ETV Bharat / state

ଦାଦନ ସର୍ଦ୍ଦାରଙ୍କଠାରୁ ଲାଞ୍ଚ ନେଲେ ତୁରେଇକେଲା SI, ବଦଳି କଲେ SP

author img

By

Published : Nov 2, 2022, 11:04 PM IST

ବଲାଙ୍ଗୀରରେ ପୁଣି ଲାଗିଲା ଖାକିରେ ଦାଗ । ଦାଦନ ସର୍ଦ୍ଦାରଙ୍କଠାରୁ ପୋଲିସ୍ ଅଧିକାରୀ ଲାଞ୍ଚ ନେବା ଭିଡିଓ ହେଲା ଭାଇରାଲ। ଅଧିକ ପଢ଼ନ୍ତୁ

Turekela SI transferred after he took bribe from migrant labour head in Balangir
ଦାଦନ ସର୍ଦ୍ଦାରଙ୍କଠାରୁ ଲାଞ୍ଚ ନେଲେ ତୁରେଇକେଲା SI, ବଦଳି କଲେ SP

ବଲାଙ୍ଗୀର: ଦାଦନ ସର୍ଦ୍ଦାରଙ୍କଠାରୁ ଲାଞ୍ଚ ନେଲେ ପୋଲିସ SI । ବଲାଙ୍ଗୀର ଜିଲ୍ଲାରୁ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ପରେ ବଲାଙ୍ଗୀର ପୋଲିସ ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ଜିଲ୍ଲାର ତୁରେକେଲା ଅଞ୍ଚଳରୁ ସବୁ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ରାଜ୍ୟ ବାହାରକୁ ଚାଲାଣ ହୋଇଛନ୍ତି । ଦାଦନ ସର୍ଦ୍ଦାର ଓ ପୋଲିସ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ କିଛି ମାସ ପୂର୍ବରୁ ତତ୍କଳାନ କଣ୍ଟାବାଞ୍ଜୀ SDPO ଚାକିରିରୁ ନିଲମ୍ବିତ ହୋଇଥିଲେ । ଭିଡିଓ ଭାଇରାଲ ହେବାପରେ ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରେଇକେଲା ଏସ୍‌ଆଇଙ୍କୁ ବଲାଙ୍ଗୀରକୁ ବଦଳି କରିଛନ୍ତି ।

ବର୍ତ୍ତମାନ ପୁଣି ଥରେ ଦାଦନ ସର୍ଦ୍ଦାରଙ୍କଠାରୁ ଲାଞ୍ଚ ନେଉଛନ୍ତି ବଲାଙ୍ଗୀର ପୋଲିସ । ସ୍ଥାନୀୟ ଜଣେ ପୋଲିସ SI ଦାଦନ ସର୍ଦ୍ଦାରଙ୍କଠାରୁ ଟଙ୍କା ନେଇ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ଭିଡିଓ ବର୍ତ୍ତମାନ ମୋବଇଲରୁ ମୋବାଇଲକୁ ଘୁରି ବୁଲୁଛି । କିଛି ଦିନ ଆଗରୁ ତୁରେକେଲା ଷ୍ଟେସନ୍‌ରୁ ବେନିୟମ ଦାଦନ ଶ୍ରମିକ ଚାଳାଣ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ତୁରେକେଲା ଏସଆଇ ଦୀପକ ଡୁଙ୍ଗଡୁଙ୍ଗ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିବା ପରିବର୍ତ୍ତେ ସ୍ଥାନୀୟ ସର୍ଦ୍ଦାର ନରେନ୍ଦ୍ର ବଚ୍ଛାଙ୍କ ଠାରୁ ୧୨ହଜାର ଟଙ୍କା ନେଇଛନ୍ତି । ଏହାର ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି ।

ଏହାକୁ ନେଇ ଆମ ପ୍ରତିନିଧି ତୁରେକେଲା ଏସଆଇଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ସ୍ଥାନୀୟ ଦାଦନ ସର୍ଦ୍ଦାର ନରେନ୍ଦ୍ର ଟଙ୍କା ଏସ୍‌ଆଇଙ୍କୁ ଟଙ୍କା ଦେଇଥିବା କଥା କହିଛନ୍ତି । ଦାଦନ ଚାଳାଣ ପାଇଁ ୧୦ ହଜାର ଟଙ୍କା ଏବଂ ଥାନାରେ ପୂଜା ପାଇଁ ୨ ହଜାର ଟଙ୍କା ଦେଇଥିବା କଥା କହିଛନ୍ତି । କଂଟବାଞ୍ଜିର ମୁଖିଆ ଏସଡିପିଓ ରାଜ୍ୟ ବାହାରୁ ଆସିଥିବା ଇଟାଭାଟି ମାଲିକଙ୍କୁ ଖସାଇବା ପାଇଁ ଜୁଆଡି ସଜେଇ ମାଲାମାଲ ହେଉଥିଲେ । ଏବେ ତୁରେଇକେଲା ଏସ୍ଆଇ ଗୋଟିଏ ପାଦ ଆଗକୁ ବଢ଼ି ଦାଦନ ସର୍ଦ୍ଦାରଙ୍କଠାରୁ ଖୁଲମଖୁଲା ଭାବରେ ଲାଞ୍ଚ ନେଉଥିବା ଭିଡିଓ ଭାଇରାଲ ହୋଇଛି । ଏହାକୁ ନେଇ ବଲାଙ୍ଗୀର ଏସ୍‌ପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

ତେବେ ଏଭଳି ଘଟଣା ପରେ ପୋଲିସ ଉପରେ ଲୋକଙ୍କ ବିଶ୍ବସନୀୟତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି । ସେପଟେ ତୁରେକେଲା ଥାନା ଅନ୍ତର୍ଗତ ଢୋଲମାନ୍ଦଳ, ହଲନଭଟା ଓ ଘୁନେଶରେ ଆମ ପୋଲିସ ସମିତି ଓ ଏଡ୍ ଆଟ୍ ଆକ୍ସନ ପକ୍ଷରୁ ଲୋକ ଦେଖାଣିଆ ସଚେତନା କାର୍ଯ୍ୟକ୍ରମ କରିଛି । ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ବାହାର ରାଜ୍ୟକୁ କାମ କରିବାକୁ ନଯିବା ପାଇଁ ସଚେତନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.