ETV Bharat / state

ବଲାଙ୍ଗୀରରେ ବିସ୍ଥାପିତଙ୍କୁ ଥଇଥାନ ଦାବି

ବଲାଙ୍ଗୀର ସହର ମଧ୍ୟରେ ବିକାଶ ନାଁରେ ବସ୍ତି ଉଛେଦ ପ୍ରକ୍ରିୟା ଜାରି ରହିଛି । ବିସ୍ଥାପିତ ହୋଇଥିବା ଶତାଧିକ ପରିବାରକୁ ଥଇଥାନ ଦାବି ହୋଇଛି ଆସୁଛି । ତେବେ ପ୍ରଶାସନ ଏଥିରେ ନିରବ ଥିବା ବେଳେ ନିଜେ ଶାସକ ଦଳ ଏବେ ସାମନାକୁ ଆସିଛି । ଥଇଥାନ ଦାବିରେ ପୌରପାଳିକା ଘେରାଉ କରିଛି। ଅଧିକ ପଢନ୍ତୁ...

slum eviction ruling party came to front in balangir
ବଲାଙ୍ଗୀରରେ ବସ୍ତି ଉଚ୍ଛେଦ ବିସ୍ଥାପିତଙ୍କୁ ଥଇଥାନ ଦାବି
author img

By

Published : Mar 20, 2021, 1:27 PM IST

ବଲାଙ୍ଗୀର: ସହର ମଧ୍ୟରେ ବିକାଶ ନାଁରେ ବସ୍ତି ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ସେପଟେ ଏଥିରେ ବିସ୍ଥାପିତ ହୋଇଥିବା ଶତାଧିକ ପରିବାରକୁ ଥଇଥାନ ଦାବି ହୋଇ ଆସୁଛି । ତେବେ ପ୍ରଶାସନ ଏଥିରେ ନିରବ ଥିବା ବେଳେ ନିଜେ ଶାସକ ଦଳ ଏବେ ସାମନାକୁ ଆସିଛି। ଥଇଥାନ ଦାବିରେ ପୌରପାଳିକା ଘେରାଉ କରିଛି।

ବଲାଙ୍ଗୀରରେ ବସ୍ତି ଉଚ୍ଛେଦ ବିସ୍ଥାପିତଙ୍କୁ ଥଇଥାନ ଦାବି

ବଲାଙ୍ଗୀର ସହର ମଧ୍ୟରେ ବିକାଶ ନାଁରେ ବସ୍ତି ଉଛେଦ ଜାରି ରହିଛି । ଏଥିରେ ଶତାଧିକ ଗରିବ ପରିବାର ବାସହରା ହୋଇଛନ୍ତି। ତେବେ ଏମାନଙ୍କର ଥଇଥାନ ଦାବି ହୋଇ ଆସୁଥିଲେ ସୁଦ୍ଧା ପ୍ରଶାସନ ଏଯାଏଁ ନିରବ ରହି ଉଛେଦ ପ୍ରକ୍ରିୟା ଜାରି ରଖିଛି। ତେବେ ଏହାକୁ ବିରୋଧ କରି ଆଜି ନିଜେ ଶାସକ ବିଜେଡି ଦଳ ସାମ୍ନାକୁ ଆସିଛି। ଏବଂ ଏଥିରେ ଆଜି ଏମାନେ ପୌରପାଳିକା କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଘେରିଛନ୍ତି। ତେବେ ବିକାଶକୁ ଏମାନେ ସ୍ୱାଗତ କରୁଥିବା ବେଳେ ଗରିବ ଲୋକଙ୍କ ଚିନ୍ତା ମଧ୍ୟ କରାଯିବାର ଏମାନେ ଦାବି କରିଛନ୍ତି। ଯେଉଁଥିରେ ସରକାରଙ୍କ ସ୍ଲମ ଡ୍ବେଲିଙ୍ଗ ଆଇନ ଓ ଜାଗା ମିଶନ ଯୋଜନାରେ ଗରିବ ଲୋକଙ୍କୁ ଥଇଥାନ କରିବାର ଏମାନେ ଦାବି କରିଛନ୍ତି। ସେପଟେ ଯେଉଁଠି ଆବଶ୍ୟକ ଅଛି ସେଠି କେବଳ ଉଛେଦ କରା ଯାଉଥିବାର ପୌରପାଳିକା କହିଛି। ତେବେ ରୋଡ଼ ନାଳ ଓ ଅନ୍ୟାନ୍ୟ ବିକାଶ କାମ ପାଇଁ ଉଛେଦ ହୋଇଥିବା ବେଳେ ଏଯାଏଁ 156 ପରିବାର ଏଥିରେ ବିସ୍ଥାପିତ ହୋଇଥିବାର ପୌରପାଳିକା କହିଛି ।

ସେହିପରି ବିସ୍ଥାପିତ ହୋଇଥିବା କିମ୍ବା ବିସ୍ଥାପିତ ହେବାକୁ ଥିବା ଲୋକଙ୍କୁ ଥଇଥାନ କରାଯିବ ବୋଲି ପୌରପାଳିକ କହିଛି। ଯାହା ପାଇଁ ପୂର୍ବରୁ ଉଷା ସର୍ବେ କାମ ସାରିଥିବା ବେଳେ ଯୋଗ୍ୟ ହିତାଧିକାରୀଙ୍କୁ ଜମି ଓ ଘର ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏଥିପାଇଁ ବଲାଙ୍ଗୀର ବିଣ୍ଣୁ ମୁଣ୍ଡା ଠାରେ ଚାଳିଶ ଏକର ଜମି ଚିହ୍ନଟ ସରିଥିବା ପୌର ପାଳିକା ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.