ETV Bharat / state

ପାଟଣାଗଡ଼ରେ ବସ୍- ବାଇକ ମୁହାଁମୁହିଁ ଧକ୍କା, ୨ବାଇକ ଆରୋହୀ ମୃତ

ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ବାଇକ ଆରୋହୀଙ୍କ ଉପରେ ଚଢିଗଲା ମୃତ୍ୟୁର ଗାଡି । ଦୁର୍ଘଟଣାରେ ଦୁଇ ବାଇକ ଆରେହୀଙ୍କ ମୃତ୍ୟୁ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାମପୁର ଛକରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଅଧିକ ପଢନ୍ତୁ

road accident in patnagarh
road accident in patnagarh
author img

By

Published : Feb 15, 2023, 9:06 AM IST

ପାଟଣାଗଡ଼ରେ ବସ୍- ବାଇକ ମୁହାଁମୁହିଁ ଧକ୍କା

ବଲାଙ୍ଗୀର: ପାଟଣାଗଡ଼ରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବସ୍- ବାଇକ ମୁହାଁମୁହିଁ ଧକ୍କା । ଗତକାଲି(ମଙ୍ଗଳବାର) ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ହୋଇଥିବା ବେଳେ ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପାଟଣାଗଡ଼ ରାମପୁର ଛକରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିବା ବେଳେ ପାଟଣାଗଡ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନାଅନୁସାରେ, ମଙ୍ଗଳବାର ଜୟ ମାତା ଦି ଘରୋଇ ବସ୍ ଖରୀଆରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ପାଟଣାଗଡ଼ ରାମପୁର ଛକରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିଲେ । ତେବେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବିଭାଗ ଦୁଇ ବାଇକ ଆରୋହୀଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ସୁଦ୍ଧା ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଦୁଇ ମୃତକ ବଲାଙ୍ଗୀର ତୁଷୁରା ଥାନା ଅନ୍ତର୍ଗତ ନୂଆପଡ଼ା ଗ୍ରାମର ବୋଲି ଜଣାପଡିଥିବା ବେଳେ ତାଙ୍କ ନାମ ଅସିତ୍ ମେହେର ଏବଂ ମଳୟ ମାନହିରା ବୋଲି ଜଣାପଡିଛି । ମୃତ ଅସିତ୍ ମେହେର ବଲାଙ୍ଗୀର ଦେଓଗାଁ ସ୍ଥିତ ସମବାୟ ବ୍ୟାଙ୍କ୍‌ର ଜଣେ କର୍ମଚାରୀ ହୋଇଥିବା ବେଳେ ସେମାନେ ପାଟଣାଗଡ଼ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ତେବେ ଖବର ପାଇ ପାଟଣାଗଡ଼ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଯୁବକଙ୍କ ମୃତ୍ୟୁ ପରେ ନୂଆପଡ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

ଏହା ମଧ୍ୟ ପଢନ୍ତୁ: ବିଜେପି-ବିଜେଡି ଆନ୍ଦୋଳନକୁ କଂଗ୍ରେସର ସମାଲୋଚନା, ଲୋକ ଦେଖାଣିଆ ରାଜନୀତି କରୁଛନ୍ତି କହିଲା କଂଗ୍ରେସ

ପ୍ରକାଶଥାଉକି, ବଲାଙ୍ଗୀର ପାଟଣାଗଡ଼ ରାସ୍ତାରେ ଅନେକ ଦୁର୍ଘଟଣା ପ୍ରବଣ ସ୍ଥାନ ରହିଛି । ତେବେ ଦୁର୍ଘଟଣା ପ୍ରବଣ ସ୍ଥାନଗୁଡ଼ିକ ପୂର୍ବରୁ ଚିହ୍ନଟ ହୋଇଥିବା ସତ୍ତ୍ୱେ ଆଜି ଯାଏଁ ତାହା ଉପରେ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଫଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଘଟି ଲୋକଙ୍କ ପ୍ରାଣହାନି ଘଟୁଥିବା ନେଇ ଅଭିଯୋଗ ହୋଇଛି ।

ସେପଟେ ମଙ୍ଗଳବାର ବିଳମ୍ବିତ ରାତିରେ ବ୍ରହ୍ମପୁର ମାଣ୍ଡିଆପଲ୍ଲୀରୁ ମଧ୍ୟ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ବାଟବରଣ ପାଇଁ ଅପେକ୍ଷା କରିଥିବା ବେଳେ କନ୍ୟାଯାତ୍ରୀଙ୍କ ଉପରେ ମାଡିଯାଇଥିଲା ଦ୍ରୁତଗାମୀ ସ୍କର୍ପିଓ । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.