ETV Bharat / state

ଦୃଷ୍ଟିହୀନ ହୋଇ ବି ମାର୍ଗଦର୍ଶୀ ସାଜିଛନ୍ତି ସୁରେଶ - ଲୋଇସିଙ୍ଗା ବ୍ଲକ

ଆଖିକୁ କିଛି ଦେଖାଯାଉ ନାହିଁ । ତଥାପି ଧାନ ଅମଳଠୁ ଆରମ୍ଭ କରି ପନିପରିବା ଚାଷ , କୂଅରୁ ପାଣି କାଢି ଜମିରେ ମଡାଇବା ଆଦି ସମସ୍ତ ଚାଷ କାମ ଟିକିନିଖି କରୁଛନ୍ତି । ତେବେ ଏହି ସବୁ ଜଣେ ନିଜ ଆଖିରେ ନଦେଖିଲେ କେହି କେବେ ବିଶ୍ବାସ କରିବେ ନାହିଁ । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ଦୃଷ୍ଟିହୀନ ହୋଇ ବି ଚାଷ କରୁଛନ୍ତି ସୁରେଶ
ଦୃଷ୍ଟିହୀନ ହୋଇ ବି ଚାଷ କରୁଛନ୍ତି ସୁରେଶ
author img

By

Published : Dec 1, 2020, 2:10 PM IST

ବଲାଙ୍ଗୀର: ମଣିଷର ଦୃଢ ଇଚ୍ଛାଶକ୍ତି ତାକୁ ସଫଳ କରି ଗଢି ତୋଳିଥାଏ । ଜୀବନରେ ଆସୁଥିବା ଅନେକ କଷ୍ଟ ଓ ଦୁଃଖ ସହ ଲଢି କିଛି ମଣିଷ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ସେପରି ଏକ ସଫଳ ମଣିଷ ହେଉଛନ୍ତି ଲୋଇସିଙ୍ଗା ବ୍ଲକ ଅନ୍ତର୍ଗତ ସାନଟିକା ଗ୍ରାମର ସୁରେଶ ନାଏକ। ସେ ଛୋଟ ଦିନରୁ ଅନ୍ଧ ହୋଇ ଥିଲେ ମଧ୍ୟ ଦୃଢ ଇଛାଶକ୍ତି ତାଙ୍କୁ ଜଣେ ସଫଳ ମଣିଷ ଭାବରେ ପରିଚିତ କରିଛି । ତାଙ୍କର ଆଖି ନଥାଇ ମଧ୍ୟ ଜଣେ ସଫଳ ଚାଷୀ ହୋଇ ପାରିଛନ୍ତି । କେବଳ ସଫଳ ଚାଷୀ ନୁହେଁ ବରଂ ସେ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର ହୋଇ ନିଜକୁ ଗୁରୁ ବୋଲି ସବୁଠି ସେ ନିଜର ପରିଚୟ ସୃଷ୍ଟି କରିଛନ୍ତି ।

