ETV Bharat / state

ବଲାଙ୍ଗୀରରେ ରାଜ୍ୟ ସ୍କୁଲ ବ୍ୟାଡମିଣ୍ଟନ ଚମ୍ପିଆନସିପ ଆରମ୍ଭ, 108 ଦଳ ସାମିଲ - ରାଜ୍ୟ ସ୍କୁଲ ବ୍ୟାଡମିଣ୍ଟନ ଚମ୍ପିଆନସିପ

ବଲାଙ୍ଗୀରରେ ରାଜ୍ୟ ସ୍କୁଲ୍‌ ବ୍ୟାଡମିଣ୍ଟନ ଚମ୍ପିଆନସିପ ଆରମ୍ଭ ହୋଇଛି । 27 ଜିଲ୍ଲାରୁ 108ଟି ଟିମ୍‌ ଭାଗ ନେଇଛନ୍ତି ।

badminton championship starts in balangir

author img

By ETV Bharat Odisha Team

Published : Sep 27, 2023, 12:16 PM IST

ରାଜ୍ୟ ସ୍କୁଲ ବ୍ୟାଡମିଣ୍ଟନ ଚମ୍ପିଆନସିପ ଆରମ୍ଭ

ବଲାଙ୍ଗୀର: ଜିଲ୍ଲାରେ ରାଜ୍ୟ ସ୍କୁଲ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି । ରାଜ୍ୟର 27 ଜିଲ୍ଲାର 108ଟି ଟିମ ଭାଗ ନେଇଛନ୍ତି । ତିନି ଦିନ ଧରି ଚାଲିବାକୁ ଥିବା ଏହି ଖେଳରୁ ସଫଳ ଖେଳାଳି ଜାତୀୟସ୍ତରରେ ଖେଳ ପାଇଁ ଯୋଗ୍ୟତା ପାଇବେ। ଜିଲ୍ଲାପାଳ ଚଞ୍ଚଳ ରାଣା ବ୍ୟାଡମିଣ୍ଟନ ଚମ୍ପିଆନସିପର ଉଦଘାଟନ କରିଛନ୍ତି । ଖେଳାଳି ମାମେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ଜିଲ୍ଲାରେ ରାଜ୍ୟ ସ୍କୁଲ ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି । ଯେଉଁଥିରେ ରାଜ୍ୟର 27ଟି ଜିଲ୍ଲାରୁ 108 ଟିମ ଓ 500 ଖେଳାଳି ଭାଗ ନେଇଛନ୍ତି । ସଫଳ ଖେଳାଳି ଜାତୀୟ ସ୍ତରରେ ଖେଳିବା ପାଇଁ ଯୋଗ୍ୟତା ପାଇବେ । ତିନି ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଉଦଘାଟନ କରିଥିଲେ । ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ଇଣ୍ଡୋର ଷ୍ଟେଡିୟମରେ ଏହି ଖେଳ ଆୟୋଜିତ ହେଉଛି । ଏଠ 4ଟି ବର୍ଗରେ ମୋଟ 27ଟି ଜିଲ୍ଲାର 500 ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ଉଦଘାଟନୀ କାର୍ଯ୍ୟକ୍ରମ ପରେ ଜିଲ୍ଲାପାଳ ଚଞ୍ଚଳ ରାଣା କିଛି ସମୟ ବ୍ୟାଡମିଣ୍ଟନ ଖେଳିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ...Asian Games 2023: ଭାରତକୁ ଆଉ ଏକ ସ୍ବର୍ଣ୍ଣିମ ସଫଳତା, ପିସ୍ତଲ ଇଭେଣ୍ଟରେ ଭାରତକୁ ଦୁଇଟି ସ୍ୱର୍ଣ୍ଣ

ସେପଟେ ବ୍ୟାଡମିଣ୍ଟନ ଖେଲାଳି ତଥା ଛାତ୍ରୀ ସ୍ଵୟମ ପ୍ରଭାପତି କହିଛନ୍ତି ଯେ, "ସେ ଏତେ ବଡ଼ ଟୁର୍ଣ୍ଣାମେଣ୍ଟରେ ପ୍ରଥମ କରି ଖେଳୁଛନ୍ତି । ହେଲେ ସେ ଭଲ ଖେଳିବେ ଓ ଆଶା ଅନୁଶାରେ ସଫଳ ହେବାକୁ ଚେଷ୍ଟା କରିବେ ବୋଲି କହିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ସଭାପତି ସୁରୁଲାଲ ମଟାରି କହିଛନ୍ତି ଯେ ଜିଲ୍ଲାରେରେ ଏହାର ଆୟୋଜନ ହେଉଛି । ଯେଉଁଥିରେ ବିଭୀନ୍ନ ଚାରୋଟି ବର୍ଗର ଖେଳ ପାଇଁ 27ଟି ଜିଲ୍ଲାରୁ ଖେଳାଳି ଅଂଶ ଗ୍ରହଣ କରିଛନ୍ତି । ସେହିପରି ଏଥିରେ ସଫଳ ଖେଳାଳି ଆଗକୁ ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଖେଳିବାର ଯୋଗ୍ୟତା ପାଇବେ ।"

ଏହା ବି ପଢନ୍ତୁ...Asian Games: ଭାରତକୁ ଆଉ ଏକ ପଦକ, 50 ମିଟର ରାଇଫଲସ ମହିଳା ଟିମକୁ ରୌପ୍ୟ

ସେହିପରି ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଆୟୋଜନର ସୁଯୋଗ ଜିଲ୍ଲାକୁ ନିହାତି ଗୌରବ ଦେଇଛି । ସେହିପରି ଏବେ ସ୍କୁଲ୍‌ ସ୍ତରୀୟ ଖେଳ ପ୍ରତିଯୋଗିତା ହେଉଥିବା ବେଲେ ଏଥିରେ ସବୁ ଜିଲ୍ଲାର ଖେଳାଳି ଭାଗ ନେଇଛନ୍ତି ଏବଂ ଆଗକି ଏଠି ରାଜ୍ୟ ଓ ଜାତୀୟ ସ୍ତରୀୟ ପ୍ରତିଯୋଗିତା ମଧ୍ୟ କେମିତି ଆୟୋଜନ ହେବ ତା ପାଇଁ ପ୍ରଚେଷ୍ଟା ଜାରି ରହିଛି । ଆସନ୍ତା ଅକ୍ଟୋବର ଓ ଡିସେମ୍ବର ମାସରେ କିଛି ଜାତୀୟ ସ୍ତରୀୟ ବ୍ୟାଡମିଣ୍ଟନ ଖେଳ ଏଠି ଆୟୋଜନ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.