ବଲାଙ୍ଗୀର: ଜିଲ୍ଲାରେ 35ତମ ଜାତୀୟ ସ୍ତରୀୟ ସବ୍ ଜୁନିୟର ବ୍ୟାଡମଣ୍ଟନ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହୋଇଛି । 30ଟି ରାଜ୍ୟରୁ 450 ଖେଳାଳି ଭାଗ ନେଇଛନ୍ତି । ପ୍ରଥମ ଥର ବଲାଙ୍ଗୀର ଏହାର ଆୟୋଜକ ହୋଇଥିବା ବେଳେ ସମସ୍ତେ ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି । ବଲାଙ୍ଗୀର ପାଇଁ ଏକ ଗୌରବମୟ ଅଧ୍ୟାୟ ହୋଇଛି ।
ଜିଲ୍ଲା ଜାତୀୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ କରିବାର ସୁଯୋଗ ପାଇଛି । ଏହାକୁ ଜିଲ୍ଲା ବ୍ଯାଡମିଣ୍ଟନ ସଂଘ ତଥା ରାଜ୍ୟ ବ୍ୟାଡମିଣ୍ଟନ ସଂଘ ଭବ୍ୟ ଭାବରେ ଆୟୋଜନ କରୁଛି । ଏହି 35ତମ ଜାତୀୟ ସବ ଜୁନିଅର ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବଲାଙ୍ଗୀର ପି ଆର୍ ହାଇସ୍କୁଲ୍ ଇଣ୍ଡୋର ବ୍ୟାଡମିଣ୍ଟନ ଷ୍ଟାଡିୟମରେ ଶୁଭାରମ୍ଭ ହୋଇଛି । ବଲାଙ୍ଗୀର ଜିଲ୍ଲାପାଳ ଏକ ଭବ୍ୟ ସମାରୋହରେ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଥିଲେ ।
ଏହି ଟୁର୍ଣ୍ଣାମେଣ୍ଟରେ 30ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର 450 ଖେଳାଳି ଭାଗ ନେଇଛନ୍ତି । ଆସନ୍ତା 24 ତାରିଖ ପର୍ଯ୍ୟନ୍ତ ଟୁଣ୍ଣାମେଣ୍ଟ୍ ଚାଲିବ । ସେହିପରି ଏଠାରୁ ସଫଳ ଖେଳାଳି ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଖେଳିବାର ସୁଯୋଗ ପାଇବେ । ତେବେ ଭାରତୀୟ ବ୍ୟାଡମିଣ୍ଟନ ସଂଘର ଉପସଭାପତି ଏସ ମୁରଲୀ ଧରନ କହିଛନ୍ତି ଯେ, ବଲାଙ୍ଗୀରରେ ଏଭଳି ଆୟୋଜନ ଦେଖି ଖୁବ୍ ଖୁସି । ଖେଳାଳିମାନେ ମଧ୍ୟ ଏଭଳି ଷ୍ଟାଡିୟମ ଓ ଉତ୍ସାହିତ ବାତାବରଣରେ ଖେଳିବାକୁ ବେଶ୍ ଉତ୍ସାହିତ । ସମାନ ଭାବରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ମଧ୍ୟ ଏହି ଜାତୀୟ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜନ ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାଦ୍ଵାରା ଏଠିକାର ଖେଳାଳି ଆଗକୁ ବଢ଼ି ପାରିବେ ଓ ଖେଳର ବିକାଶ ହେବ । ଖେଳାଳି ମାନେ ଆଗକୁ ଜାତୀୟ ଆନ୍ତର୍ଜାତୀୟ ଖେଳରେ ସଫଳ ହୋଇ ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଦେବେ ବୋଲି ସେ କହିଛନ୍ତି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଭିଡିଓ ବାର୍ତ୍ତା ଜରିଆରେ ପ୍ରତିଯୋଗୀ, କୋଟ୍ ଓ ଅଫିସିଆଲଙ୍କୁ ଅଭିନନ୍ଦନ ଜଣାଇଥିଲେ ।
ଏହା ବି ପଢନ୍ତୁ...ଆଇସିସିର ନୂଆ ନିୟମ: ଏଣିକି ଫାଇନ୍ ନୁହେଁ, ଲାଗିବ ୫ ରନ୍ ପେନାଲ୍ଟି
ଉଦଘାଟନୀ ସଭାରେ ଭାରତୀୟ ବ୍ୟାଡମିଣ୍ଟନ ସଂଘର ଉପ ସଭାପତି ଏସ ମୁରଲୀ ଧରନ୍, ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଖେଳାଳି ଉଦୟ ସାନେ, ବୈଷୟିକ କମିଟିର ରାକେଶ ଶେଖର, ସୁଧୀର ଭାର୍ବେ, ରାଜ୍ୟ ବ୍ୟାଡମିଣ୍ଟନ ସଂଘର ଉପ ସଭାପତି ପ୍ରଦୀପ ପଟ୍ଟନାୟକ, ବଲାଙ୍ଗୀର ଏସ୍ପି ଋଷିକେଶ କିଳରଙ୍କ ସହ ବଲାଙ୍ଗୀର ଜିଲ୍ଲା ବ୍ୟାଡମିଣ୍ଟନ ସଂଘର ସବୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଇଟିଭି ଭାରତ, ବଲାଙ୍ଗୀର