ETV Bharat / state

ବଲାଙ୍ଗୀରରେ ଜୋରଧରିଲା ସ୍ବତନ୍ତ୍ର କ୍ୟାନ୍ସର ହସ୍ପିଟାଲ ଦାବି - ବଲାଙ୍ଗୀର

ବଲାଙ୍ଗୀର ଜିଲ୍ଲାରେ ଏବେ ଜୋର ଧରିଛି ସ୍ବତନ୍ତ୍ର କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ- ସମ୍ବାଦଦାତା ବଲାଙ୍ଗୀର
author img

By

Published : Sep 21, 2019, 10:30 PM IST

ବଲାଙ୍ଗୀର: ଜିଲ୍ଲାରେ ଏବେ ଜୋର ଧରିଛି ସ୍ବତନ୍ତ୍ର କ୍ୟାନ୍ସର ହସ୍ପିଟାଲ ପ୍ରତିଷ୍ଠା ଦାବି । ଏଠାରେ ମେଡିକାଲ କଲେଜ ପ୍ରତିଷ୍ଠା ହେବା ଦିନଠାରୁ କ୍ୟାନ୍ସର ପାଇଁ କେବଳ ସାଧାରଣ ଚିକିତ୍ସା ପରାମର୍ଶ କେନ୍ଦ୍ର ଖୋଲାଯାଇଛି । ଦିନକୁ ଦିନ ବୃଦ୍ଧି ପାଉଥିବା ରୋଗୀଙ୍କ ପାଇଁ ଯାହା ଯଥେଷ୍ଟ ନୁହେଁ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା ବଲାଙ୍ଗୀର

ତେବେ ବଲାଙ୍ଗୀରରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲା ପରେ ଏଠି କର୍କଟ ରୋଗ ଚିକିତ୍ସା ଓ ପରାମର୍ଶ କ୍ରେନ୍ଦ ଖୋଲାଯାଇଛି । ଯେଉଁଠି ମାତ୍ର 6ଟି ଶଯ୍ୟା ଥିବାବେଳେ ଜଣେ ଡାକ୍ତର ଓ ଜଣେ ନର୍ସ ରହିଛନ୍ତି । ତେବେ ଏହି ଚିକିତ୍ସା କେନ୍ଦ୍ରରେ କେବଳ ସାଧାରଣ ଚିକିତ୍ସା ସାଙ୍ଗକୁ ସପ୍ତାହରେ ଦୁଇ ଦିନ ରୋଗୀମାନଙ୍କୁ କେମୋ ଦିଆଯାଉଛି । ସେହିପରି ଏଠି ଭିତ୍ତିଭୂମିର ଘୋର ଅସୁବିଧା ଥିବା ବେଳେ ରୋଗୀ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ସବୁ ପ୍ରକାରର କର୍କଟ ରୋଗୀଙ୍କ ପାଇଁ ଏଠି ବିଶେଷ ସୁବିଧା ନାହିଁ । ଯାହା ଫଳରେ ରୋଗୀ ହଇରାଣ ହେବା ସହ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହୋଉଛନ୍ତି ।

ଅନ୍ୟପଟେ ଏସବୁ ସମସ୍ୟାକୁ ନିଜେ ସ୍ବାସ୍ଥ ବିଭାଗ ସ୍ବୀକାର କରିଛି । ଦୁଇ ବର୍ଷ ମଧ୍ୟରେ ଏଠି 615 ଜଣ ରୋଗୀ ଆସିଥିବା ବେଳେ 315 ଜଣକୁ କେମୋ ଦିଅଯାଇଛି ବୋଲି ବିଭାଗ ସୂଚନା ଦେଇଛି । ତେବେ ଏହି ଦାବିରେ ବଲାଙ୍ଗୀର ଜନମୋର୍ଚ୍ଚା ସଂଗଠନ ଆଗକୁ ଆସି ଶନିବାର ବଲାଙ୍ଗୀରରେ କ୍ୟାନ୍ସର ହସ୍ପିଟାଲ ଦାବି କରିଛି । ଏଥିସହ ବଲାଙ୍ଗୀର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।

ବଲାଙ୍ଗୀରରୁ ମହମ୍ମହ ୱାହିଦ୍, ଇଟିଭି ଭାରତ

Intro:ବଲାଙ୍ଗୀରରେ ଏବେ ଜୋର ଧରିଛି ସ୍ୱତନ୍ତ୍ର କେଂସର ହସ୍ପିଟାଲ ପ୍ରତିଷ୍ଠା ଦାବି। ଏଠି ମେଡିକାଲ କଲେଜ ପ୍ରତିଷ୍ଠା ହେବ ଦିନ ଠୁଁ କେଂସର ପାଇଁ କେବଳ ସାଧାରଣ ଚିକିତ୍ସା ପରାମର୍ଶ କେନ୍ଦ୍ର ଖୋଲା ଯାଇଛି । ଯାହା ଦିନ କୁ ଦିନ ବୃଦ୍ଧି ପାଇଲୁଥିବା ରିଗୀଙ୍କ ପାଇଁ ଯଥେଷ୍ଠ ନୁହେଁ । ତେଣୁ ଏଠି ଏହି ଦାବି ଏବେ ଜୋର ଧରିବାରେ ଲାଗିଥିବା ବେଳେ ଆଗକୁ ଏଥ8 ପାଇଁ ପୁଣି ଆନ୍ଦୋଳନ ହେବାର ସମ୍ଭାବନ ଦେଖାଦେଇଛି ।

