ETV Bharat / state

୪ ଲକ୍ଷ ଦେଇ ଭୋଟ କିଣିଲେ ସରପଞ୍ଚ ପ୍ରାର୍ଥୀ

ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭୋଟ କିଣି ଥିବା ଅଭିଯୋଗ । ମନ୍ଦିର କମିଟିକୁ ୪ ଲକ୍ଷ ଟଙ୍କା ଦେଇ ସରପଞ୍ଚ ପ୍ରାର୍ଥୀ ଭୋଟ କିଣିଥିବା ଭାଇରାଲ ଭିଡିଓରେ ପ୍ରକାଶ । ଅଧିକ ପଢନ୍ତୁ

୪ ଲକ୍ଷ ଟଙ୍କା ଦେଇ ଭୋଟ କିଣିଲେ ସରପଞ୍ଚ ପ୍ରାର୍ଥୀ

author img

By

Published : Feb 16, 2022, 6:51 AM IST

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭୋଟ କିଣି ଥିବା ଅଭିଯୋଗ । ୪ ଲକ୍ଷ ଟଙ୍କାରେ ଭୋଟ କିଣା ଯାଇଥିବା କହିଛନ୍ତି ଗ୍ରାମବାସୀ । ବଲାଙ୍ଗୀର ପୁଇନ୍ତଳା ବ୍ଲକ କଶ୍ରୁ ପାଲି ଗ୍ରାମର ସବୁ ଭୋଟ ୪ ଲକ୍ଷ ଟଙ୍କାରେ କିଣା ଯାଇଥିବାର ଅଭିଯୋଗ ହୋଇଛି । ପୂର୍ବରୁ ବିଲେଇସର୍ଡା ଗ୍ରାମରେ ସରପଞ୍ଚ ପଦବୀ 44 ଲକ୍ଷ ଟଙ୍କାରେ ନିଲାମ ହେବା ଚର୍ଚ୍ଚାକୁ ଆସିବା ପରେ ବର୍ତ୍ତମାନ ସରପଞ୍ଚ ପ୍ରାର୍ଥୀ ଭୋଟ କିଣିଥିବା ଜଣାପଡିଛି ।

୪ ଲକ୍ଷ ଟଙ୍କା ଦେଇ ଭୋଟ କିଣିଲେ ସରପଞ୍ଚ ପ୍ରାର୍ଥୀ

ସୂଚନା ଅନୁଯାୟୀ, ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ନିର୍ବାଚନରେ ଭୋଟ କିଣିବାକୁ ଯାଇ କାଶ୍ରୁ ପାଲି ଗ୍ରାମର ମନ୍ଦିର କମିଟିକୁ ୪ ଲକ୍ଷ ଟଙ୍କା ଦେଇଥିବା ପୂଜକ କହିଛନ୍ତି । ମନ୍ଦିରର ପୂଜକ ଚକ୍ରଧର ପଣ୍ଡା ଏକ ଭାଇରାଲ ଭିଡିଓରେ ଏହା ପ୍ରକାଶ କରିଛନ୍ତି । ପୂର୍ବରୁ ନିଲାମ ଜିତିଥିବା ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆଙ୍କ ନାଁରେ ଜିଲ୍ଲା ପ୍ରଶାସନ ତଦନ୍ତ କରି ଥାନାରେ ଅଭିଯୋଗ ଦେଇ ଥିବାବେଳେ ଏବେ ପୁଣି ଏହି ଘଟଣା ସାମ୍ନାକୁ ଆସିଛି । ତେବେ ନିର୍ବାଚନକୁ ଆଉ ଅଳ୍ପଦିନ ଥିବାବେଳେ ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.