ETV Bharat / state

କୋରୋନା କଟକଣାକୁ ଫୁ, କଳାସୀ ଯାତ୍ରାରେ ଏକାଠି ହେଲେ ହଜାର ହଜାର ଲୋକ - ପୋଲିସ ଓ ପ୍ରଶାସନ ଉପରେ ଉଠିଲା ପ୍ରଶ୍ନ

ବଲାଙ୍ଗୀର ଜିଲ୍ଲାରେ କଳାସୀ ଯାତ୍ରା ଉପଲକ୍ଷେ ଆୟୋଜିତ ହେଲା ମେଣ୍ଢାମାଡ଼ ପର୍ବ । କୋରୋନା କଟକଣାକୁ ଫୁ କରି ଏକାଠି ହେଲେ ହଜାର ହଜାର ଲୋକ ପଢନ୍ତୁ ଅଧିକ.....

କରୋନା କଟକଣାକୁ ଫୁ କରି କାଳିଶି ଯାତ୍ରାରେ ଏକାଠି ହେଲେ ହଜାର ହଜାର ଲୋକ

author img

By

Published : Nov 26, 2020, 7:35 PM IST

ବଲାଙ୍ଗୀର: କୋରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଭିନ୍ନ ଗାଇଡଲାଇନ ଓ ସଚେତନତା କାର୍ଯ୍ୟ ହାତକୁ ନେଉଥିବା ସତ୍ତ୍ବେ ବଲାଙ୍ଗୀର ଜିଲ୍ଲାରେ କଳାସୀ ଯାତ୍ରା ଉପଲକ୍ଷେ ମେଣ୍ଢା ମାଡ଼ର ଆୟୋଜନ ହୋଇଛି। ଏଥିରେ ହଜାର ହଜାର ଲୋକ ସାମିଲ ହୋଇ କରୋନା ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଥିବାର ଦେଖାଯାଇଛି ।

କରୋନା କଟକଣାକୁ ଫୁ କରି କାଳିଶି ଯାତ୍ରାରେ ଏକାଠି ହେଲେ ହଜାର ହଜାର ଲୋକ

ଜିଲ୍ଲାର ଛତା ପିପଲ ଗ୍ରାମରେ କଳାସୀ ଯାତ୍ରା ଚାଲି ଥିବା ବେଳେ ଏହି ଉପଲକ୍ଷେ ମେଣ୍ଢା ମାଡ଼ ପ୍ରତିଯୋଗିତା ଆୟୋଜିତ ହୋଇଛି। ଯେଉଁଥିରେ ଶତାଧିକ ପ୍ରତିଯୋଗୀ ସାମିଲ ହୋଇଥିବା ବେଳେ ଏହି ଗାଁ ଓ ଆଖ ପାଖ ଅଞ୍ଚଳର ହଜାର ହଜାର ଲୋକ ଏହାକୁ ଦେଖିବା ପାଇଁ ରୁଣ୍ଡ ହୋଇଥିଲେ। ଯେଉଁଥିରେ କୌଣସି ଲୋକ ମାସ୍କ ବ୍ୟବହାର କରିନ ଥିବା ବେଳେ ସାମାଜିକ ଦୂରତାକୁ ମଧ୍ୟ ସମସ୍ତେ ଭୁଲି ଯାଇଥିଲେ।

ତେବେ ସରକାର ଓ ପ୍ରଶାସନର କଡା ନିୟମ ଓ ସଚେତନତା ସତ୍ତ୍ବେ କେମିତି ଏତେବଡ ଆୟୋଜନ ହେଲା ଓ ସ୍ଥାନୀୟ ପୋଲିସ୍ କିମ୍ବା ପ୍ରଶାସନ କେମିତି ଜାଣି ପାରିଲା ନାହିଁ ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। ଏସମ୍ପର୍କରେ ଖବର ପ୍ରସାରଣ ହେବା ପରେ ପୋଲିସ ଓ ଜିଲ୍ଲା ପ୍ରଶାସନ କି ପଦକ୍ଷପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେକ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.