ETV Bharat / state

ସ୍କୁଲ ଫି' ପାଇଁ ଛାତ୍ରଙ୍କୁ ନିର୍ଯାତନା ଘଟଣା: ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟି

ବଲାଙ୍ଗୀରରେ ସ୍କୁଲ ଫି ପାଇଁ ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରଙ୍କୁ ନିର୍ଯାତନା ଘଟଣା । ଏ ମାମଲାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟି। ଅଧିକ ପଢନ୍ତୁ

author img

By

Published : Dec 9, 2021, 10:02 PM IST

ସ୍କୁଲ ଫି ପାଇଁ ଛାତ୍ରଙ୍କୁ ନିର୍ଯାତନା ଘଟଣା: ତଦନ୍ତ ଆରମ୍ଭ କଲା ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟି

ବଲାଙ୍ଗୀର : ସ୍କୁଲ ଫି ପାଇଁ ଏକ ଘରୋଇ ସ୍କୁଲରେ ଜଣେ ଛାତ୍ରଙ୍କୁ ନିର୍ଯାତନା ଘଟଣା । ଏ ମାମଲାର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ଓ ଶିଶୁ ମଙ୍ଗଳ କମିଟି। ତେବେ ଗତ 27 ନଭେମ୍ବରରେ ବଲାଙ୍ଗୀରର ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ଏହି ନିର୍ଯାତନା ସ୍କୁଲ ଦେଇଥିବାର ଅଭିଯୋଗ ହୋଇଥିଲା। ଯେଉଁଥିରେ ସ୍କୁଲ ଫି ଦେଇ ନ ଥିବାରୁ ସମ୍ପୃକ୍ତ ଛାତ୍ରକୁ ପାଠ ପଢ଼ିବାକୁ ସୁଯୋଗ ଦିଆ ନ ଯିବା ସହ ସ୍କୁଲ ବାରଣ୍ଡାରେ ଦୀର୍ଘ ଅଢେଇ ଘଣ୍ଟା ଛିଡା କରାଯାଇଥିଲା। ଏହାର ଅଭିଯୋଗ ହେବା ପରେ ପ୍ରଥମେ ଚାଇଲ୍ଡ ଲାଇନ ଏହାର ତଦନ୍ତ ଆରମ୍ଭ କରିଥିଲା । ଏବଂ ନିର୍ଯାତନା ଦିଆଯାଇଥିବାର ସ୍ପଷ୍ଟ କରିଥିଲା। ଏ ରିପୋର୍ଟକୁ ଆଧାର କରି ବଲାଙ୍ଗୀର ଶିଶୁ ମଙ୍ଗଳ କମିଟି ଘଟଣାର ତଦନ୍ତ ଆରମ୍ଭ କରିଛି।

ସେପଟେ ପୀଡ଼ିତ ଛାତ୍ରଙ୍କ ଅଭିଭାବକ ଶିଶୁ ମଙ୍ଗଳ କମିଟି ନିରପେକ୍ଷ ତଦନ୍ତ କରୁ ନ ଥିବାର ଅଭିଯୋଗ ଆଣିଛନ୍ତି। ଏପରିକି କମିଟିର ଜଣେ ମହିଳା ସଦସ୍ୟ ଓଲଟା ତାଙ୍କୁ ଗାଳି ଗୁଲଜ କରୁଥିବାର ସେ ଅଭିଯୋଗ କରିଛନ୍ତି । ସେହିପରି ମାନସିକ ଚାପରେ ଥିବା ତାଙ୍କ ପୁଅ ଆଉ ସ୍କୁଲରେ ପାଠ ପଢ଼ିବାକୁ ଯାଉ ନ ନଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଟିସି ମଧ୍ୟ ଦେଉ ନ ଥିବା ଅଭିଯୋଗ କରିଛନ୍ତି। ଏନେଇ ନ୍ୟାୟ ପାଇଁ ସେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ତେବେ ଏହି ଘଟଣାକୁ ଆଠ ଦିନରୁ ଅଧିକ ବିତି ଥିବାବେଳେ ଚାଇଲ୍ଡ ଲାଇନ ସ୍ପଷ୍ଟ ରିପୋର୍ଟ ଦେଇସାରିଛି।

ସେପଟେ ସ୍କୁଲ କର୍ତ୍ତୃପକ୍ଷ ଏହି ଘଟଣାକୁ ଅସ୍ବୀକାର କରୁଥିବାବେଳେ ଘଟଣା ଦିନର ସିସିଟିଭି ଫୁଟେଜ ନଥିବା କହିଛନ୍ତି। ବଲାଙ୍ଗୀର ଜିଲ୍ଲାପାଳଙ୍କ ପାଖରେ ଏହି ଅଭିଯୋଗ ପହଞ୍ଚିବା ପରେ ସେ ଜଣେ ଅଧିକାରୀଙ୍କୁ ଏଥିରେ ନିଯୁକ୍ତ କରି ନିରପେକ୍ଷ ତଦନ୍ତ ହେବ ବୋଲି କହିଛନ୍ତି। ଶିଶୁ ସୁରକ୍ଷା ଦିଗରେ କୌଣସି ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି। ସମାନ ଭାବରେ ସ୍କୁଲ ଫିକୁ ନେଇ ସ୍କୁଲ କର୍ତ୍ତୃପକ୍ଷ ସରକାର ଓ ହାଇକୋର୍ଟଙ୍କ ଆଦେଶ ଉଲଘଂନ କରିଥିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.