ଦୃଷ୍ଟିହୀନ ହୋଇ ବି ଚାଷ କରୁଛନ୍ତି ସୁରେଶ

ବୟସର ଶେଷ ପାହାଚ ଛୁଇଁଲାଣି । ଅଣ୍ଟା ନଇଁଗଲାଣି, ଚମ ବି ଧୁଡୁକିଗଲାଣି । ଆଖିକୁ ତ ପିଲାଦିନୁ କିଛି ଦେଖାଯାଉ ନାହିଁ । ମାତ୍ର ତିନି ବର୍ଷ ବୟସ ହେଉଥିବା ବେଳେ ତାଙ୍କୁ ରୋଗ ହୋଇଥିଲା । ଏବଂ ଏଥିରେ ତାଙ୍କର ଦୁଇ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଫଳରେ ରଙ୍ଗୀନ ଦୁନିଆ ସତେ ଯେମିତି ତାଙ୍କ ପାଇଁ ଅନ୍ଧାର ହୋଇ ଯାଇଥିବା ବେଳେ ଭବିଷ୍ୟତ ମଧ୍ୟ ଅନ୍ଧାର ମଧ୍ୟକୁ ଠେଲି ହୋଇ ଯାଇଥିଲା । ସେପଟେ ଗରିବ ହୋଇଥିବାରୁ ଏହି ଦୁଃଖ ଆହୁରି ଦ୍ବିଗୁଣିତ ହୋଇଥିଲା । କିନ୍ତୁ ବୟସ ବଢି ଚାଲି ଥିବା ବେଳେ ସେ ମଧ୍ୟ ନିଜ ସଂଗ୍ରାମ ଜାରି ରଖିଥିଲେ । ଧୀର ଧୀରେ ତାଙ୍କ ଦୁଇ ଏକର ଜମିରେ ନିଜେ ଚାଷ କାମ କରିବା ଆରମ୍ଭ କରିଥିଲେ । ବିନା ଆଖିରେ ଚାଷ କାମ ଅସମ୍ଭବ ହୋଇଥିଲେ ମଧ୍ୟ ସେ ଏହା ସଫଳ ଭାବରେ କରି ଦେଖାଇ ଦେଇଛନ୍ତି ।

ନିଜ ଜମି କେଉଁଠି ଅଛି, ତା'ର ସଠିକ ଅନୁମାନ କରିବା ସହ କୂଅରୁ ନିଜେ ପାଣି କାଢି ଚାଷରେ ଲଗାଇବା, ଧାନ ଅମଳ କରିବା ଭଳି ସବୁ ଟିକିନିଖି କାମ ସେ କରି ଆସୁଛନ୍ତି । ତେବେ ତାଙ୍କର ଧର୍ମପତ୍ନୀ ତାଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି ।ସମାନ ଭାବରେ ସେ ପନିପରିବା ଚାଷ ମଧ୍ୟ କରି ନିଜର ପେଟପୋଷଣ କରି ପାରୁଛନ୍ତି । ତେବେ ଏହି ସବୁକୁ ନିଜ ଆଖିରେ ନଦେଖିଲେ କେହି ବିଶ୍ବାସ କରିବା ଅସମ୍ଭବ । କିନ୍ତୁ ଏହା ନିରାଟ ସତ୍ୟ । ଏବଂ ଜଣେ ଦିବ୍ୟଙ୍ଗ ହୋଇ ମଧ୍ୟ ଦୃଢ ଇଛାଶକ୍ତି ଯୋଗୁଁ ସେ ଏହି କାମ କରି ଦେଖାଇଛନ୍ତି ଏବଂ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରି କରିପାରିଛନ୍ତି ।

କେବଳ ସେ ଜଣେ ସଫଳ ଚାଷୀ ନୁହଁନ୍ତି ବରଂ ସେ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର ଓ ବାଦ୍ୟକାର ଭାବରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଗାଁ ଲୋକେ ତାଙ୍କୁ ଏଥିପାଇଁ ଗୁରୁ ଆଖ୍ୟା ଦେଇ ସମ୍ମାନ ଦେଇ ଆସୁଛନ୍ତି । ସେ ବରଗଡରୁ ଜଣେ ଗୁରୁଙ୍କ ଠାରୁ ବେଂଜୋ ବଜାଇବା ଶିଖିଥିଲେ । ପରେ ପରେ ସେ ମୃଦୁଙ୍ଗ, ପିଆନୋ, ବଇଁଶୀ ଇତ୍ୟାଦି ନିଖୁଣତାର ସହ ବଜାଇବାକୁ ଲାଗିଲେ । ସେହିପରି ଗୀତ ଲେଖିବା ତାକୁ ପୁଣି ସଙ୍ଗୀତରେ ସଜାଇବା ଭଳି କାମରେ ମଧ୍ୟ ସେ ସିଦ୍ଧହସ୍ତ । ଏବଂ ଏହି ଅର୍ଜିତ ଜ୍ଞାନକୁ କୁନିକିନି ପିଲାଙ୍କୁ ବାଣ୍ଟି ମଧ୍ୟ ଆସୁଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.