ETV Bharat / state

ବାଟବଣା ଆଇନ: 5ବର୍ଷ ପରେ ବି ପୀଡିତାଙ୍କୁ ମିଳିଲାନି ନ୍ୟାୟ

author img

By

Published : Jun 13, 2020, 7:33 PM IST

Updated : Jun 13, 2020, 8:06 PM IST

5ବର୍ଷ ତଳେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଜଣେ ଦଳିତ ନାବାଳିକାକୁ ଉଚିତ ନ୍ୟାୟ ଦାବି ନେଇ ସ୍ବର ଉଠାଛି ବହୁଜନ ସମାଜପାର୍ଟି । ଏହି ମାମଲାରେ କ୍ରାଇମବ୍ରାଞ୍ଚ ଚୁପ ବସି ଥିବାରୁ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି ହୋଇଛି ।

ବାଟବଣା ଆଇନ:5ବର୍ଷ ପରେ ବି ପିଡିତାଙ୍କୁ ମିଳିଲାନି ନ୍ୟାୟ

ବଲାଙ୍ଗୀର: ଜିଲ୍ଲାରେ 5 ବର୍ଷ ତଳେ ଗଣଦୁଷ୍କର୍ମ ଓ ହତ୍ୟାର ଶିକାର ହୋଇଥିବା ଜଣେ ଦଳିତ ନାବାଳିକାକୁ ଉଚିତ ନ୍ୟାୟ ଦାବି ନେଇ ଧାରଣା ଦେଲେ ବହୁଜନ ସମାଜପାର୍ଟି। ବଲାଙ୍ଗୀର ଖପ୍ରାଖୋଲ ବ୍ଲକ ସର୍ଗିପାଲି ଗ୍ରାମରେ ପାଞ୍ଚ ବର୍ଷ ତଳେ ଜଣେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ ଓ ପରେ ହତ୍ୟା ଅଭିଯୋଗ ହୋଇଥିଲା । ସୋସିଆଲ ମିଡିଆରେ ଏହି ମାମଲା ସାରା ରାଜ୍ୟରେ କମ୍ପନ ସୃଷ୍ଟି କରିଥିବା ବେଳେ ମାମଲା କ୍ରାଇମବ୍ରାଞ୍ଚ ପାଖକୁ ଯାଇଥିଲା। ହେଲେ ଆଜିକୁ 5 ବର୍ଷ ବିତି ଯାଇଥିକେ ସୁଦ୍ଧା ଏହି ମାମଲାରେ କୌଣସି ଚୂଡାନ୍ତ ନିଷ୍ପତ୍ତି ଆସିନାହିଁ। କିମ୍ବା କେହି ଦୋଷୀ ଦଣ୍ଡ ପାଇ ନାହାନ୍ତି।

ବାଟବଣା ଆଇନ: 5ବର୍ଷ ପରେ ବି ପୀଡିତାଙ୍କୁ ମିଳିଲାନି ନ୍ୟାୟ

ତେବେ ଏହାକୁ ନେଇ ବହୁଜନ ସମାଜ ପାର୍ଟି ଶନିବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେଇଛନ୍ତି। ଏବଂ ପୀଡିତା ପରିବାରବର୍ଗଙ୍କୁ ଉଚିତ ନ୍ୟାୟ ପ୍ରଦାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ଏହିପରି ଏହି ମାମଲାରେ କ୍ରାଇମବ୍ରାଞ୍ଚ ଚୁପ ବସି ଥିବାରୁ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଯାଉ ବୋଲି ମଧ୍ୟ ଦାବି କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Jun 13, 2020, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.