Body:ବଲାଙ୍ଗୀରରେ ଏବେ ଜୋର ଧରିଛି ସ୍ୱତନ୍ତ୍ର କେଂସର ହସ୍ପିଟାଲ ପ୍ରତିଷ୍ଠା ଦାବି। ତେବେ ବଲାଂଗିରରେ ମେଡିକାଲ କଲେଜ ପ୍ରତିଷ୍ଠା ହେଲା ପରେ ଏଠି କର୍କଟ ରୋଗ ଚିକିତ୍ସା ଓ ପରାମର୍ଶ କ୍ରନ୍ଦ ଖୋଲା ଯାଇଛି । ଯେଉଁଠି ମାତ୍ର ଛ ଟି ଶଯ୍ୟା ଥିବା ବେଲବ ଜଣେ ଡାକ୍ତର ଓ ଜଣେ ନର୍ସ ରେ ଏହା ଏଯାବତ ଚାଲିଛି। ତେବେ ଏହି ଚିକିତ୍ସା କେନ୍ଦ୍ରରେ କେବଳ ସାଧାରଣ ଚିକିତ୍ସା ସାଙ୍ଗକୁ ସପ୍ତାହରେ ଦୁଇ ଦିନ ରୋଗୀ ମାନଙ୍କୁ କେମୋ ଦିଆ ଯାଉଛି । ସେହିପରି ଏଠି ଭିତ୍ତି ଭୂମିର ଘୋର ଅସୁବିଧା ଥିବା ବେଳେ ରୋଗୀ ସଂଖ୍ୟା ଦିନ କୁ ଦିନ ବୃଧି ପାଉଛନ୍ତି । ଏବଂ ସବୁ ପ୍ରକାରର କର୍କଟ ରୋଗୀଙ୍କ ପାଇଁ ଏଠି ବିଶେଷ ସୁବିଧା ନାହିଁ । ଯାହାଫଳରେ ରୋଗୀ ହଇରାଣ ହେବା ସହ ଖରଛଅନ୍ତ ମଧ୍ୟ ହୋଉଛନ୍ତି ।ତେବେ ଏସବୁ ସମସ୍ୟା ଲାଗି ରହିଥିବାର ନିଜେ ସ୍ବାସ୍ତ୍ୟ ବିଭାଗ ସ୍ୱୀକାର କରିଛି । ଏବଂ ଦୁଇ ବର୍ଷ ମଧ୍ୟରେ ଏଠି 615 ଜଣ ରୋଗୀ ଆସିଥିବା ବେଳେ 315ଜଣକୁ କେମୋ ଦିଅ ଯାଇଛି ବୋଲିଂକହିଛି ବିଭାଗ। ଅନ୍ୟପଟେ ଏସମସ୍ୟା ଦିନ କୁ ଦିନ ଗୁରୁତର ରୁ ଗୁରୁତର ହେବାକୁ ଲାଗିଛି । ଏବଂ ଏଠି ଏକ ସ୍ୱତନ୍ତ୍ର କେଂସର ହୋପିତଲ ଦାବି ଜୋର ଧରିଛି । ଯେଉଁଥିରେ ବଲାଙ୍ଗିରର ଜନମୋର୍ଚା ସଂଗଠନ ଆଗକୁ ଆସି ଆଜି ବଲାଙ୍ଗୀରରେ କେଂସର ହସ୍ପିଟାଲ ଦାବିକରିଛି । ଏବଂ ବଲାଂଗୀର ଅତିରିକ୍ତ ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛି । ତେବେ ଏଠି କେଂସର ହସ୍ପିଟାଲ ହେଲେ ପଛୁଆ ଓ ଗରିବ ବଲାଂଗୀର ତଥା ଆଖପାଖ ପାଂଚଟି ଜିଲ୍ଲା ର କର୍କଟ ରୋଗୀ ଉପକୃତ ହେବେ ବୋଲି ଏ ସଂଗଠନ କହିଛି ।
ବାଇଟ ପ୍ରଶାନ୍ତ ସେନାପତି ଉପଦେଷ୍ଟା ଜନମୋର୍ଚା ବଲାଂଗୀର
ବାଇଟ ଡାକ୍ତର ଅଭିନାସ ମିଶ୍ର ନୋଡାଲ ଅଫିସର କେଂସର ବଲାଂଗୀର

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.