ETV Bharat / state

ବନ୍ୟା ପରେ ସୁଧୁରିନି ବଲାଙ୍ଗୀର ସ୍ଥିତି - ବଲାଙ୍ଗୀର

ଛାଡି ଗଲାଣି ବନ୍ୟା । ହେଲେ କମୁନି ଦୁଃଖ । ବନ୍ୟାରେ ଘର ଭାଙ୍ଗିଥିବାରୁ ସ୍କୁଲ ଘରେ କଟୁଛି ଜୀବନ । ବନ୍ୟା ସମୟରେ 7 ଦିନ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇ ଦାୟିତ୍ବ ସାରିଦିଆଯାଇଛି । ସେପଟେ ନିଜର ସର୍ବସ୍ବ ହରାଇ ସରକାରଙ୍କ ରିଲିଫ୍‌କୁ ଅନାଇ ବସିଛନ୍ତି ବଲାଙ୍ଗୀରବାସୀ ।

ଡିଜାଇନ ଫଟୋ
author img

By

Published : Aug 20, 2019, 10:50 PM IST

ବଲାଙ୍ଗୀର: ଛାଡି ଗଲାଣି ବନ୍ୟା । ହେଲେ କମୁନି ଦୁଃଖ । ବନ୍ୟାରେ ଘର ଭାଙ୍ଗିଥିବାରୁ ସ୍କୁଲ ଘରେ କଟୁଛି ଜୀବନ । ଲଗାଣ ବର୍ଷାରେ ଅଚାନକ ଆସିଥିବା ବନ୍ୟା ପରେ ବଲାଙ୍ଗୀରର ଏବେ ଏପରି ସ୍ଥିତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବନ୍ୟା ସମୟରେ 7 ଦିନ ପାଇଁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଇ ଦାୟିତ୍ବ ସାରିଦିଆଯାଇଛି । ସେପଟେ ନିଜର ସର୍ବସ୍ବ ହରାଇ ସରକାରଙ୍କ ରିଲିଫ୍‌କୁ ଅନାଇ ବସିଛନ୍ତି ଲୋକେ । ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଅର୍ଥ କେବେ ମିଳିବ ତାହା ଅନିଶ୍ଚିନ୍ତତା ଭିତରେ ଥିବାବେଳେ ଲୋକେ ଏନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଗତ 13 ଓ 14 ତାରିଖରେ ଲଗାଣ ବର୍ଷାରେ ବଲାଙ୍ଗୀରରେ ବନ୍ୟା ଆସିଥିଲା । ଯେଉଁଥିରେ ବଲାଙ୍ଗୀର ସହର ସମେତ ପୁରା ଜିଲ୍ଲା ପାଣିରେ ଡୁବି ଯାଇଥିଲା । ପ୍ରାୟ 50 ହଜାର ଲୋକ ଏଥିରେ ପ୍ରଭାବିତ ହୋଇଥିବାବେଳେ ହଜାରେରୁ ଅଧିକ ଘର ଭାଙ୍ଗି ଯାଇଥିଲା । ଚାଷ ଉଜୁଡି ଯାଇଥିଲା । ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡିଥିଲା । ଯାହାର ମରାମତି ହୋଇନି ।

