ETV Bharat / state

ଲୁଟ୍‌ ଯୋଜନା ପଣ୍ଡ କଲା ପୋଲିସ, ୧୦ ଡକାୟତ ଗିରଫ

author img

By

Published : Jun 18, 2023, 8:59 PM IST

Updated : Jun 18, 2023, 9:07 PM IST

ଲୁଟ ପୂର୍ବରୁ ଯୋଜନା ପଣ୍ଡ କରି ୧୦ ଡକାୟତଙ୍କୁ ଗିରଫ କଲା ପୋଲିସ । ଅଭିଯୁକ୍ତଙ୍କଠାରୁ ବହୁ ମାରଣାସ୍ତ୍ର ଜବତ । ଅଧିକ ପଢ଼ନ୍ତୁ

accused arrested in loot case in balangir
ଲୁଟ ବେଳେ ଡକାୟତଙ୍କୁ ଗିରଫ କଲା ପୋଲିସ
ଲୁଟ ବେଳେ ଡକାୟତଙ୍କୁ ଗିରଫ କଲା ପୋଲିସ

ବଲାଙ୍ଗୀର: ଟାଉନ ପୋଲିସକୁ ମିଳିଛି ବଡ ସଫଳତା । ଲୁଟ ଉଦ୍ୟମ ପୂର୍ବରୁ ଯୋଜନା ପଣ୍ଡ କଲା ପୋଲିସ । 10 ଡକାୟତଙ୍କୁ ବଲାଙ୍ଗୀର ଟାଉନ ଥାନା ପୋଲିସ ଗିରଫ କରିବା ସହ ତାଙ୍କ ଠାରୁ ବହୁ ମାରଣାସ୍ତ୍ର ଜବତ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ନାବାଳକ ଅଛନ୍ତି । ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବଲାଙ୍ଗୀର ଏସଡିପିଓ ତୁଫାନ ବାଗ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବଲାଙ୍ଗୀର ସହର ମଧ୍ୟରେ ଥିବା ସ୍ୱପ୍ନା ଲଜ ନିକଟ ଉପହାର ଗ୍ୟାଲେରୀ ଦୋକାନ ଉପର ମହଲାରେ ଏକ କୋଠରୀରେ ଏମାନେ ଏକ ବଡ ଡକାୟତି ଯୋଜନା କରିଥିବାର ପୋଲିସ ସୂଚନା ପାଇଥିଲା । ଏହାପରେ ଅତର୍କିତ ଭାବରେ ସେଠି ଚଢ଼ାଉ କରିଥିଲା । ବଲାଙ୍ଗୀର ଏସପିଙ୍କ ସିଧାସଳଖ ତତ୍ୱାବଧାନର ଓ ନିର୍ଦ୍ଦେଶରେ ଏହି ଚଢ଼ାଉ ହୋଇଥିଲା । ଯେଉଁଥିରେ ୧୦ ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତଙ୍କ ଠାରୁ ଲୁହା ପାଇପ, ରଡ଼, ଖଣ୍ଡା, ଟାଙ୍ଗିଆ ଚେନ ଭଳି ଅନେକ ମାରଣାସ୍ତ୍ର ପୋଲିସ ଜବତ ହୋଇଛି । ସେହିପରି ୫ ହଜାର ନଗଦ ଟଙ୍କା ଓ ୮ଟି ମୋବାଇଲ ମଧ୍ୟ ପୋଲିସ ଜବତ କରିଛି । ଜିଲ୍ଲାକୁ ଅପରାଧ ମୁକ୍ତ କରିବା ପାଇଁ ବଲାଙ୍ଗୀର ପୋଲିସ ଏସପିଙ୍କ ନିର୍ଦ୍ଦେଶରେ ବିଭିନ୍ନ ପଦକ୍ଷେପ ନେଉଛି । ସହର ସାରା ସିସିଟିଭି ଲାଗି ଥିବା ବେଳେ ସେଥିରେ ସହରର ସନ୍ଦିଗ୍ଧଙ୍କ ଉପରେ ପୋଲିସ ନଜର ରଖୁଛି । ଏହିପରି ଏହି ଘଟଣାରେ ମଧ୍ୟ ପୋଲିସକୁ ସିସି ଟିଭି ସାହାଯ୍ୟ କରିଥିଲା ।

ଏନେଇ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି, "ବିଳମ୍ବିତ ରାତିରେ କିଛି ଯୁବକଙ୍କ ସନ୍ଦେହ ଜନକ ଗତିବିଧି ପୋଲିସ ଦେଖିବା ପରେ ଏମାନେ କୌଣସି ଏକ ବଡ଼ ଅପରାଧ ଘଟାଇବା ପାଇଁ ଯୋଜନା କରୁଥିବାର ପୋଲିସ ଜାଣିବାକୁ ପାଇଥିଲା । ପୋଲିସର ଏକ ଟିମ୍‌ ଉକ୍ତ ସ୍ଥାନରେ ଚଢ଼ାଉ କରି ଡକାୟତି ହେବା ପୂର୍ବରୁ ଏମାନଙ୍କୁ ଧରିବାରେ ସଫଳ ହୋଇଥିଲା । ସହରର ଜଣେ ବ୍ୟବସାୟୀଙ୍କ ଘରେ ଏମାନେ ଡକାୟତି ଯୋଜନା କରୁଥିଲେ । ତେବେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୮ ଜଣ ଯୁବକ ଥିବାବେଳେ ୨ ଜଣ ନାବାଳକ ଅଛନ୍ତି । ସେମାନେ ହେଲେ ବଲାଙ୍ଗୀର ଗେଟ ସରୋବର ପଡ଼ାର ସିଲୁ ସେଠ, କଂସାରୀ ପଡ଼ାର ବବ୍ଲୁ ବେହେରା, ରାମେଶ୍ୱର ନଗରର ଶିବ ପଟେଲ, ଆକାଶ ରାଓ, ତାଲପାଲି ପଡ଼ାର ସିଲୁ ପ୍ରଧାନ, ରାଜୀବ ନଗରର ଦିଲୁ ବଞ୍ଛାର, ବିଭୂତି ପଡ଼ାର ଆକାଶ ରାଉତ ଓ ପ୍ରତାପ ସାଗର ପଡ଼ାର ସୁମନ୍ତ ବରାଡ଼ ।" ଏମାନଙ୍କଠାରୁ ପୋଲିସ ଏକ ଖଣ୍ଡା, ଲୁହା ରଡ୍‌, ଲୁହା ପାଇପ, ବଡ଼ ବଡ଼ ହାତୁଡି, ଟାଙ୍ଗିଆ ଚେନ ଇତ୍ୟାଦି ମାରଣାସ୍ତ୍ର ଜବତ କରିଛି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସଡିପିଓ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 18, 2023, 9:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.