବଲାଙ୍ଗୀର ଜିଲ୍ଲା ମୂରିବାହାଲ ତହସିଲ କାର୍ଯ୍ୟାଳୟର ରେକର୍ଡ କିପର ଅସିତ୍ କୁମାର ଯୋଶୀ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଛନ୍ତି । ମୁରିବାହାଳ ଗ୍ରାମର ଥବୀର ସାହୁ ଦୀର୍ଘ ଏକ ବର୍ଷ ହେବ ନିଜର ଘର ପଟ୍ଟା ପାଇଁ ତହସିଲ କାର୍ଯ୍ୟାଳୟ ଦୌଡ଼ି ନୟାନ୍ତ ହୋଇଥିଲେ। ତେବେ ରେକର୍ଡ କିପର୍ ଅସିତ୍ କୁମାର ଯୋଶୀ ତାଙ୍କୁ ପ୍ରତ୍ୟେକ ପଟ୍ଟା ପାଇଁ 2ହଜାର ଆଠ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ଯାହାର ଅଭିଯୋଗ ଭିଜିଲାନ୍ସରେ ହେବା ପରେ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ଆଜି 2 ହଜାର 8 ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଗିରଫ କରିଛି। ଏହା ପରେ ଅସିତ୍ ଯୋଶୀଙ୍କ ଟିଟିଲାଗଡ ସ୍ଥିତ ବାସଭବନ ଓ ତହସିଲ କାର୍ଯ୍ୟାଳୟରେ ଏକକାଳୀନ ଚଢାଉ ଜାରି ରହିଥିବା ଭିଜିଲାନ୍ସ କହିଛି ।
ବଲାଙ୍ଗୀରରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