ଏପରି ଅଚାନକ ବନ୍ୟା ଦେଖିନଥିବା ବଲାଙ୍ଗୀର, ଏହା ପାଇଁ ଅପ୍ରସ୍ତୁତ ଥିଲା । ଫଳରେ ଏପର୍ଯ୍ୟନ୍ତ ବି ସୁଧୁରୁନି ସ୍ଥିତି । ଯାହା ଜିଲ୍ଲା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେପଟେ 15 ଦିନ ଭିତରେ ସବୁକିଛି ଠିକ୍‌ ହେବ ବୋଲି ପ୍ରଶାସନ କହୁଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀର ଗତ 13 ଓ 14 ତାରଖରେ ଲଗାଣ ବର୍ଷାରେ ବଲାଙ୍ଗୀରରେ ପ୍ରଲୟଙ୍କାରୀ ବନ୍ୟା ଆସିଥିଲା । ଯେଉଁଥିରେ ବଲାଂଗୀର ସହର ସମେତ ପୁରା ଜିଲ୍ଲା ପାଣିରେ ଡୁବି ଯାଇଥିଲା । ତେବେ ଏହି ପ୍ରଲୟଙ୍କାରୀ ବନ୍ୟା ପରେ ଏବେ ପ୍ରଶାସନ ଓ ସରକାରଙ୍କ ମୁଖ୍ୟ ଚିନ୍ତା ସବୁ କୁ ଠିକ ଠାକ କରିବା । ଏବଂ ରିଲିଫ କାମ ସହିତ ସବୁର ପୁନରୁଦ୍ଧାର କରିବା ଏବେ ବଡ଼ ଚେଲେଞ୍ଜ ହୋଇଛି । ସେପଟେ ସରକାର 15 ଦିନ ମଧ୍ୟରେ ସବୁ ସଜାଦିବାର ଲକ୍ଷ୍ୟ ରଖିଛନ୍ତି । ସେପଟେ ଆଜିବି ବନ୍ୟା ଦୁଃଖରେ ଛାତି ପିଟି ହେଉଥିବା ବନ୍ୟା ପୀଡିତ ଏବେବି ରିଲିଫ ଭଳି କୌଣସି ସାହାଯ୍ୟ ପାଉଁଥିବାର ଅଭିଯୋଗ କରିଛନ୍ତି ।

