ବଲାଙ୍ଗୀର: ଚାକିରୀ ନିୟମିତ କରିବା ଦାବିରେ ଜିଲ୍ଲାର ଶିକ୍ଷା ସହାୟକମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଛନ୍ତି । ତେବେ ବଲାଙ୍ଗୀର ଜିଲ୍ଲାର ଏହି ଶିକ୍ଷା ସହାୟକମାନେ ଗତ 2013-14 ବର୍ଷରେ ଶିକ୍ଷା ସହାୟକ ଭାବରେ ନିଯୁକ୍ତି ପାଇଥିଲେ । ନିଯୁକ୍ତି ପାଇବାର ଏବେ 6 ବର୍ଷ ଅତିକ୍ରମ କରିସାରିଛି । ତେବେ ନିୟମାନୁସାରେ 6 ବର୍ଷ ଅତିକ୍ରମ କଲାପରେ ଏମାନେ ଚାକିରୀରେ ନିୟମିତ ନିଯୁକ୍ତି ପାଇବା କଥା । ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରେ ଶିକ୍ଷା ସହାୟକମାନଙ୍କୁ ନିୟମିତ ନିଯୁକ୍ତି ମିଳିସାରିଛି । ତେବେ ବଲାଙ୍ଗୀର ଜିଲ୍ଲାରେ ଏହି ବ୍ୟତିକ୍ରମ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଶିକ୍ଷା ସହାୟକ ।
ଯଦିଓ ଏଥିପାଇଁ ସରକାରଙ୍କ ପକ୍ଷ୍ୟରୁ ଚିଠି ଆସିଥିବା ଏମାନେ ସ୍ପଷ୍ଟ କରିଛନ୍ତି ହେଲେ ପ୍ରଶାସନିକ ଅବହେଳା ଯୋଗୁଁ ଏମାନଙ୍କୁ ନିୟମିତ କରାଯାଉଥିବା ଅଭିଯୋଗ କରିଛନ୍ତି । ଏଥିପାଇଁ ଆଜି ଶତାଧିକ ଶିକ୍ଷା ସହାୟକ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଦାବି ପୂରଣ ନହେବା ଯାଏଁ ଏମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଥିବା ଦେଖିବାକୁ ମିଳିଛି ।
ବଲାଙ୍ଗୀରରୁ ଏସକେ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