ETV Bharat / state

50 ହଜାର ଟଙ୍କାରେ ନାବାଳିକା ଝିଅକୁ ସାବତ ବାପା ଓ ମାଆ ବିକ୍ରି ଉଦ୍ୟମ, ଭଣ୍ଡୁର କଲା ଜିଆରପି - ବଲାଙ୍ଗୀରରେ ନାବାଳିକା କୁ ବିକ୍ରି ଅଭିଯୋଗ

ବଲାଙ୍ଗୀରରେ ଜଣେ ନାବାଳିକାକୁ 50 ହଜାର ଟଙ୍କାରେ ବିକ୍ରି ଅଭିଯୋଗ । ବାହାର ରାଜ୍ୟକୁ ଚାଲାଣ ବେଳେ ଧରିଲା ଜିଆରପି । ଅଧିକ ପଢ଼ନ୍ତୁ

ନାବାଳିକା କୁ 50 ହଜାର ଟଙ୍କାରେ ବିକ୍ରି ଅଭିଯୋଗ

author img

By

Published : Feb 27, 2023, 6:45 AM IST

ନାବାଳିକା କୁ 50 ହଜାର ଟଙ୍କାରେ ବିକ୍ରି ଅଭିଯୋଗ

ବଲାଙ୍ଗୀର: ପଇସା ପାଇଁ ଝିଅ ବିକ୍ରି ଅଭିଯୋଗ। ବାହାର ରାଜ୍ୟକୁ ଟ୍ରେନରେ ଚାଲାଣ ବେଳେ ଧରିଲା କଣ୍ଟାବାଞ୍ଜି ଜିଆରପି । ୫୦ ହଜାର୍ ଟଙ୍କାରେ ବିକ୍ରି ହୋଇଥିବା ନେଇ ସୂଚନା ଦେଲା ପୋଲିସ । ବଲାଙ୍ଗୀର ପାଟଣାଗଡ଼ ଲାରମ୍ଭା ଥାନା ଅଞ୍ଚଳର ଜଣେ ୧୪ ବର୍ଷର ବାଳିକାକୁ ପରିବାର ଲୋକେ ୫୦ ହଜାର ଟଙ୍କାରେ ରାଜସ୍ଥାନ ଜୟପୁରର ଗୋଟିଏ ପରିବାରକୁ ବିକ୍ରି କରିଥିବା ସୂଚନା ମିଳିଛି ।

ତେବେ ମୋଟ ୮୦ ହଜାର ଟଙ୍କାରେ ଏହି ଡ଼ିଲ ହୋଇଥିବା ବେଳେ ଡିଲ୍ ବେଳେ କଣ୍ଟାବାଞ୍ଜି ଜିଆରପି ପୋଲିସ୍ ପୋଲିସ ଏମାନଙ୍କୁ ଧରିଥିଲା । ସୂଚନା ଅନୁସାରେ ନାବାଳିକାକୁ ତାଙ୍କ ସାବତ ବାପା ଓ ମାଆ କିଛି ଦଲାଲ ଜରିଆରେ ରାଜସ୍ଥାନ ଜୟପୁରର ରାଜେଶ ଶର୍ମାକୁ ବିକ୍ରି କରିଥିଲେ । ଯୋଜନା ମୁତାବକ ନାବାଳିକାକୁ ଘରୁ ପାଟଣାଗଡ଼ ଅଞ୍ଚଳକୁ ଆଣିଥିଲେ । ଏବଂ ଏଠି ରାଜସ୍ଥାନରୁ ଆସି ଜଗିଥିବା ରାଜେଶ ଶର୍ମା ଓ ଅନ୍ୟ ମାନଙ୍କୁ ଏମାନେ 50 ହଜାର ଟଙ୍କା ନେଇ ହସ୍ତାନ୍ତର କରିଥିଲେ ।

ନାବାଳିକା ସହିତ ରାଜେଶ ଶର୍ମାର ବିବାହ କରି ତାକୁ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ନେବାକୁ ଯୋଜନା ହୋଇଥିଲା। ହେଲେ ପୂର୍ବରୁ ସ୍ଥିର ହୋଇଥିବା 80 ହଜାର ଟଙ୍କାରୁ ବକାୟା 30 ହଜାର ଟଙ୍କା ନାବାଳିକାର ପରିବାର ଦାବି କରିଥିଲେ । ଏହାକୁ ନେଇ ଷ୍ଟେସନରେ ଏମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ବେଳେ ସ୍ଥାନୀୟ ଜିଆରପି ସନ୍ଦେହରେ ଏମାନଙ୍କୁ ଧରିଥିଲା ।

ତେବେ ନାବାଳିକାକୁ କିଣାବିକା ଚାଲିଥିବାର ଜଣା ପଡ଼ିବା ପରେ ଜିଆରପି ବଲାଙ୍ଗୀର ଚାଇଲ୍ଡ ଲାଇନକୁ ଖବର ଦେଇଥିଲା । ସେପଟେ ଚାଇଲ୍ଡ ଲାଇନ ସଦସ୍ୟ ପହଞ୍ଚି ନାବାଳିକାକୁ ସେଠୁ ଉଦ୍ଧାର କରିଥିଲେ । ତେବେ ନାବାଳିକାକୁ କିଣିବାକୁ ଆସିଥିବା ରାଜେଶ ଶର୍ମାଙ୍କ କହିବା ଅନୁସାରେ ତାଙ୍କର ଭାଉଜ ଉକ୍ତ ନାବାଳିକା ସହ ତାଙ୍କର ବିବାହ ସ୍ଥିର କରିଥିଲେ । ସେ ନିଜେ ତଥା ତାଙ୍କ ଭାଉଜ ଓ ବଡ଼ ଭାଇ ଝିଅର ଘରକୁ ଯାଇ ଝିଅକୁ ଦେଖିବା ସହ ବିବାହ ପାଇଁ ଦୁଇ ପକ୍ଷ ମନସ୍ଥ ହୋଇଥିଲେ । ସେହିପରି ବିବାହ ଖର୍ଚ୍ଚ ପାଇଁ ସେମାନେ ନାବାଳିକାର ପରିବାରକୁ 80 ହଜାର ଟଙ୍କା ଦେବାକୁ ରାଜି ହୋଇଥିଲେ ।

ଅନ୍ୟପଟେ ନାବାଳିକାର ମାଆ ଟଙ୍କା ଲେଣଦେଣକୁ ନେଇ କିଛି ଜାଣି ନ ଥିବାର କହିଛନ୍ତି । ଏବଂ ତାଙ୍କ ଝିଅ ତାଙ୍କୁ କିଛି ନ ଜଣାଇ ଚାଲି ଯାଇଥିଲା ବୋଲି ସେ କହିଛନ୍ତି । ତେବେ ତାଙ୍କ ନିଜ ଝିଅକୁ ଟଙ୍କାରେ ବିକ୍ରି କରାଯାଇଥିବା କଥା ସେ ଜାଣି ନଥିବାର କହିଛନ୍ତି । ଅନ୍ୟପଟେ ଏହାକୁ ନେଇ ପାଟଣାଗଡ଼ ପୋଲିସ୍, ଲରମ୍ଭା ପୋଲିସ ଜିଆରପି ପୋଲିସ୍ ଓ ଚାଇଲ୍ଡ ଲାଇନ୍ ମିଳିତ ଭାବରେ ତଦନ୍ତ କରୁଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.