Body:ବଲାଂଗୀର ଗତ 13 ଓ 14 ତାରଖରେ ଲଗାଣ ବର୍ଷାରେ ବଲାଙ୍ଗୀରରେ ପ୍ରଲୟଙ୍କାରୀ ବନ୍ୟା ଆସିଥିଲା । ଯେଉଁଥିରେ ବଲାଂଗୀର ସହର ସମେତ ପୁରା ଜିଲ୍ଲା ପାଣିରେ ଡୁବି ଯାଇଥିଲା । ଏବଂ ଆନୁମାନିକ ଏଥିରେ 50 ହଜାର ଲୋକ ପ୍ରଭାବିତ ହୋଇଥିବା ବେଲେ 1000 ରୁ ଉର୍ଧ୍ୱ ଘର ଭାଙ୍ଗିଥିବାର ଜଣା ପଡ଼ିଛି । ସେହିପରି ଏହି ବନ୍ୟାରେ ଚାଷ , ରାସ୍ତା, ସ୍କୁଲ ଘରର ମଧ୍ୟ ବହୁତ ଭାବରେ କ୍ଷ୍ୟତି ଘଟିଛି । ବର୍ତ୍ତମାନ ସୁଦ୍ଧା ବଲାଂଗୀର ଦେଇ ପାଟଣା ଗଡ଼, ଟିଟିଲାଗଡ଼, ସମ୍ବଲପୁର ଓ ସୁବର୍ଣ୍ଣ ପୁର ସବୁ ମୁଖ୍ୟ ରାସ୍ତା ଅନେକ ସ୍ଥାନରେ ଧୋଇ ହୋଇ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ସମାନ ଭାବରେ ଅନେକ ବ୍ରିଜ ମଧ୍ୟ ଏଠି ଯୋଗୁଁ ନଷ୍ଟ ହୋଇଛି । ଏହିପରି ସବୁଗ୍ରାମଞ୍ଚଳ ର ରାସ୍ତା ମଧ୍ୟ ଉପୁଡ଼ି ଯାଇଛି । ସେପଟେ ଏହି ପରିସ୍ଥିତିରେ ସବୁ ବନ୍ୟା ପିଡୀତ ଏଯାଏଁ ରିଲିଫ ପାଉନ୍ନ ଥିବାର କହିଛନ୍ତି। ଏବଂ ଜିଲ୍ଲାପାଳଙ୍କ ଦ୍ୱାରାସ୍ତ ମଧ୍ୟ ହୋଇଛନ୍ତି । ହଜାତ ହଜାର ଲୋକଙ୍କ ମୁଣ୍ଡ ଉପରୁ ଛାତ ଉଡିଯାଇଥିବା ବେଳେ ଏମାନେ ସରକାରୀ ସହାୟତାର ଅପେକ୍ଷାରେ ଅଛନ୍ତି ।
ବାଇଟ ସାବିତ୍ରୀ ପଟେଲ ବନ୍ୟା ବିପନ୍ନ
ବାଇଟ କୁମୁଦିନି ପଟେଲ ବନ୍ୟା ବିପନ୍ନ
50 ବର୍ଷର ଇତିହାସରେ ବଲାଂଗୀର ଏଭଳି ବନ୍ୟା ଦେଖି ନଥିଲା କିମ୍ବା ଏଭଳି ବନ୍ୟା ପାଇଁ କୌଣସି ପ୍ରକାରର ପ୍ରସ୍ତୁତ ନଥିଲା । ଫଳରେ ଏହି ବନ୍ୟା ସବୁ ଓଲଟ ପାଲଟ କରିଥିବା ବେଳେ ଏଯାଏଁ ପରିସ୍ଥିତି ସୁଧୁରୀ ନପାରି ଆହୁରି ଗମ୍ଭୀର ହୋଇଛି । ଏଭଳି ପରିସ୍ଥିତି ରେ ଜିଲ୍ଲା ପ୍ରଶାସନ ପାଇଁ ରିଲିପି ଓ ଥଇଥାନ ଭଳି କାର୍ଯ୍ୟ ନିହାତି ଭାବରେ ଚେଲେଞ୍ଜ ଅଟେ । ସେପଟେ ସରକାର ବିଭିନ୍ନ ସମୟରେ ସମୀକ୍ଷା କରି ଆଗାମୀ 15 ଦିନ ମଧ୍ୟରେ ସବୁ ଠିକ କରିବାର ନିର୍ଦେଶ ଦେଇଛନ୍ତି । ଯେଉଁଥିରେ ବନ୍ୟା ବିପନ୍ନଙ୍କ ସର୍ଭେ କରିବା ତାଙ୍କୁ କ୍ଷୟ କ୍ଷତି ପ୍ରଦାନ କରିବା, ରୋଡ଼ ରାସ୍ତା ପୁନରୁଦ୍ଧାର କରିବା, ଭଙ୍ଗା ବ୍ରିଜ ସ୍କୁଲ ଘର ସବୁ ଠିକ କରିବା ଭଳି ଜରୁରୀ କାମ ରହିଛି । ତେବେ ଏସବୁ ପାଇଁ ପ୍ରଶାସନ ସବୁ ପ୍ରକାରରେ ପ୍ରସ୍ତୁତ ଥିବା ସହ ବିଭିନ୍ନ ସଂଗଠନ ଓ ଏ ନ ଜିଓ ତଥା ସବୁ ସରକାରୀ କଲ କୁ ବ୍ୟବହାର କରି ସବୁ ଠିକ କରୁଥିବାର କହିଛି ପ୍ରଶାସନ ।
ବାଇଟ ପରୀକ୍ଷିତ ସେଠି ଏଡି ଏମ ବଲାଂଗୀର

Conclusion:ବଲାଙ୍ଗୀରରେ ପ୍ରଲୟଙ୍କାରୀ ବନ୍ୟା ସବୁ କିଛି ଧୋଇ ନେଇଛି । ଏବଂ ଏସବୁ ଠିକ ହେବ ସହ ସବୁ ପଟ ରି କୁ ଆସିବାକୁ ନିଶ୍ଚୟ ସମୟ ଲାଗିବ । କିଛି ଭରଣା ହେବ ତ କିଛି ଭରଣା ହୋଇ ପାରିବ ନାହିଁ ଏଭଳି ପରିସ୍ଥିରେ ଜିଲ୍ଲା ପ୍ରଶାସନ କିଭଳି ଏସବୁର ପରିଚାଳନା କରିବ ତାହା ସମୟ କହିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.