ବଲାଙ୍ଗୀର: କୋରୋନା ପାଇଁ ପୁଇନ୍ତଲା ବ୍ଲକର ଦୁଇଟି ପଞ୍ଚାୟତ ସଟଡାଉନ୍ ଘୋଷଣା କଲେ ସରପଞ୍ଚ । ବଲାଙ୍ଗୀର ଜିଲ୍ଲାରେ କୋରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ କୋରୋନା କାୟା ବିସ୍ତାର କରିଛି । ଜିଲ୍ଲାର ପୁଇନ୍ତାଳା ବ୍ଲକର ଦୁଇଟି ପଞ୍ଚାୟତରେ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେଠିକାର ସରପଞ୍ଚମାନେ ସଂପୃକ୍ତ ପଞ୍ଚାୟତକୁ ସଟଡାଉନ୍ କରିଛନ୍ତି ।
ଯେଉଁଥିରେ ଏହି ବ୍ଲକର ବିଲେଇସର୍ଡା ଗ୍ରାମରେ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ପରେ ସରପଞ୍ଚ ରିତା ବଢିଆ ସଂପୃକ୍ତ ପଞ୍ଚାୟତକୁ ଚାରି ଦିନ ପାଇଁ ସଟ ଡାଉନ୍ କରିଛନ୍ତି । ସେହିପରି ସଂକ୍ରମିତ ଅଞ୍ଚଳକୁ ଅବରୋଧ ଅଞ୍ଚଳ ଘୋଷଣା କରିଛନ୍ତି ।
ସମାନ ଭାବରେ ଏହି ବ୍ଲକର ଭାଲେର ଗ୍ରାମ ପଞ୍ଚାୟତରେ ମଧ୍ୟ ଜଣେ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏଠିକାର ସରପଞ୍ଚ ରେବତୀ ନାୟକ ସଂପୃକ୍ତ ପଞ୍ଚାୟତକୁ ଚାରି ଦିନ ପାଇଁ ସଟଡାଉନ୍ କରିଛନ୍ତି । ଏହାସହ ଗାଁକୁ ସମ୍ପୂର୍ଣ୍ଣ ସାନିଟାଇଜ୍ କରାଯାଇଛି । ସେପଟେ ସ୍ବାସ୍ଥ୍ୟକର୍ମୀ ଘରକୁ ଘର ବୁଲି ସର୍ଭେ କରିବେ ବୋଲି ଜଣାପଡିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହୀଦ, ଇଟିଭି ଭାରତ