ETV Bharat / state

ସୋଲାର ପ୍ଲାଣ୍ଟକୁ ବିରୋଧ କରି ସଶସ୍ତ୍ର ଆନ୍ଦୋଳନ କଲେ ଆଦିବାସୀ - tribals protest in balangir

ଆଦିତ୍ୟ ବିର୍ଲା ଘରୋଇ କମ୍ପାନୀ ସୋଲାର ପ୍ଲାଣ୍ଟର ବିରୋଧ ସତ୍ତ୍ଵେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏନେଇ ଆଦିବାସୀ ମାନେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ସଶସ୍ତ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅଧିକ ପଢନ୍ତୁ

ସୋଲାର ପ୍ଲାଣ୍ଟକୁ ବିରୋଧ କରି ସଶସ୍ତ୍ର ଆନ୍ଦୋଳନ କଲେ ଆଦିବାସୀ

author img

By

Published : Sep 24, 2022, 7:45 PM IST

ବଲାଙ୍ଗୀର: ସଇଁତଳାଠାରେ ପ୍ରସ୍ତାବିତ ସୋଲାର ପ୍ଲାଣ୍ଟକୁ ( solar power plant ) ବିରୋଧ କରିଆସିଛନ୍ତି ସ୍ଥାନୀୟ ବାସିନ୍ଦା । ଆଦିତ୍ୟ ବିର୍ଲା ଘରୋଇ କମ୍ପାନୀ ସୋଲାର ପ୍ଲାଣ୍ଟର ବିରୋଧ ସତ୍ତ୍ଵେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ଏନେଇ ଆଦିବାସୀ ମାନେ ସୋଲାର ପ୍ଲାଣ୍ଟକୁ ବିରୋଧ କରି ସଶସ୍ତ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜିଲ୍ଲା ଯୁବ କନ୍ଧ ସମାଜ ପକ୍ଷରୁ ଡୁଙ୍ଗୁରୀପାଳି ଓ ତେଣ୍ଡିପାଳିରେ ନିର୍ମାଣ ହେଉଥିବା ପ୍ଲାଣ୍ଟକୁ ଜିଲ୍ଲା ଯୁବ କନ୍ଧ ସମାଜ ଜିଲ୍ଲା ସଭାପତି ଧନେଶ୍ଵର ମାଝୀଙ୍କ ନେତୃତ୍ଵରେ ଶତାଧିକ ଆଦିବାସୀ ପ୍ଲାଣ୍ଟ ନିର୍ମାଣ ସ୍ଥଳକୁ ଯାଇ ଆନ୍ଦୋଳନ କରିଥିଲେ । ତେବେ ଏହି ଆନ୍ଦୋଳନକୁ ନେଇ ପୋଲିସ ଏବଂ ଆଦିବାସୀମାନଙ୍କ ମଧ୍ୟରେ ଧ୍ବସ୍ତାଧ୍ବସ୍ତି ହୋଇଛି ।

ସୋଲାର ପ୍ଲାଣ୍ଟକୁ ବିରୋଧ କରି ସଶସ୍ତ୍ର ଆନ୍ଦୋଳନ କଲେ ଆଦିବାସୀ

ଆଦିତ୍ୟ ବିର୍ଲା ଘରୋଇ କମ୍ପାନୀ ସୋଲାର ପ୍ଲାଣ୍ଟର ବିରୋଧ ସତ୍ତ୍ଵେ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି । ତେବେ ଏହାକୁ ବିରୋଧ କରି ନିର୍ମାଣ ସ୍ଥଳରେ ଧାରଣା ଦେଇଥିବା ଦୁଙ୍ଗୁରିପାଳି ସରପଞ୍ଚ ଗଜପତି ସାହୁକୁ ପୋଲିସ ଟେକି ନେଇ ସଇଁତଳା ଥାନାରେ ଅଟକ ରଖିବା ସହ ଅନ୍ୟ ୧୨ ଜଣଙ୍କ ନାରେ ୧୦୮ ଦଫା ସଇଁତଳା ତହସିଲ ପକ୍ଷରୁ ପୋଲିସ ଠାରେ ମାମଲା ରୁଜୁ କରାଯାଇଛି । ସୋଲାର ପ୍ଲାଣ୍ଟ ସ୍ଥାପନ ହେଲେ ଗୋରୁଗାଈଙ୍କ ପାଇଁ ଖାଦ୍ୟ ଅଭାବ ଦେଖାଦେବା ସହ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରୁଥିବା ଲୋକେ କିଭଳି ନିଜ ପରିବାର ଗୁଜୁରାଣ ମେଣ୍ଟାଇବେ ବୋଲି କହିବା ସହ ସୋଲାର ପ୍ଲାଣ୍ଟ ସ୍ଥାପନକୁ ତୀବ୍ର ବିରୋଧ କରି ସଶସ୍ତ୍ର ଆନ୍ଦୋଳନ କରିଛନ୍ତି ଆଦିବାସୀ ମାନେ ।

ଏନେଇ ଆଦିବାସୀ ନେତା ଧନେଶ୍ଵର ମାଝୀ କହିଛନ୍ତି, "ଆମେ ମାନେ ସୋଲାର ପ୍ଲାଣ୍ଟକୁ ବିରୋଧ କରୁ ନାହୁଁ । ଆମର ଗୋଚର ଜମିରେ ସୋଲାର ପ୍ଲାଣ୍ଟ ହେବା ନେଇ ଆମେ ବିରୋଧ କରୁଛୁ । ପ୍ରଶାସନ ତରଫରୁ ଗୋଚର ଜମିକୁ ଜବରଦଖଲ କରାଯାଉଛି । ଏହାକୁ ଆମେ କଦାବି ସଫଳ ହେବାକୁ ଦେବା ନାହିଁ । ଆଜି ବଲାଙ୍ଗୀର ଜିଲ୍ଲାରେ ସମସ୍ତ ଆଦିବାସୀ ଏକାଠି ହୋଇଛନ୍ତି । ଦରକାର ପଡିଲେ ପଶ୍ଚିମ ଓଡିଶାର ସମସ୍ତ ଆଦିବାସୀ ଏହି ଆନ୍ଦୋଳନ ପାଇଁ ଏକଜୁଟ ହେବେ । ଯଦି ସରକାର ସୋଲାର ପ୍ଲାଣ୍ଟ ବିରୋଧ କଥାକୁ ଅବମାନନା କରନ୍ତି ତାହେଲେ ଆମେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବୁ ।"

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.