ETV Bharat / state

ବଲାଙ୍ଗୀରରେ 2ଦିନର ଶିଶୁକୁ ବିକ୍ରି ଅଭିଯୋଗ - ଚାଇଲ୍ଡ ଳାଇନ ପହଞ୍ଚି ଶିଶୁଟିକୁ ଉଦ୍ଧାର

ବଲାଙ୍ଗୀରରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି ଯେଉଁଠି, ଜଣେ ଅସହାୟ ମାଆ ଦାରିଦ୍ର୍ୟତା କାରଣରୁ ନିଜର ନବଜାତ ଶିଶୁର ଲାଳନପାଳନ କରି ନ ପାରି ବିକ୍ରି କରିବାକୁ ଉଦ୍ୟମ କରିବାର ଅଭିଯୋଗ ହୋଇଛି ।

ଡିଜାଇନ ଫଟୋ
author img

By

Published : Sep 30, 2019, 2:09 PM IST

Updated : Sep 30, 2019, 2:56 PM IST

ବଲାଙ୍ଗୀର: ପୁଣି ଦାରିଦ୍ର୍ୟ ଓ ଅଭାବ ଅନାଟନ ଆଗରେ ଅସହାୟ ହୋଇଛି ମମତା । ବଲାଙ୍ଗୀରରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି, ଜଣେ ଅସହାୟ ମାଆ ଦାରିଦ୍ର୍ୟତା କାରଣରୁ ନିଜର ନବଜାତ ଶିଶୁର ଲାଳନପାଳନ କରି ନ ପାରି ବିକ୍ରି କରିବାକୁ ଉଦ୍ୟମ କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ସମ୍ପର୍କରେ ଜାଣିବା ପରେ ଚାଇଲ୍ଡ ଳାଇନ ପହଞ୍ଚି ଶିଶୁକୁ ଉଦ୍ଧାର କରିଛି ।

ବଲାଙ୍ଗୀର ରାଧାରାଣୀପଡାର ସରୋଜିନୀ ମହାକୁର ଗତ ଦୁଇଦିନ ତଳେ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ସେ ରେଳ ଷ୍ଟେସନରେ ରହିବା କାରଣରୁ ତାଙ୍କ ପକ୍ଷେ ଶିଶୁର ଯତ୍ନ ନେବା ସମ୍ଭବ ହୋଇନଥିଲା । ତେଣୁ ସେ ଶିଶୁକୁ ବିକ୍ରି କରିବା ପାଇଁ ସଇଁନ୍ତଳା ବ୍ଲକ ଅଧିନସ୍ଥ ଫପସି ଗ୍ରାମର ଏକ ପରିବାରକୁ ଯୋଗାଯୋଗ କରିଥିଲେ । ହେଲେ ଏ ଘଟଣା ବାବଦରେ ଖବର ପାଇବା ପରେ ଚାଇଲ୍ଡ ଲାଇନ ଠିକଣା ସମୟରେ ପହଞ୍ଚି ମା ଓ ଶିଶୁକୁ ଉଦ୍ଧାର କରି ବଲାଙ୍ଗୀର ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର

ସେପଟେ ମାଆ ବିକ୍ରିକୁ ଅସ୍ବୀକାର କରିଥିବାବେଳେ ଶିଶୁକୁ ସେ ଲାଳନ ପାଳନ କରି ପାରିବେ ନାହିଁ ବୋଲି କହିଛି । ଶିଶୁ ମଙ୍ଗଳ କମିଟି ମାଆ ଓ ଶିଶୁକୁ ବଲାଙ୍ଗୀର ଓନ ଷ୍ଟୋପ ସେଣ୍ଟରକୁ ପଠାଇ ମହିଳାଙ୍କୁ ଗୋଟିଏ ଦିନର ସମୟ ଦେଇଛି । ଯଦି ସେ ଶିଶୁର ଲାଳନ ପାଳନ କରିବାରେ ଅସମର୍ଥ ଥିବା କହିବେ, ତେବେ ଶିଶୁର ଯତ୍ନ ସିଡବ୍ଲ୍ୟୁସି ନେବେ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀରରେ ପୁଣି ଗରିବୀ ଓ ଅଭାବ ଅନାଟନ ର ଚିତ୍ର ଦେଖିବାକୁ ମିଳିଛି । ଯେଉଁଥିରେ ଗରିବ ମା ନିଜର ନବଜାତ ଶିଶୁର ଭରଣ ପୋଷଣ କରି ନ ପରିବା ହେତୁ ଶିଶୁ ଟିକୁ ବିକ୍ରି ଉଦ୍ୟମ କରିଥିଲେ । ହେଲେ ଠିକଣା ସମୟରେ ଚାଇଲଡ଼ ଲାଇନ ପହଂଚି ଏହି ଖରିଦ ବିକ୍ରି କୁ ବଂଦ କରିବା ସହ ଶିଶୁ କୁ ଉଦ୍ଧର କରିଛି । ସେପଟେ ସମ୍ପୃକ୍ତ ମା ଶିଶୁ ବିକ୍ରି କୁ ମନା କରିଥିବା ବେଳେ ଶିଶୁକୁ ସେ ଲାଳନ ପାଳନ କରି ପାରିବ ନାହିଁ ବୋଲି କହିଛି।

