ETV Bharat / state

ଆରପାରିରେ ଶ୍ରମିକ ନେତା ଲଳିତ ନାୟକ

ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ଲଳିତ ନାୟକଙ୍କ ପରଲୋକ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।

ଆରପାରିରେ  ସମାଜସେବୀ ଲଳିତ ନାୟକ
ଆରପାରିରେ ସମାଜସେବୀ ଲଳିତ ନାୟକ
author img

By

Published : Jan 18, 2021, 10:21 AM IST

Updated : Jan 18, 2021, 11:28 AM IST

ବଲାଙ୍ଗୀର: ଓଡିଶାର ତଥା ବଲାଙ୍ଗୀରର ବିଶିଷ୍ଟ ସମାଜସେବୀ ସଂଗଠନ ଓ ରକ୍ତଦାନ କ୍ଷେତ୍ରରେ କାମ କରୁଥିବା ଲଳିତ ନାୟକଙ୍କ ନିଧନ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ଆରପାରିରେ ଶ୍ରମିକ ନେତା ଲଳିତ ନାୟକ

ଖବରମୁତାବକ, ଆଜି ଭୋର ସାଢେ ୫ଟା ସମୟରେ ବିଶିଷ୍ଟ ଶ୍ରମିକ ନେତା ତଥା ସମାଜସେବୀ ଲଳିତ ନାୟକ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସମାଜସେବା ଓ ସ୍ବେଚ୍ଛାକୃତ ରକ୍ତଦାନ କରି ସେ ସାରା ଓଡିଶାରେ ନିଜର ପରିଚୟ ସୃଷ୍ଟି କରିଥିଲେ । ପଶ୍ଚିମ ଓଡିଶା ଶ୍ରମିକ ସଂଗଠନର ସଭାପତି ସହ ପ୍ରାୟ ୫୦ଟି ସଂଗଠନର ସଭାପତି ଭାବରେ ସେ କାର୍ଯ୍ୟ ତୁଲାଇ ଆସୁଥିଲେ । ଗତ ଦୁଇ ତିନି ଦଶନ୍ଧି ହେଲା ସେ ନିସ୍ବାର୍ଥପର ଭାବେ ଦୁଃଖୀ ଦରିଦ୍ରଙ୍କ ପାଇଁ କାର୍ଯ୍ୟ କରି ଆସୁଥିଲେ।

ତେବେ ତାଙ୍କର ବିୟୋଗରେ ଓଡିଶା ସମେତ ପଶ୍ଚିମ ଓଡିଶା ଓ ବଲାଙ୍ଗୀରରେ ଶୋକର ଛାୟା ଖେଳି ଯାଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Jan 18, 2021, 11:28 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.