Body:ବଲାଂଗୀରରେ ପୁଣି ଗରିବୀ ଓ ଅଭାବ ଅନାଟନ ର ଚିତ୍ର ଦେଖିବାକୁ ମିଳିଛି । ଯେଉଁଥିରେ ଗରିବ ମା ନିଜର ନବଜାତ ଶିଶୁର ଭରଣ ପୋଷଣ କରି ନ ପରିବା ହେତୁ ଶିଶୁ ଟିକୁ ବିକ୍ରି ଉଦ୍ୟମ କରିଥିଲେ । ବଲାଂଗୀର ରାଧାରାଣୀ ପଡାର ସରୋଜିନୀ ମହାକୁର ଗତ ଦୁଇଦିନ ତଳେ ଗୋଟିଏ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ସେ ରେଳ ଷ୍ଟେସନରେ ରହି ପାରିବା ବିକ୍ରି କରୁଥିବା ବେଳେ ତାଙ୍କ ପକ୍ଷରେ ଏହି ଶିଶୁର ଯତ୍ନ ନେବା ସମ୍ଭବ ନଥିଲା । ତେବେ ସେ ଶିଶୁକୁ ବଲାଂଗୀର ସାଇଂନ୍ତଳା ବ୍ଲକ ଅନ୍ତର୍ଗତ ଫପସି ଗ୍ରାମରେ ଏକ ପରିବାରକୁ ଯୋଗାଯୋଗ କରିଥିଲେ । ଏବଂ ତାଙ୍କୁ ଶିଶୁ ବିକ୍ରି କରିବା ପାଇଁ ସେଠି ମସୁଧା କରୁଥିବା ବେଳେ ଠିକଣା ସମୟରେ ଚାଇଲଡ଼ ଲାଇନ ପହଂଚି ଏହି ଖରିଦ ବିକ୍ରି କୁ ବଂଦ କରିବା ସହ ଶିଶୁ କୁ ଉଦ୍ଧର କରିଥିଲା
ଏବଂ ଶିଶୁକୁ ତଥା ମାଙ୍କୁ ବଲାଂଗୀର ଶିଶୁ ମଙ୍ଗଳ କମିଟି କୁ ହସ୍ତାନ୍ତର କରିଥିଲେ । ତେବେ ଶିଶୁ ବିକ୍ରି କୁ ମା ଅସ୍ବୀକାର କରିଥିବା ବେଳେ ଶିଶୁ ର ଲାଳନ ପାଳନ କରିପାରିବ ନାହିଁ ବୋଲି କହିଛନ୍ତି । ସେପଟେ ବଲାଂଗୀର ଶିଶୁ ମଙ୍ଗଳ କମିଟି ମା ଓ ଶିଶୁଙ୍କୁ ବଲାଂଗୀର ଓନ ଷ୍ଟୋପ ସେଣ୍ଟର କୁ ପଠାଇ ମହିଳାଙ୍କୁ ଗୋଟିଏ ଦିନର ସମୟ ଦେଇଛି । ଯଦି ମହିଳା ଜଣକ ସମ୍ପୂର୍ଣ୍ଣ ଅସମର୍ଥ ଥିବାର ଜଣାଇବେ ତାହାହେଲେ ସିଡବ୍ଲୁ ସି ଶିଶୁର ଯତ୍ନ ନେବା ବୋଲି ସି ଡବ୍ଲୁ ସି କହିଛନ୍ତି ।
ବାଇଟ ସରୋଜିନୀ ମହାକୁର ପିଡିଟା ମା
ବାଇଟ ତ୍ରିଲୋଚନ ନାଗ ସଦସ୍ୟ ଚାଇଲଡ଼ ଲାଇନ

Conclusion:
Last Updated : Sep 30, 2019, 2:56 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.